Sambalpur Infant Death: କୁମାରୀ ମାତୃତ୍ୱ ନିନ୍ଦା ପାଇଁ ନିଜ ଛୁଆକୁ ମାରିଦେଲା, ଲୋକଲଜ୍ଜା ଭୟରେ ଏମିତି କାଣ୍ଡ!

Nov 20, 2026 - 19:11
Sambalpur Infant Death: କୁମାରୀ ମାତୃତ୍ୱ ନିନ୍ଦା ପାଇଁ ନିଜ ଛୁଆକୁ ମାରିଦେଲା, ଲୋକଲଜ୍ଜା ଭୟରେ ଏମିତି କାଣ୍ଡ!

ଲୋକଲଜ୍ଜା ଭୟରେ କୁନି ପୁଅକୁ କୂଅରେ ପକାଇ ମାରିଦେଲା ମାଆ।

ସମ୍ବଲପୁର ଯୁଯୁମୁରା ଅଞ୍ଚଳରେ କୁଅରୁ ୧୦ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର ଘଟଣାରେ ବଡ଼ ଖୁଲାସା।

ଜନ୍ମଦାତ୍ରୀ ମାଆ ହିଁ ସାଜିଥିଲା ନିଜ ଛୁଆର ହତ୍ୟାକାରୀ !

ଶିଶୁପୁତ୍ରକୁ କୁଅରେ ପକାଇ ହତ୍ୟା କରିଥିବା ନେଇ ମାଆ ପୋଲିସ ଆଗରେ ସ୍ୱୀକାର କରିଥିବା ସୂଚନା ମିଳିଛି।

Advertisment ପୋଲିସର ସୂଚନା ଅନୁସାରେ, ମହିଳା ଜଣକ ଅନ୍ୟ ଜାତିର ଜଣେ ଯୁବକଙ୍କୁ ଭଲ ପାଉଥିଲେ।

ବିବାହର ପ୍ରତିଶ୍ରୁତି ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା।

ଏହାପରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

କିନ୍ତୁ ସମ୍ପୃକ୍ତ ଯୁବକ ବିବାହ ନକରିବାରୁ ମହିଳା ଜଣକ ମାମୁଁ ଘରେ ରହୁଥିଲେ।

ସେଠାରେ ମଧ୍ୟ ତାଙ୍କୁ ସାମାଜିକ ନିନ୍ଦା ଓ ଅପବାଦର ସାମ୍ନା କରିବାକୁ ପଡ଼ୁଥିଲା।

ସାମାଜିକ ଚାପ ଓ ଲୋକଲଜ୍ଜାର ଭୟରେ ସେ ନିଜ ୧୦ ମାସର ଶିଶୁପୁତ୍ରକୁ କୁଅରେ ପକାଇ ଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି।

ଗତକାଲି ଦମକଳ ବାହିନୀ କୁଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିଥିଲା।

ଏହାପରେ ମହିଳା ଜଣକ ନିଜେ ଯୁଯୁମୁରା ଥାନାରେ ଅଭିଯୋଗ କରିଥିଲେ।

ମହିଳାଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।

Advertisment ନିନ୍ଦା ପାଇଁ ନିଜ ଛୁଆକୁ ହତ୍ୟା !

କୁମାରୀ ମାତୃତ୍ୱ ନିନ୍ଦା ପାଇଁ ନିଜ ଛୁଆକୁ ହତ୍ୟା !

କୂଅରୁ ୧୦ ମାସର ଶିଶୁପୁତ୍ର ମୃତଦେହ ଉଦ୍ଧାର ଘଟଣା ମା' ହିଁ ହତ୍ୟାକାରୀ ସ୍ପଷ୍ଟ କଲା ଯୁଯୁମୁରା ପୋଲିସ ଛୁଆକୁ ହତ୍ୟା କରିଥିବା ନେଇ ସ୍ୱୀକାର କଲା ମା' ପ୍ରେମ ସମ୍ପର୍କରୁ ଜନ୍ମିତ ସନ୍ତାନ ସାମାଜିକ ନିନ୍ଦା ସହି ନ ପାରି ହତ୍ୟା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)