VS Babu Death: ଷ୍ଟାଲିନ୍‌ଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ, ୭୫ ବର୍ଷରେ ଆଖି ବୁଜିଲେ ବିଧାୟକ ଭିଏସ୍‌ ବାବୁ

Nov 19, 2026 - 17:38
VS Babu Death: ଷ୍ଟାଲିନ୍‌ଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ, ୭୫ ବର୍ଷରେ ଆଖି ବୁଜିଲେ ବିଧାୟକ ଭିଏସ୍‌ ବାବୁ

ଚେନ୍ନାଇ: ଡିଏମ୍‌କେ ମୁଖ୍ୟ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ଙ୍କୁ ପରାଜିତ କରି ତାମିଲନାଡୁ ରାଜନୀତିରେ ଚହଳ ପକାଇଥିବା ବିଧାୟକ ଭିଏସ୍‌ ବାବୁଙ୍କର ଗୁରୁବାର ପରଲୋକ ହୋଇଛି।

ତାଙ୍କୁ ୭୫ ବର୍ଷ ହୋଇଥିଲା।

ବାବୁ ଷ୍ଟାଲିନ୍‌ଙ୍କୁ ତାଙ୍କ ଗଡ଼ କୁହାଯାଉଥିବା କୋଲାଥୁର ଆସନରେ ପରାସ୍ତ କରି ସେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ।

Advertisment ଦୀର୍ଘଦିନ ଧରି ଶ୍ୱାସଜନିତ ରୋଗରେ ପୀଡ଼ିତ ଥିବା ବାବୁ ଚେନ୍ନାଇର ଏମ୍‌ଜିଏମ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ସେପ୍ଟେମ୍ବର ୯ ତାରିଖରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ।

ଗୁରୁବାର ଅପରାହ୍ଣ ୨ଟା ୨୪ ମିନିଟ୍‌ରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ତାମିଲନାଡୁ ବିଧାନସଭା ନିର୍ବାଚନରେ ଅଭିନେତା ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ୍‌ (ଟିଭିକେ) ଟିକେଟ୍‌ରେ କୋଲାଥୁରରୁ ଲଢ଼ିଥିଲେ ବାବୁ।

ସେ ୮୨,୯୯୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଷ୍ଟାଲିନ୍‌ଙ୍କୁ ମିଳିଥିଲା ୭୪,୨୦୨ ଖଣ୍ଡ ଭୋଟ୍‌।

ଫଳରେ ୮,୭୯୫ ଭୋଟ୍‌ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ।

୨୦୧୧ରୁ ଷ୍ଟାଲିନ୍‌ ଏହି ଆସନରୁ କ୍ରମାଗତ ଜିତି ଆସୁଥିବାରୁ ବାବୁଙ୍କ ବିଜୟକୁ ବଡ଼ ରାଜନୈତିକ ଓଲଟପାଲଟ ଭାବେ ଦେଖାଯାଇଥିଲା।

Mekedatu dam project: ଶିବକୁମାରଙ୍କୁ ତାମିଲନାଡୁ କଂଗ୍ରେସ ସଭାପତିଙ୍କ ବିରୋଧ ବାବୁଙ୍କ ରାଜନୈତିକ ଜୀବନ ଡିଏମ୍‌କେରୁ ଆରମ୍ଭ ହୋଇଥିଲା।

ସେ ଦଳର ଉତ୍ତର ଚେନ୍ନାଇ ଜିଲ୍ଲା ସମ୍ପାଦକ ଭାବେ ମଧ୍ୟ କାମ କରିଥିଲେ।

୨୦୦୬ରେ ପୁରସାଇୱାଲକମ୍‌ ଆସନରୁ ଡିଏମ୍‌କେ ଟିକେଟ୍‌ରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ।

ପରେ ୨୦୧୬ରେ ଏଆଇଏଡିଏମ୍‌କେରେ ଯୋଗ ଦେଇଥିଲେ।

ଶେଷରେ ୨୦୨୬ ଫେବ୍ରୁଆରି ୭ରେ ଟିଭିକେରେ ସାମିଲ ହୋଇଥିଲେ।

ତାଙ୍କ ବିୟୋଗରେ ତାମିଲନାଡୁ ରାଜନୀତିରେ ଏକ ଅଧ୍ୟାୟର ଅବସାନ ଘଟିଛି।

ବାବୁଙ୍କ ପରଲୋକରେ ଷ୍ଟାଲିନ ଶୋକ ପ୍ରକାଶ ଓ ତାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)