Volcano eruption: ଇଣ୍ଡୋନେସିଆରେ ଆଗ୍ନେୟଗିରି ଉଦ୍‌ଗୀରଣ: ୩୦୦ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ, ସ୍କୁଲ୍‌ ବନ୍ଦ

Sep 06, 2026 - 19:31
Volcano eruption: ଇଣ୍ଡୋନେସିଆରେ ଆଗ୍ନେୟଗିରି ଉଦ୍‌ଗୀରଣ: ୩୦୦ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ, ସ୍କୁଲ୍‌ ବନ୍ଦ

"ଜାକର୍ତ୍ତା: ଇଣ୍ଡୋନେସିଆର ଆନାକ୍‌ କ୍ରାକାଟୋଆ ଜ୍ୱାଳାମୁଖୀର ଭୀଷଣ ଉଦ୍‌ଗିରଣ ଯୋଗୁଁ ରବିବାର ଦେଶର ବିମାନ ସେବା ଓ ସାଧାରଣ ଜୀବନ ଗୁରୁତର ପ୍ରଭାବିତ ହୋଇଛି।

ଜ୍ୱାଳାମୁଖୀରୁ ନିର୍ଗତ ପାଉଁଶର ଘନ ବାଦଲ ପ୍ରାୟ ୫୦ ହଜାର ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ଉଠି ଜାଭା ଓ ସୁମାତ୍ରାର ବିସ୍ତୀର୍ଣ୍ଣ ଅଞ୍ଚଳରେ ବ୍ୟାପିଯାଇଛି।

ଏହାର ପ୍ରଭାବରେ ୩୦୧ଟି ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବାବେଳେ ସେଥିମଧ୍ୟରେ ୫୮ଟି ଅନ୍ତର୍ଜାତୀୟ ବିମାନ ସେବା ରହିଛି।Advertisment ଜ୍ୱାଳାମୁଖୀରେ ଶୁକ୍ରବାର ରାତିରୁ ଉଦ୍‌ଗିରଣ ଆରମ୍ଭ ହୋଇଥିଲା।

ରବିବାର ସକାଳେ ଜାକର୍ତ୍ତାର ମୁଖ୍ୟ ସୁକର୍ଣ୍ଣୋ-ହାଟା ଅନ୍ତର୍ଜାତୀୟ ବିମାନବନ୍ଦର ଅଞ୍ଚଳରେ ଜ୍ୱାଳାମୁଖୀ ପାଉଁଶ ଚିହ୍ନଟ ହେବା ପରେ ବିମାନ ଚଳାଚଳ ବନ୍ଦ କରାଯାଇଥିଲା।

ପାଉଁଶ ଯୋଗୁଁ ଦୃଶ୍ୟମାନତା ଓ ବିମାନ ଇଞ୍ଜିନ୍‌ର ସୁରକ୍ଷାକୁ ବିପଦ ଥିବାରୁ ଏହି ପଦକ୍ଷେପ ନିଆଯାଇଥିଲା।

ପରିବହନ ମନ୍ତ୍ରୀ ଡୁଡି ପୁରୱାଗନ୍ଧି କହିଛନ୍ତି ଯେ, ସୁକର୍ଣ୍ଣୋ-ହାଟା ସମେତ ମୋଟ ୬ଟି ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି।

ସେମାରାଙ୍ଗ ଓ ସୁରାବାୟା ଭଳି ସହରର କିଛି ବିମାନବନ୍ଦରକୁ ବିକଳ୍ପ ଅବତରଣ ସ୍ଥଳ ଭାବେ ପ୍ରସ୍ତୁତ ରଖାଯାଇଛି।

ସିଙ୍ଗାପୁର ଏୟାର୍‌ଲାଇନ୍ସ ମଧ୍ୟ ରବିବାର ଜାକର୍ତ୍ତାକୁ ଯାତାୟାତ କରୁଥିବା ଏହାର ବିମାନଗୁଡ଼ିକୁ ବାତିଲ କରିଥିଲା।

Indonesia Volcanic: ଇଣ୍ଡୋନେସିଆ ଜ୍ୱାଳାମୁଖୀ ବିସ୍ଫୋରଣରେ ୩ ପର୍ଯ୍ୟଟକଙ୍କ ମୃତ୍ୟୁ ଇଣ୍ଡୋନେସିଆର ପାଣିପାଗ ସଂସ୍ଥା ବିଏମ୍‌କେଜି ସୂଚନା ଦେଇଛି ଯେ, ଜାଭା ପାର୍ଶ୍ୱରେ ପାଉଁଶ ପ୍ରାୟ ୨୦ ହଜାର ଫୁଟ୍‌ ଉଚ୍ଚତାରେ ଚିହ୍ନଟ ହୋଇଥିବାବେଳେ ସୁମାତ୍ରା ପାର୍ଶ୍ୱ ଏବଂ ଜାଭାର ବାଣ୍ଟେନ୍‌ ପ୍ରଦେଶର କିଛି ଅଞ୍ଚଳରେ ଏହା ୫୦ ହଜାର ଫୁଟ୍‌ ପର୍ଯ୍ୟନ୍ତ ଉଠିଥିଲା।

ପାଉଁଶ ବ୍ୟାପିବାରୁ କିଛି ସ୍କୁଲ୍‌ର କାର୍ଯ୍ୟକ୍ରମ ବନ୍ଦ କରାଯିବା ସହ ମତ୍ସ୍ୟଜୀବୀମାନେ ମଧ୍ୟ ମାଛଧରା କାର୍ଯ୍ୟ ସ୍ଥଗିତ ରଖିଛନ୍ତି।

ଦେଶର ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଲୋକଙ୍କୁ ସତର୍କ ରହିବା, ଅନାବଶ୍ୟକ ବାହାର କାର୍ଯ୍ୟକଳାପ କମାଇବା ଏବଂ ପାଉଁଶରୁ ସୁରକ୍ଷା ପାଇଁ ସାବଧାନତା ଅବଲମ୍ବନ କରିବାକୁ କହିଛି।

ଉଦ୍‌ଗିରଣରୁ ତୁରନ୍ତ ସୁନାମିର କୌଣସି ଆଶଙ୍କା ନ ଥିବା ସରକାର କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)