Durga puja: ମା’ ଦୁର୍ଗାଙ୍କ ସାମ୍ନାରେ କାନ୍ଦିଲେ କଲ୍ୟାଣ ବାନାର୍ଜୀ, ଭିଡିଓ ଭାଇରାଲ

Oct 20, 2026 - 02:09
Durga puja: ମା’ ଦୁର୍ଗାଙ୍କ ସାମ୍ନାରେ କାନ୍ଦିଲେ କଲ୍ୟାଣ ବାନାର୍ଜୀ, ଭିଡିଓ ଭାଇରାଲ

"କୋଲକାତା: ପଶ୍ଚିମବଙ୍ଗର ଶ୍ରୀରାମପୁରରୁ ସାଂସଦ କଲ୍ୟାଣ ବାନାର୍ଜୀ ପୁଣି ଥରେ ମା" ଦୁର୍ଗାଙ୍କ ଆରାଧନା ସମୟରେ ଭାବପ୍ରବଣ ହୋଇଛନ୍ତି।

ମହାଷ୍ଟମୀର ପବିତ୍ର ଅବସରରେ ସେ ସୋମବାର ଦିନ ସନ୍ଧିପୂଜା କରିବା ସମୟରେ ଲୁହ ଗଡ଼ାଇଛନ୍ତି।

ମା" ଦୁର୍ଗାଙ୍କ ପ୍ରତିମା ସମ୍ମୁଖରେ ‌ପ୍ରାର୍ଥନା କରିବା ସମୟରେ କଲ୍ୟାଣ ବାନାର୍ଜୀ ଭାବପ୍ରବଣ ହୋଇଛନ୍ତି।

ସେ ନିଜର ଲୁହକୁ ଅଟକାଇପାରି ନଥିଲେ।

ଏହି ଅବସରରେ ସେ ସମସ୍ତଙ୍କ ପାଇଁ ଆଶୀର୍ବାଦ ଭିକ୍ଷା, ସୁଖ-ସମୃଦ୍ଧି ଏବଂ ମଙ୍ଗଳ କାମନା କରିଥିଲେ।

Advertisment ସୂଚନାଯୋଗ୍ୟ, ଦୁର୍ଗାପୂଜା ସମୟରେ ଆରାଧନା କରିବା ଅବସରରେ କଲ୍ୟାଣ ବାନାର୍ଜୀ ଭାବପ୍ରବଣ ହେବା ଦୃଶ୍ୟ ନୂଆ ନୁହେଁ।

ଚଳିତ ବର୍ଷ ମଧ୍ୟ ମହାଷ୍ଟମୀ ଅବସରରେ ସେ ଆରଏମଏସ୍‌ ପଡ଼ିଆରେ ଆୟୋଜିତ ଦୁର୍ଗାପୂଜାରେ ସାମିଲ ହେବା ବଦଳରେ ନିଜ ଆବାସିକ ପରିସରରେ ଆୟୋଜିତ ପୂଜାରେ ପହଞ୍ଚି ଥିଲେ।

ଶ୍ରୀରାମପୁରର ଗଂଗାଦର୍ଶନ ଆବାସନରେ ସନ୍ଧିପୂଜା ସମୟରେ ସେ ସଂପୂର୍ଣ୍ଣ ଭାବେ ମା" ଦୁର୍ଗାଙ୍କ ପ୍ରତି ଭକ୍ତିରେ ଲୀନ ହୋଇଯାଇଥିଲେ।

Arrested: କୋଲକାତା ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ଘଟଣାରେ ୭ ଗିରଫ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)