Minor girl: ନାବାଳିକାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ: ୫ ମାସର ଗର୍ଭବତୀ, ଏମ୍‌କେସିଜିରେ ଭର୍ତ୍ତି

Aug 25, 2026 - 07:07
Minor girl: ନାବାଳିକାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ: ୫ ମାସର ଗର୍ଭବତୀ, ଏମ୍‌କେସିଜିରେ ଭର୍ତ୍ତି

"ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଜଣେ ନାବାଳିକା (୧୫)ଙ୍କୁ ଛୁରି ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ନାବାଳିକା ଜଣକ ୫ମାସର ଗର୍ଭବତୀ ଥିବା ବେଳେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।

ଭଞ୍ଜନଗର ଥାନା ଅଞ୍ଚଳର ନାବାଳିକା ଜଣକ ନିଜ ସଂପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ।

ଗତ ଫେବ୍ରୁଆରି ମାସରେ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଜଣେ ସାଙ୍ଗଘରକୁ ପଢ଼ିବାକୁ ଯାଇଥିଲେ।Advertisment AIIMS Bhubaneswar: ପୂର୍ଣ୍ଣ ହେଲା ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା ଏହି ସମୟରେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ନାବାଳିକାଙ୍କୁ ଛୁରି ଦେଖାଇ ଭୟଭୀତ କରିବା ସହ ଗୋଟିଏ ଘର ବାରିପଟକୁ ନେଇ ଦୁଷ୍କର୍ମ କରିଥିଲା।

ଏହାସହ କାହାକୁ ନ କହିବାକୁ ଧମକ ଦେଇଥିଲା।

କିଛି ମାସ ପରେ ନାବାଳିକାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବାରୁ ପରିବାରବର୍ଗ ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ।

ପରୀକ୍ଷା ବେଳେ ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡ଼ିବାରୁ ବ୍ରହ୍ମପୁର ଏମ୍‌କେସିଜିକୁ ରେଫର କରାଯାଇଥିଲା।

ଡାକ୍ତର ଏନେଇ ହିଞ୍ଜିଳିକାଟୁ ପୁଲିସକୁ ସୂଚନା ଦେଇଥିଲେ।

ବର୍ତ୍ତମାନ ନାବାଳିକାଙ୍କ ଚିକିତ୍ସା ଜାରି ରହିିଛି।

ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ସହ ଗର୍ଭପାତ କରିବା ନେଇ ମେଡିକାଲ ବୋର୍ଡ ଗଠନ କରାଯାଇଥିବା ସୂଚନା ମିଳିିଛି।

ଏନେଇ ହିଞ୍ଜିଳିକାଟୁ ଥାନାରେ ଏକ ମାମଲା ରୁଜୁ ହୋଇଛି।

CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)