Toxic Liquor Tragedy: ବିଷାକ୍ତ ମଦ ନେଲା ୧୫ ଜୀବନ, ୧୮୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

Nov 21, 2026 - 09:49
Toxic Liquor Tragedy: ବିଷାକ୍ତ ମଦ ନେଲା ୧୫ ଜୀବନ, ୧୮୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

ମଣିପୁରରେ ଚାଞ୍ଚଲ୍ୟ!

ବିଷାକ୍ତ ମଦ ପିଇ ୧୫ ମୃତ, ୧୮୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି।

ମଣିପୁରର ଚାନ୍ଦେଲ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୫ ଜଣଙ୍କ ମୃତ୍ୟୁ ହୋଇଛି।

ଗତ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହି ଘଟଣା ଘଟିଥିବା ବେଳେ, ୧୮୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Advertisment ପ୍ରାଥମିକ ସୂଚନା ଅନୁସାରେ, ଏହି ମଦରେ ମିଥାନଲ୍ ଥିବା ସନ୍ଦେହ କରାଯାଉଛି।

ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସାଇଣ୍ଟିଫିକାଲି ସ୍ପଷ୍ଟ ହୋଇନାହିଁ।

ପୋଲିସର ସୂଚନା ଅନୁସାରେ, ମୃତକମାନେ ପିଇଥିବା ମଦ କାକଚିଙ୍ଗ ଜିଲ୍ଲାର ସୁଗ୍ନୁ ଅଞ୍ଚଳରୁ ଆସିଥିବା କୁହାଯାଉଛି।

ଏନେଇ ଘଟଣାର ତଦନ୍ତ ଜାରି ରହିଛି।

ଅନ୍ୟପଟେ, ମଣିପୁର ମୁଖ୍ୟମନ୍ତ୍ରୀ ୟୁମନାମ୍ ଖେମଚାନ୍ଦ ସିଂହ ହସ୍ପିଟାଲ ଗସ୍ତ କରି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଘଟଣାର ତଦନ୍ତ କରି ଦୋଷୀଙ୍କୁ ଶୀଘ୍ର ଗିରଫ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ସେପଟେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି।

ମଦ ପିଇବା ପରେ ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡ ବୁଲାଇବା କିମ୍ବା ଦୃଷ୍ଟି ଶକ୍ତି ଧୁସର ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ହସ୍ପିଟାଲ ଯିବାକୁ ପରାମର୍ଶ ଦିଆଯାଇଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)