Waterlogging Trouble in Berhampur: ବର୍ଷା ପାଣିରେ ବୁଡ଼ିଲା ପାଣିଗ୍ରାହୀ ନଗର, ରାସ୍ତାକୁ ଓହ୍ଲାଇଲେ ଉତ୍ତ୍ୟକ୍ତ ଲୋକେ
ସାହିରେ ପଶିଲା ପାଣି ।
ରାସ୍ତାକୁ ଓହ୍ଲାଇଲେ ଲୋକେ ।
ଏଭଳି ଘଟଣା ଦେଖା ଦେଇଛି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ପାଣିଗ୍ରାହୀ ନଗର ଠାରେ।
ପ୍ରବଳ ବର୍ଷା ହେବାରୁ ସହର ତଳିଆ ଅଞ୍ଚଳରେ ପାଣି ପଶିଯାଇଥିଲା ।
ଦୀର୍ଘ ସମୟ ଧରି ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନହେବାରୁ ଲୋକେ ବାଧ୍ୟ ହୋଇ ଆନ୍ଦୋଳନ କରିଥିଲେ ।
ଦିଗପହଣ୍ଡି - ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ନିଆଁ ଲଗାଇଥିଲେ।
ପରେ ମହାନଗର ନିଗମ କର୍ମଚାରୀ, ଫାୟାର ଟିମ୍ ଓ ପୋଲିସ ଆସି ବୁଝାସୁଝା କରିବା ପରେ ଲୋକେ ରାସ୍ତାରୋକରୁ ହଟିଥିଲେ।....
Advertisment ସାହିରେ ପଶିଲା ପାଣି ତଳିଆ ଅଞ୍ଚଳ ଜଳମଗ୍ନ ରାସ୍ତାରୋକ୍ କଲେ ସ୍ଥାନୀୟ ବାସିନ୍ଦା ବ୍ରହ୍ମପୁର ପାଣିଗ୍ରାହୀ ନଗରରେ ପଶିଲା ପାଣି ବୁଝାସୁଝା ପରେ ହଟିଲା ରାସ୍ତାରୋକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
