Wealth increases with popularity: ଲୋକପ୍ରିୟତା ସହିତ ବଢୁଛି ସମ୍ପତ୍ତି
"ପ୍ରେକ୍ଷାଳୟରେ ସଫଳତାର ସହ ଚାଲିଥିବା "ଆଵାରାପନ୍ ୨"ର ନାୟିକା ଭାବେ ଅଭିନେତ୍ରୀ ଦିଶା ପଟାନୀ ଏବେ ଚର୍ଚ୍ଚାରେ ଅଛନ୍ତି।
ଏହି ବଲିଉଡ୍ ସୁନ୍ଦରୀଙ୍କ ଲୋକପ୍ରିୟତା ସହିତ ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟ ବଢ଼ିବାରେ ଲାଗିଛି।
ସଦ୍ୟତମ ଚଳଚ୍ଚିତ୍ର ପାଇଁ ସେ ୫ କୋଟି ଟଙ୍କା ପାରିଶ୍ରମିକ ନେଇଥିବାର ସୂଚନା ରହିଛି।
ଚଳଚ୍ଚିତ୍ର ପାରିଶ୍ରମିକ ଛଡ଼ା ବିଜ୍ଞାପନ, ସୋସିଆଲ ମିଡିଆ ପ୍ରମୋସନ୍ ଓ ଟେଲିଭିଜନ୍ କାର୍ଯ୍ୟକ୍ରମରୁ ସେ ବିପୁଳ ଅର୍ଥ ଆୟ କରୁଥିବା ଜଣାପଡ଼ିଛି।Advertisment Chrome valley: କ୍ରୋମ୍ ଉପତ୍ୟକାରେ ବୁଡ଼ିଗଲାଣି ଟ୍ରକ୍ ବ୍ୟବସାୟ!
ଉତ୍ତରପ୍ରଦେଶରେ ଜନ୍ମିତ ଦିଶା, ଇଞ୍ଜିନିଅରିଂ ପଢ଼ା ଅଧାରୁ ଛାଡ଼ି ମଡେଲିଂ କରିଥିଲେ ଏବଂ ୨୦୧୫ରେ ତେଲୁଗୁ ଚଳଚ୍ଚିତ୍ର "ଲୋଫର୍" ଜରିଆରେ ଅଭିନୟ ଜଗତକୁ ପ୍ରବେଶ କରିଥିଲେ।
ରିପୋର୍ଟ ଅନୁଯାୟୀ, ଦିଶାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୭୫ କୋଟି ଟଙ୍କା ହେବ।
ତାଙ୍କ ଆୟର ସବୁଠାରୁ ବଡ଼ ଉତ୍ସ ହେଉଛି ଅଭିନୟ।
ସେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୫ରୁ ୭ କୋଟି ଟଙ୍କା ଏବଂ ଟିଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଲାଗି ୨ କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି।
ତାଙ୍କର ମାସିକ ଆୟ ପ୍ରାୟ ୧ କୋଟି ବୋଲି ମଧ୍ୟ କେତେକ ରିପୋର୍ଟରେ ଦାବି କରାଯାଇଛି।
ବିଜ୍ଞାପନ ହେଉଛି ଦିଶାଙ୍କ ଆୟର ଅନ୍ୟତମ ଉଲ୍ଲେଖନୀୟ ଉତ୍ସ।
ଗୋଟିଏ ବିଜ୍ଞାପନ ପାଇଁ ସେ ପ୍ରାୟ ୧.୫ କୋଟି ଟଙ୍କା ନେଇଥାନ୍ତି।
ଅପରପକ୍ଷେ ଇନ୍ଷ୍ଟାଗ୍ରାମ୍ରେ ଗୋଟିଏ ପ୍ରମୋସନାଲ୍ ପୋଷ୍ଟ ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ନିଅନ୍ତି।
୩୪ ବର୍ଷୀୟା ଦିଶାଙ୍କର ଭଲ ସମୟ ଯଦି ଜାରି ରହେ ତେବେ ସେ ଶୀଘ୍ର ୧୦୦ କୋଟି ଟଙ୍କାର ମାଲିକାଣୀ ହୋଇଯିବେ ବୋଲି ଆଶା କରାଯାଉଛି।
Rain in Odisha: ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
