Neha is feeling regret: ପଶ୍ଚାତ୍ତାପ କରୁଛନ୍ତି ନେହା

Oct 20, 2026 - 06:41
Neha is feeling regret: ପଶ୍ଚାତ୍ତାପ କରୁଛନ୍ତି ନେହା

"ଆମେ ନିଜେ ନେଇଥିବା ନିଷ୍ପତ୍ତି ପାଇଁ ବେଳେବେଳେ ପଶ୍ଚାତ୍ତାପ କରୁ।

ଏପରି ଏକ ପରିସ୍ଥିତିର ସାମ୍ନା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ।

ଅନେକ ସିନେମାରେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ନେହା ତାଙ୍କ ହାତକୁ ଆସିଥିବା ଦୁଇଟି ବଡ଼ ଅଭିନୟ ସୁଯୋଗ ହାତଛଡ଼ା କରିଥିବା ନେଇ ଏବେ ଅନୁତାପ କରୁଛନ୍ତି।Advertisment Horoscope 2026 October 19: ଜାଣନ୍ତୁ ଆଜିର ରାଶିଫଳ ସେଥିମଧ୍ୟରୁ ଗୋଟିଏ ହେଉଛି ଶାହରୁଖ ଖାଁଙ୍କ ଲୋକପ୍ରିୟ ଫିଲ୍ମ "ଚକ୍‌ ଦେ ଇଣ୍ଡିଆ"।

ନିକଟରେ ନିଜ ଚାଟ୍‌ ସୋ" "ଡବଲ୍‌ ଡେଟ୍‌"ରେ ନେହା ଏହି କଥା ସ୍ୱୀକାର କରିଛନ୍ତି।

ସେ ସବୁବେଳେ ଏକ ଭଲ କ୍ରୀଡ଼ାଭିତ୍ତିକ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ।

ହେଲେ, "ଚକ୍‌ ଦେ ଇଣ୍ଡିଆ"ରେ ଅଭିନୟ କରିବାର ସୁଯୋଗ ମିଳିଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରି ନଥିଲେ।

ଏହି ନିଷ୍ପତ୍ତି ପାଇଁ ଆଜି ବି ସେ ଅନୁତାପ କରୁଛନ୍ତି।

ସେହିପରି ଦ୍ୱିତୀୟ ସୁଯୋଗଟି ଥିଲା ୱେବ୍‌ ସିରିଜ୍‌ "ଅପରେସନ୍‌ ସଫେଦ ସାଗର"।

ଏହି ଦୁଇଟି ପ୍ରୋଜେକ୍ଟ ତାଙ୍କ କ୍ୟାରିୟର୍‌କୁ ଏକ ନୂଆ ମୋଡ଼ ଦେଇପାରିଥାନ୍ତା ବୋଲି ନେହା ମତ ଦେଇଛନ୍ତି।

Kolkata: କୋଲକାତା ଦୁର୍ଗାପୂଜା: ଭିଡ଼ ପରିଚାଳନା ପାଇଁ ୯ ଆଇପିଏସ୍‌ ଅଧିକାରୀଙ୍କୁ ଦାୟିତ୍ବ ଉଲ୍ଲେଖଯୋଗ୍ୟ, ୨୦୦୭ରେ ମୁକ୍ତିଲାଭ କରିଥିବା "ଚକ୍‌ ଦେ ଇଣ୍ଡିଆ"ରେ ଶାହରୁଖ ଖାଁ ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷକ କବୀର ଖାଁ ଭୂମିକାରେ ଅଭିନୟ କରିଥିଲେ।

ଫିଲ୍ମଟି ଦର୍ଶକଙ୍କ ସହ ସମାଲୋଚକଙ୍କଠାରୁ ମଧ୍ୟ ବେଶ୍‌ ପ୍ରଶଂସା ସାଉଁଟିଥିଲା।

ଅନ୍ୟପକ୍ଷରେ, ୨୦୨୬ର "ଅପରେସନ୍‌ ସଫେଦ ସାଗର: ଦ ଅନ୍‌ଟୋଲ୍‌ଡ ଷ୍ଟୋରି ଅଫ୍‌ କାର୍ଗିଲ୍‌ ୱାର୍‌" ହେଉଛି ୧୯୯୯ର କାର୍ଗିଲ୍‌ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନାର ଭୂମିକାକୁ ନେଇ ନିର୍ମିତ ଏକ ୱେବ୍‌ ସିରିଜ୍‌।

ଏଥିରେ ସିଦ୍ଧାର୍ଥ, ଜିମି ଶେରଗିଲ୍‌ ଓ ଦିୟା ମିର୍ଜାଙ୍କ ଭଳି କଳାକାର ଅଭିନୟ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)