Neglect: ‌କେତେ ସମୃଦ୍ଧ ଉପାନ୍ତ ଅଞ୍ଚଳ? କେବେ ଦୂର ହେବ ପୂଜାରୀବମ୍ବୁ ଗ୍ରାମର ଦୁଃଖ?

Nov 21, 2026 - 10:00
Neglect: ‌କେତେ ସମୃଦ୍ଧ ଉପାନ୍ତ ଅଞ୍ଚଳ? କେବେ ଦୂର ହେବ ପୂଜାରୀବମ୍ବୁ ଗ୍ରାମର ଦୁଃଖ?

ରାୟଗଡ଼ା (ଶିବ ପ୍ରସାଦ ଦୋରା): ଦିନେ ନାହିଁ କି ମାସେ ନାହିଁ।

ସ୍ୱାଧୀନତାର ୮ ଦଶନ୍ଧି ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୬ କିମି ରାସ୍ତା ଫଳରେ ରୋଗୀ ଓ଼ ପୀଡ଼ିତାଙ୍କୁ ଏଭଳି ବିପଜ୍ଜନକ ଭାବେ ନIଗIବଳୀ ନଦୀରେ ପାର କରୁଛନ୍ତି ପୂଜାରୀବମ୍ବୁ ଗ୍ରାମ ବାସିନ୍ଦାI ଗତକାଲି ରାତିରେ ଗ୍ରାମର କୁମୁଟାଣି ବିଡ଼ିକା ବର୍ଷା ହୋଇଥିବା ଯୋଗୁଁ ଗୋଡ ଖସିଗଲା ଏବଂ ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ସୃଷ୍ଟି ହୋଇଥିଲାI ସେ ଆଉ ବସି ଉଠିପାରୁନଥିଲେI କେନ୍ଦ୍ର ସରକାର ବିକଶିତ ଭାରତ କଥା କହୁଛନ୍ତି।

ରାଜ୍ୟ ସରକାର ସବୃଦ୍ଧ ଓଡ଼ିଶାର ସ୍ବପ୍ନ ଦେଖୁଛନ୍ତି।

ତେବେ ଉପନ୍ତ ଅଞ୍ଚଳରେ ଆମେ କେତେ ବିକଶିତ ଏବଂ ସମୃଦ୍ଧ, ତାହା ତୃଣମୂଳସ୍ତରକୁ ଗଲେ ଜଣାପଡୁଛି।

Advertisment ରାତି ଦଶଟା ହୋଇଥିବାରୁ କାହାକୁ ଯୋଗାଯୋଗ କରିପାରିନଥିଲେI ରାତିରେ ନIଗIବଳୀ ନଦୀରେ ଜଳସ୍ତର ଅଧିକା ଥିବାରୁ ଗ୍ରାମବାସୀ ଭୟ ପାଇଥିଲେI ଆଜି ସକାଳୁ ଗ୍ରାମବାସୀ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ ନଦୀ ସେପାରି ଗ୍ରାମ ବେହେରାଗୁଡ଼ାରେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଥିଲେI ଅନ୍ୟ ଉପାୟ ନ ପାଇ ଗ୍ରାମବାସୀ ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଥିଲାI ଆମ୍ବୁଲାନ୍ସ ପାଇଁ ଫୋନ କରିବାର ଘଂଟାଏ ପରେ ମଧ୍ୟ ଆସି ନଥିଲାI ଗତକାଲି ଜଣେ ଗର୍ଭବତୀ ମହିଳା ସୁମନ୍ତୀ ବିଡ଼ିକା ଓ଼ ଜଣେ ରୋଗୀ ଚାଣ୍ଟି ପୀଡ଼ିକାଙ୍କୁ ଏଭଳି ବିପଜନକ ଭାବେ ସ୍ଥାନାନ୍ତର କରାଯାଇଥିଲାI ନୂଆ ଘଟଣା ନୁହେଁ ପ୍ରକାଶ ଥାଉକି ଗତମାସ ମଧ୍ୟ ଜଣେ ରୋଗୀଙ୍କୁ ଭାରରେ ଭରାନଦୀ ପାର କରାଯାଇଥିଲା।

ପରେ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୂଜାରୀବମ୍ବୁ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ।

ରାସ୍ତା ନିର୍ମାଣ ନକଲେ ଗ୍ରାମବାସୀ ଇଛାମୃତ୍ୟୁ ପାଇଁ ଆବେଦନ କରିବେ ବୋଲି ଚେତାବନୀ ଦେଇଥିଲେI ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ପାଖା ପାଖି ୩ କିମି ରାସ୍ତାରେ ଚାଲି ଚାଲି ଆସିବi ପରେ ନଦୀ ପାର କରାଇଥିଲେ।

Cyclone Arnab Effect: ରାୟଗଡ଼ାରେ ବାତ୍ୟା 'ଅର୍ଣ୍ଣବ' ପ୍ରଭାବ: ୪୬୦ ମିମିରୁ ଅଧିକ ବର୍ଷା, ଭୁଶୁଡ଼ିଲା ମାଟି ଘର କାନ୍ଥ ସହରର ୬କିମି ଦୂରରେ ଉପାନ୍ତ ଅଞ୍ଚଳ ସୂଚନାଯୋଗ୍ୟଯେ ଗତ ୧୭ତାରିଖରେ ଗ୍ରାମର ରାସ୍ତା ସମସ୍ୟା ସମାଧାନ ପାଇଁ ପୂଜାରିବମ୍ବୁ ଗ୍ରାମକୁ ରାୟଗଡ଼ା ବିଡିଓ ସୁଜିତ କୁମାର ମିଶ୍ର ଓ ଅନ୍ୟ ଅଧିକାରୀମାନେ ଯାଇଥିଲେ।

ଗ୍ରାମରେ ଯେଉଁ ବୈଠକ ହୋଇଥିଲା ତାହା ଫଳପ୍ରଦ ହୋଇପାରିନଥିଲା।

ଫଳରେ ଗତ ୧୮ତାରିଖ ଦିନ ଗ୍ରାମବାସୀ ଅହିଂସା ସତ୍ୟାଗ୍ରହ କରିବୁ ବୋଲି କହିଥିଲେ।

କିନ୍ତୁ ସମ୍ଭାବ୍ୟ ବାତ୍ୟା ଯୋଗୁଁ ସତ୍ୟାଗ୍ରହ କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା।

ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୬କିମି ଦୂରରେ ରହିଥିବା ପୂଜାରୀବମ୍ବୁ ଗ୍ରାମକୁ ରାସ୍ତା ନଥିବାରୁ ଦଶନ୍ଧି ଦଶନ୍ଧି ଧରି ପାଖାପାଖି ୩୦୦ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ବର୍ଷା ଦିନେ ହେଉଛନ୍ତି କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଦୁର୍ଭାଗ୍ୟର ବିଷୟ ବୋଲି ଗ୍ରାମର ସୁରେଶ କିଲାକା କ୍ଷୋଭର ସହ କହିଛନ୍ତି।

ଏପରିକି ବିଡିଓ ଶ୍ରୀ ମିଶ୍ର ମଧ୍ୟ ଚାଲି ଚାଲି ଗ୍ରାମକୁ ପହଁଚିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)