Late-Night Party Turns Into Nightmare: କାଫେରେ ରାତିଅଧିଆ ପାର୍ଟି ପରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ଏକ କାଫେରେ ରାତିଅଧିଆ ପାର୍ଟି ପରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି।
ଏହି ଘଟଣାରେ ମୋଟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
Advertisment ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ପୀଡ଼ିତା ଏବଂ ଅଭିଯୁକ୍ତମାନେ ଦିଲ୍ଲୀର କରକରଡୁମାସ୍ଥିତ କ୍ରସ୍ ରିଭର ମଲ୍ରେ ଥିବା କାଫେ ୮ରେ କାମ କରୁଥିଲେ।
ସୋମବାର ରାତିରେ ୮ ଜଣ ସହକର୍ମୀ ପ୍ରୀତ ବିହାରର ସଲ୍ତାନେଟ୍ କାଫେରେ ଏକ ପାର୍ଟି ପାଇଁ ଏକାଠି ହୋଇଥିଲେ।
ସାଧାରଣତଃ ଏହି କାଫେ ରାତି ୧୧ଟା ୩୦ରେ ବନ୍ଦ ହୋଇଥାଏ।
ତେବେ ଗୋଷ୍ଠୀର ଜଣେ କର୍ମଚାରୀଙ୍କ ପାଖରେ କାଫେର ଚାବି ଥିବାରୁ ରାତିରେ ପୁଣି କାଫେ ଖୋଲାଯାଇଥିବା ଜଣାପଡ଼ିଛି।
ସେଠାରେ ସମସ୍ତେ ମଦ୍ୟପାନ କରିବା ସହ ପାର୍ଟି କରିଥିଲେ।
Advertisment ରାତି ପ୍ରାୟ ୩ଟା ୩୦ରେ ସମସ୍ତେ କାଫେରୁ ବାହାରିଥିଲେ।
ଏହାର କିଛି ସମୟ ପରେ ଦୁଇ ଜଣ ପୁରୁଷ ସହକର୍ମୀ ତାଙ୍କୁ ଗଣଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।
ଅନ୍ୟ ସହକର୍ମୀମାନେ ମଧ୍ୟ ଏହି ଘଟଣାରେ ସେମାନଙ୍କୁ ସହଯୋଗ କରିଥିବା ସେ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଘଟଣା ପରେ ମହିଳା ଜଣକ ତୁରନ୍ତ ପୋଲିସରେ ଅଭିଯୋଗ କରିନଥିଲେ।
ସିସିଟିଭି ଫୁଟେଜ୍ରେ ସେ ଜଣେ ପୁରୁଷ ବନ୍ଧୁ ଏବଂ ଅନ୍ୟ ଦୁଇ ମହିଳାଙ୍କ ସହ ଏକ ଗାଡ଼ିରେ ଯାଉଥିବା ଦେଖାଯାଇଥିବା ପୋଲିସ କହିଛି।
ଭୋର ପ୍ରାୟ ୫ଟା ୪୫ରେ ସେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।
ବର୍ତ୍ତମାନ ପୋଲିସ ତାଙ୍କ ବୟାନ ରେକର୍ଡ କରୁଛି।
ଏହାସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମଧ୍ୟ ତାଙ୍କ ବୟାନ ରେକର୍ଡ କରାଯିବ।
ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
କାଫେର ସିସିଟିଭି ଫୁଟେଜ୍ ଏବଂ ଅନ୍ୟ ପ୍ରମାଣ ଯାଞ୍ଚ କରାଯାଉଛି।
ଏହି ଘଟଣାର ପ୍ରକୃତ ସତ୍ୟାସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
