Sustainable Coastal Aquaculture ସ୍ଥାୟୀ ଉପକୂଳୀୟ ଜଳକୃଷି ଓ ନିୟାମକ ବ୍ୟବସ୍ଥା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର: ଉପକୂଳୀୟ ଜଳକୃଷିର ସ୍ଥାୟୀ ବିକାଶ ଏବଂ ନିୟାମକ ବ୍ୟବସ୍ଥା ସମ୍ପର୍କରେ ମତ୍ସ୍ୟ ଅଧିକାରୀ ଓ ଚାଷୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକଦିବସୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ଏବଂ ଭାରତ ସରକାରଙ୍କ ଉପକୂଳୀୟ ଜଳକୃଷି ପ୍ରାଧୀକରଣ (ସିଏଏ)ର ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା ।
Advertisment OIIPCRA Review: ଓଆଇଆଇପିସିଆରଏ ସମୀକ୍ଷା: ଜଳାଶୟ ଉନ୍ନତି ସହ କୃଷି ଓ ମତ୍ସ୍ୟଚାଷକୁ ଗୁରୁତ୍ୱ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧରୀ ଯୋଗଦେଇ ଚିଙ୍ଗୁଡ଼ି ଚାଷର ନିୟାମକ ବ୍ୟବସ୍ଥା ସହ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଏବଂ ଗଭୀର ସମୁଦ୍ରରେ ମାଛଧରା ମିଶନର ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ ।
ମତ୍ସ୍ୟ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସିଏଏର ନିର୍ଦ୍ଦେଶକ (ବୈଷୟିକ) ଡ.
ଏମ୍ କାର୍ତ୍ତିକେୟନ୍ ଏବଂ ସୁବ୍ରତ କୁମାର ଦାଶ ଉପକୂଳୀୟ ଜଳକୃଷି ଓ ଚିଙ୍ଗୁଡ଼ି ଚାଷର ନୂତନ ବୈଷୟିକ ପଦ୍ଧତି ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ ।
AI for farmers: ଚାଷୀଙ୍କ ପାଇଁ ଏଆଇ: ଆୟ ବଢ଼ାଇବ ମତ୍ସ୍ୟଚାଷ, ନଡ଼ିଆ, କାଜୁ, କୋକୋ, କୃଷି କ୍ଷେତ୍ରକୁ ୧,୬୨,୭୬୧ କୋଟି ଟଙ୍କା ଏମପେଡାର ଭୁବନେଶ୍ୱର ଉପନିର୍ଦ୍ଦେଶକ ଅର୍ଚ୍ଚିମାନ ଲାହିରୀ ଫାର୍ମ ପଞ୍ଜୀକରଣ, ଉତ୍ପାଦର ଉତ୍ସ ଏବଂ ଜଳକୃଷିରେ ନିଷିଦ୍ଧ ଆଣ୍ଟିବାୟୋଟିକ୍ର ବ୍ୟବହାର ରୋକିବା ପାଇଁ ଟାସ୍କ ଫୋର୍ସ ଟିମ୍ର କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ ।
ଓରସାକ୍ ପକ୍ଷରୁ କୋଷ୍ଟ ଆପ୍ଲିକେସନ୍ ଏବଂ ଏପିଆଇ ଇଣ୍ଟିଗ୍ରେସନ୍ ପ୍ରଦର୍ଶନ କରାଯାଇଥିବା ବେଳେ ଇଆଇଏ ଭୁବନେଶ୍ୱର ଉପନିର୍ଦ୍ଦେଶିକା କବିତା ମିଶ୍ର ଉପକୂଳୀୟ ଜଳକୃଷି ଫାର୍ମଗୁଡ଼ିକର ପ୍ରାଥମିକ ଉତ୍ପାଦନ ଅଡିଟ୍ ସମ୍ପର୍କରେ ତଥ୍ୟ ରଖିଥିଲେ ।
ଏନଏସଡବ୍ଲୁଏସ୍ ଏବଂ ସିଏଏ ଟିମ୍ ପକ୍ଷରୁ ଅନଲାଇନ୍ ପଞ୍ଜୀକରଣ ପୋର୍ଟାଲ୍ ପ୍ରଦର୍ଶନ କରାଯାଇଥିଲା ।
ମତ୍ସ୍ୟଚାଷ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଏବଂ ଆଇଆରଏମଏ ମଧ୍ୟରେ ବୁଝାମଣା ମତ୍ସ୍ୟ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ଲୁଣିପାଣି ମାଛଚାଷ) ଜିତେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସିଏଏ, ଏମପେଡା, ଓରସାକ୍ ଓ ଇଆଇଏର ଅଧିକାରୀ, ମତ୍ସ୍ୟ ଅଧିକାରୀ, ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ, ଉଦ୍ୟୋଗୀ ଓ ମତ୍ସ୍ୟଚାଷୀମାନେ ଯୋଗ ଦେଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
