War: ଇରାନକୁ ରୋକିବାକୁ ହେବ: ଆମେରିକାକୁ ସୂଚନା ଦେଲେ ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ
ତେଲ ଅଭିଭ: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଇରାନ ଉପରେ ରାସାୟନିକ ଅସ୍ତ୍ର ବିକଶିତ କରିବାର ଅଭିଯୋଗ ଆଣିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ ଇରାନକୁ ସେଗୁଡ଼ିକର ବ୍ୟବହାର ରୋକିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।
ସେ ଇରାନ ଉପରେ ହୋଇଥିବା ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣକୁ ସମର୍ଥନ କରି ଦାବି କରିଛନ୍ତି ଯେ, ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଏବଂ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି।
Advertisment ତାଙ୍କ ମନ୍ତବ୍ୟ ସୂଚାଇ ଦେଇଛି, ଇରାନରେ ପୁଣି ଥରେ ଯୁଦ୍ଧ ହୋଇପାରେ।
ସେ ଦାବି କରିଛନ୍ତି, ଇସ୍ରାଏଲ ଏବଂ ଆମେରିକା ପାଖରେ ଗୁଇନ୍ଦା ସୂଚନା ଅଛି ଯେ, ଫେବ୍ରୁଆରି ୨୮ ରେ ସେମାନଙ୍କର ମିଳିତ ସାମରିକ ଅଭିଯାନ ଆରମ୍ଭ ହେବା ପରଠାରୁ ଇରାନ ରାସାୟନିକ ଅସ୍ତ୍ର ବିକଶିତ କରିବା ଆରମ୍ଭ କରିଛି।
ଇସ୍ରାଏଲୀ ଗୁଇନ୍ଦା ସଂସ୍ଥାଗୁଡ଼ିକ ମାସ ମାସ ଧରି ଇରାନର ରାସାୟନିକ ଅସ୍ତ୍ର ବିକାଶ ପ୍ରୟାସ ଉପରେ ନଜର ରଖି ଆସୁଛନ୍ତି।
ଆମେ ଏହି କାର୍ଯ୍ୟକ୍ରମକୁ ବାଧା ଦେବା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛୁ।
ତେବେ ସେ ଏହା କହି ନାହାନ୍ତି ଯେ, କାର୍ଯ୍ୟକ୍ରମ କେତେ ଦୂର ଅଗ୍ରଗତି କରିଛି କିମ୍ବା ଅସ୍ତ୍ରଗୁଡ଼ିକ କେଉଁଠାରେ ବିକଶିତ ହେଉଛି।
'ଗେମ୍-ଚେଞ୍ଜର' ସାବ୍ୟସ୍ତ ହେବା ଆଶଙ୍କା ଇରାନ ରାସାୟନିକ ଅସ୍ତ୍ର ବିକଶିତ କରିବାରେ ଲାଗିଛି, ଯାହା ଇସ୍ରାଏଲ ଏବଂ ଅଞ୍ଚଳର ଅନ୍ୟ ଦେଶମାନଙ୍କ ବିରୋଧରେ ଏକ 'ଗେମ୍-ଚେଞ୍ଜର' ସାବ୍ୟସ୍ତ ହେବାର ଆଶଙ୍କା ରହିଛି।
ଇରାନ ଏକ ବିପଜ୍ଜନକ ଏବଂ ଅଣପାରମ୍ପରିକ ଅସ୍ତ୍ର ହାସଲ କରିବାକୁ ଚାହୁଁଛି।
ଇସ୍ରାଏଲ ଏ ବିଷୟରେ ଗୁପ୍ତ ସୂଚନା ପାଇଛି ଏବଂ ଏନେଇ ଆମେରିକାକୁ ସୂଚନା ପ୍ରଦାନ କରିଛି।
Rape in Delhi: କାଫେରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ବନ୍ଧା ହେଲେ ୨ମହିଳାଙ୍କ ସମେତ ୩ ଜଣ ଇରାନ ଯେପରି ଏହି କ୍ଷମତା ହାସଲ ନକରିବ ସେନେଇ ଇସ୍ରାଏଲ ପ୍ରୟାସ ଜାରି ରଖିଛି।
କାରଣ ଇରାନ ଏହା ଦ୍ବାରା ସମଗ୍ର ଅଞ୍ଚଳକୁ ବିପଦରେ ପକାଇପାରେ।
ଯଦି ଆମେ ସନ୍ଦେହ କରିଥାନ୍ତୁ ଯେ ଏହି ବିପଦ ଆସନ୍ନ, ତେବେ ଆମେ ବର୍ତ୍ତମାନ ସୁଦ୍ଧା ପଦକ୍ଷେପ ନେଇଥାନ୍ତୁ।
ତେବେ ଆମେ ଏହା ଉପରେ ନଜର ରଖୁଛୁ ଏବଂ ଇରାନକୁ ନିବୃତ୍ତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
