Water: ଜଳଭଣ୍ଡାରରେ କମୁଛି ବ୍ୟବହାରଯୋଗ୍ୟ ଜଳ

Nov 21, 2026 - 10:00
Water: ଜଳଭଣ୍ଡାରରେ କମୁଛି ବ୍ୟବହାରଯୋଗ୍ୟ ଜଳ

ଏଲ୍‌-ନିନୋ ଯୋଗୁଁ କମ୍‌ ବୃଷ୍ଟିପାତ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ହେଉଥିବା ଅଧିକ ଖରା ବାଷ୍ପୀଭବନ ଏବଂ ଭୂତଳ ଜଳସ୍ତର କମିଯାଉଥିବାରୁ ଦେଶର ପ୍ରମୁଖ ଜଳଭଣ୍ଡାରଗୁଡ଼ିକରେ ଆଉ ଆଗ ଭଳି ଅଧିକ ବ୍ୟବହାରଯୋଗ୍ୟ ଜଳ ରହିପାରୁ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ମାତ୍ର ଗୋଟିଏ ସପ୍ତାହରେ ଭାରତର ୧୭୮ଟି ପ୍ରମୁଖ ଜଳଭଣ୍ଡାର ୫୦୭କୋଟି ଘନମିଟର ପାଣି ହରାଇଲାଣି ବୋଲି ସେଣ୍ଟ୍ରାଲ୍‌ ୱାଟର୍‌ କମିସନ୍‌ ୨୦୨୬ ନଭେମ୍ବର ୧୨ ତାରିଖରେ ପ୍ରକାଶ କରିଥିବା ରିପୋର୍ଟରେ ଦର୍ଶାଇଯାଇଛି।

ସେସବୁ ଜଳାଶୟରେ ସମୁଦାୟ ଯେତେ ବ୍ୟବହାରଯୋଗ୍ୟ ପାଣି ଧରେ ଏବେ ତାହାର ମାତ୍ର ୬୩.୨୫ ପ୍ରତିଶତ ରହିଛି।

Advertisment Rahul Gandhi: ୨୦୨୭ରେ ଭାରତର ଜିଡିପି ଅଭିବୃଦ୍ଧି ୭.୨% ରହିବ ବୋଲି ଗୋଲ୍ଡମ୍ୟାନ୍‌ ସାକ୍ସର ଆକଳନ ନଭେମ୍ବର ୫ ତାରିଖ ଦିନ ଏସବୁ ଜଳଭଣ୍ଡାରରେ ୧୨,୧୯୨.୬ କୋଟି ଘନମିଟର ପାଣି ଥିଲା।

ସେତେବେଳେ ଏସବୁ ପ୍ରାୟ ୬୬ ପ୍ରତିଶତ ପୂର୍ଣ୍ଣ ଥିଲେ।

ଦେଖାଯାଇଛି ଯେ ନଭେମ୍ବର ୧୨ ତାରିଖ ବେଳକୁ ଜଳଭଣ୍ଡାରଗୁଡ଼ିକରେ ୧୧,୬୮୫.୪ କୋଟି ଘନମିଟର ପାଣି ରହିଛି।

ଗତବର୍ଷ ଏହି ସମୟ ବେଳକୁ କିନ୍ତୁ, ଏସବୁ ଜଳଭଣ୍ଡାରରେ ୧୬,୬୧୦.୧ କୋଟି ଘନମିଟର ପାଣି ଥିଲା।

ସେ ତୁଳନାରେ ଏବର୍ଷ ପାଣିର ପରିମାଣ ୨୯.୬୫ ପ୍ରତିଶତ କମ୍‌।

ଜଳଭଣ୍ଡାରଗୁଡ଼ିକରେ ସାଧାରଣ ଜଳସ୍ତର ୧୪,୫୮୧.୧ କୋଟି ଘନମିଟର ରହିଥାଏ।

ଏବର୍ଷ ଏହି ଜଳସ୍ତର ସାଧାରଣଠାରୁ ୧୯.୮୬ ପ୍ରତିଶତ କମ୍‌ ରହିଛି।

୧୭୮ଟି ଜଳଭଣ୍ଡାରରେ ସମୁଦାୟ ବ୍ୟବହାରଯୋଗ୍ୟ ଜଳଧାରଣ କ୍ଷମତା ହେଉଛି ୧୮,୪୭୬.୨ କୋଟି ଘନମିଟର।

ଏବେ ସେଗୁଡ଼ିକରେ ଗତବର୍ଷଠାରୁ ୪,୯୪୦ କୋଟି ଘନମିଟର ଜଳ କମ୍‌ ଅଛି।

ଏହା ହେଉଛି ସାଧାରଣ ଜଳଧାରଣ କ୍ଷମତାଠାରୁ ୨,୮୯୫.୭ କୋଟି ଘନମିଟର କମ୍‌।

ଦେଶର ପ୍ରମୁଖ ଜଳଭଣ୍ଡାରଗୁଡ଼ିକରେ ଜଳ କମୁଛି।

ଆଉ ଆଗ ଭଳି ଅଧିକ ବ୍ୟବହାରଯୋଗ୍ୟ ଜଳ ରହିପାରୁ ନାହିଁ।

ଗୋଟିଏ ସପ୍ତାହରେ ଭାରତର ୧୭୮ଟି ପ୍ରମୁଖ ଜଳଭଣ୍ଡାର ୫୦୭କୋଟି ଘନମିଟର ପାଣି ହରାଇଲାଣି ବୋଲି ସେଣ୍ଟ୍ରାଲ୍‌ ୱାଟର୍‌ କମିସନ୍‌ ପକ୍ଷରୁ ନଭେମ୍ବର ୧୨ରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି।

ଦକ୍ଷିଣ ଭାରତରେ ସଂଗୃହୀତ ଜଳ ସବୁଠୁ ବେଶି କମିଛି।

ସେଠାରେ ଥିବା ୫୦ଟି ଜଳଭଣ୍ଡାରର ବ୍ୟବହାର‌େଯାଗ୍ୟ ଜଳଧାରଣ କ୍ଷମତା ୫,୫୮୭.୯ କୋଟି ଘନମିଟର।

କିନ୍ତୁ, ଏବେ ରହିଛି ମାତ୍ର ୨,୨୨୦.୬ କୋଟି ଘନମିଟର।

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଥିବା ଜଳଭଣ୍ଡାରଗୁଡ଼ିକରେ ସବୁଠୁ ଅଧିକ ଜଳ କମିଥିବା ଜଣାଯାଇଛି।

ଆନ୍ଧ୍ରପ୍ରଦେଶ ଜଳଭଣ୍ଡାରଗୁଡ଼ିକରେ ଯେତେ ଜଳ ରହିବା କଥା ତା'ର ମାତ୍ର ୨୭.୫୪ ପ୍ରତିଶତ ରହିଛି।

ତେଲେଙ୍ଗାନାରେ ଥିବା ୮ଟି ଜଳଭଣ୍ଡାରରେ ଜଳଧାରଣ କ୍ଷମତାଠାରୁ ୩୩.୪୯ ପ୍ରତିଶତ ଜଳ କମ୍‌ ରହିଛି।

ତାମିଲନାଡୁରେ ଥିବା ୯ଟି ଜଳଭଣ୍ଡାରରେ ମଧ୍ୟ ୩୬.୨୮ ପ୍ରତିଶତ କମ୍‌ ଜଳ ରହିଛି।

କର୍ଣ୍ଣାଟକରେ ଥିବା ୧୯ଟି ଜଳଭଣ୍ଡାରରେ ୪୪.୮୯ ପ୍ରତିଶତ ଜଳ କମ୍‌ ରହିଛି।

କିନ୍ତୁ, କେରଳରେ ଥିବା ୭ଟି ଜଳଭଣ୍ଡାରରେ ଜଳ ପରିମାଣ ବ‌ିଶେଷ କମି ନାହିଁ।

ଏବେ ସେଗୁଡ଼ିକରେ ୬୫.୫୫ ପ୍ରତିଶତ ଜଳ ରହିଛି।

ସେହିପରି ହିମାଚଳପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନ ଆଦି ଉତ୍ତର-ଭାରତୀୟ ରାଜ୍ୟରେ ଥିବା ୧୧ଟି ପ୍ରମୁଖ ଜଳଭଣ୍ଡାରରେ ୧,୦୯୪.୮ କୋଟି ଘନମିଟର ଜଳ ରହିଛି।

କିନ୍ତୁ, ସେଗୁଡ଼ିକରେ ୧,୯୮୩ କୋଟି ଘନମିଟର ବ୍ୟବହାର ଉପଯୋଗୀ ଜଳ ରହିଥାଏ।

ହିମାଚଳପ୍ରଦେଶରେ ଥିବା ୩ଟି ଜଳଭଣ୍ଡାରରେ ୬୯୨.୧ କୋଟି ଘନମିଟର, ପଞ୍ଜାବରେ ଥିବା ଜଳଭଣ୍ଡାରଗୁଡ଼ିକରେ ୧୦୪ କୋଟି ଘନମିଟର ଜଳ ରହିଛି।

ରାଜସ୍ଥାନରେ ଥିବା ୭ଟି ଜଳଭଣ୍ଡାରରେ ୨୯୮.୭ କୋଟି ଘନମିଟର ଜଳ ରହିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ୩ଟି ରାଜ୍ୟରେ ଥିବା ଜଳଭଣ୍ଡାରଗୁଡ଼ିକରେ ମଧ୍ୟ ସାଧାରଣଠାରୁ କମ୍‌ ଜଳ ରହିଛି।

Football match: ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ; ରାଜନେତା ଏକାଦଶ ଡିସିଏଲ୍ ଚମ୍ପିୟାନ ମହାରାଷ୍ଟ୍ରରେ ଥିବା ୩୮ଟି ପ୍ରମୁଖ ଜଳଭଣ୍ଡାରରେ ୧,୪୫୮.୯ କୋଟି ଘନମିଟର ଜଳ ରହିଛି।

ଏହା ସ୍ବାଭାବିକ ଜଳଧାରଣ କ୍ଷମତାଠାରୁ ୭୧.୬୩ ପ୍ରତିଶତ କମ୍‌।

ସେହି କାରଣରୁ ୨୦୨୬ ଅକ୍ଟୋବର ୧୪ରେ ମହାରାଷ୍ଟ୍ର ସରକାର ୩୩ଟି ଜିଲ୍ଲାର ୩୦୫ଟି ତାଲୁକକୁ ମରୁଡ଼ି ପ୍ରପୀଡ଼ିତ ଘୋଷଣା କରିଥିଲେ।

ଗୁଜରାଟରେ ଥିବା ୧୯ଟି ଜଳଭଣ୍ଡାରରେ ଗତବର୍ଷ ୧,୭୨୮.୨ କୋଟି ଘନମିଟର ଜଳ ଥିବା ବେଳେ ଏବର୍ଷ ରହିଛି ୧,୩୪୩.୭ କୋଟି ଘନମିଟର ଜଳ।

ଏହା ସାଧାରଣଠାରୁ ୬.୮୨ ପ୍ରତିଶତ କମ୍।

ତେଣୁ, ଦେବଭୂମି ଦ୍ବାରକା, ପୋର୍‌ବନ୍ଦର୍‌, ଜାମ୍‌ନଗର୍‌ ଓ କଛ୍‌ ଆଦି ଚାରିଟି ଜିଲ୍ଲା ମରୁଡ଼ିଗ୍ରସ୍ତ ବୋଲି ଘୋଷଣା କରାଯାଇଛି।

ସେହିପରି, ପୂର୍ବ-ଭାରତରେ ଥିବା ୩୧ଟି ପ୍ରମୁଖ ଜଳଭଣ୍ଡାରରେ ୧,୬୩୯.୯ କୋଟି ଘନମିଟର ଜଳ ରହିଛି।

ଏଗୁଡ଼ିକର ବ୍ୟବହାରଯୋଗ୍ୟ ଜଳଧାରଣ କ୍ଷମତା ହେଉଛି ୨,୧୮୫.୩ କୋଟି ଘନମିଟର।

ଏବେ ଏହି ୩୧ଟିଯାକ ଜଳଭଣ୍ଡାର ରେ ଥିବା ଜଳରୁ ୭୫.୦୪ ପ୍ରତିଶତ ବ୍ୟବହାରଯୋଗ୍ୟ ବୋଲି କୁହାଯାଉଛି।

ଆସାମରେ ଥିବା ଜଳଭଣ୍ଡାରରେ ସାମର୍ଥ୍ୟଠାରୁ ୩୬.୫୮ ପ୍ରତିଶତ, ବିହାରରେ ୪୬.୮୭ ପ୍ରତିଶତ, ମେଘାଳୟରେ ୪୮.୫୯ ପ୍ରତିଶତ ଓ ପଶ୍ଚିମବଙ୍ଗରେ ୪୭.୧୪ ପ୍ରତିଶତ କମ୍‌ ଜଳ ରହିଛି।

ସୁଖର କଥା ଜଳଭଣ୍ଡାରରେ ଅଧିକ ଜଳସ୍ତର ଥିବା ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ ୮୪.୨୯ ପ୍ରତିଶତ ଥାଇ ସବୁଠୁ ଆଗରେ ରହିଛି ତ୍ରିପୁରା।

୮୧.୬୦ ପ୍ରତିଶତ ଥାଇ ତା' ତଳକୁ ରହିଛି ଓଡ଼ିଶା, ୭୧.୯୭ ପ୍ରତିଶତ ଥାଇ ତା'ପରେ ରହିଛି ଝାଡ଼ଖଣ୍ଡ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)