VinFast's: ଭାରତ ଆସିବ ଭିନଫାଷ୍ଟର ଦୁଇ ଚକିଆ ଯାନ

Nov 22, 2026 - 16:52
VinFast's: ଭାରତ ଆସିବ ଭିନଫାଷ୍ଟର ଦୁଇ ଚକିଆ ଯାନ

ନୂଆଦିଲ୍ଲୀ: ଭିଏତ୍‌ନାମ ଭିତ୍ତିକ ଇଲେକ୍ଟ୍ରିକ ଯାନ ନିର୍ମାତା ଭିନଫା‌‌ଷ୍ଟର ଦୁଇ ଚକିଆ ଯାନ ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ଭାରତରେ ଉପଲବ୍ଧ ହେବା ଯୋଜନା ରହିଛି।

ତାମିଲନାଡ଼ୁର ଥୁଥୁକୁଡ଼ିରେ ଥିବା କାରଖାନାରେ କମ୍ପାନି ଏକ ଦୁଇ ଚକିଆ ଯାନ ଉତ୍ପାଦନ ଲାଇନ୍‌ ବିକାଶ କରୁଛି।

ଦୁଇ ଚକିଆ ଯାନର ଡିଜାଇନ କିଭଳି ରହିବ ତାହା ଚୂଡ଼ାନ୍ତ କରିବା ପୂର୍ବରୁ କମ୍ପାନି ଭାରତୀୟ ବଜାରର ଅନୁଧ୍ୟାନ କରୁଛି।

୨୦୨୭ ପ୍ରଥମାର୍ଦ୍ଧ ସୁଦ୍ଧା କମ୍ପାନି ଦୁଇଟି ମଡେଲ ଆଣିବା ନେଇ ଯୋଜନା ରଖିଛି ବୋଲି ଭିନଫାଷ୍ଟ ଇଣ୍ଡିଆର (୨ ଚକିଆ ଯାନ) ସିଇଓ ଅନୁରାଗ ସାକ୍‌ସେନା କହିଛନ୍ତି।

Advertisment ଉଲ୍ଲେଖଯୋଗ୍ୟ, ଭିନଫେଷ୍ଟ ଭାରତରେ ଏବେ ୪ଟି ଇଲେକ୍ଟ୍ରିକ କାର ବିକ୍ରି କରୁଛି।

ସେଗୁଡ଼ିକ ହେଲା ଭିଏଫ୍‌୬, ଭିଏଫ୍‌୭, ଭିଏଫ୍‌ ଏମ୍‌ପିଭି ୭ ଓ ଲିମୋ ଗ୍ରିନ୍‌।

କମ୍ପାନି ଏହାର ତାମିଲନାଡ଼ୁ କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୫୦ ହଜାର ୟୁନିଟ୍‌ରୁ ଦେଢ଼ ଲକ୍ଷକୁ ବଢ଼ାଇବା ଲକ୍ଷ୍ୟ ରଖିଛି।

ପ୍ରଥମେ କମ୍ପାନି ଭାରତରେ ମାସିକ ୫୦୦ ଯାନ ବିକ୍ରି କରୁଥିବାବେଳେ ଏବେ ତାହା ୨୫୦୦ରୁ ୩୦୦୦ ସ୍ତରକୁ ବୃଦ୍ଧି ପାଇଛି।

ଦୁଇଫାଳ ହୋଇଗଲା କାର୍‌; ୨ ସେନା କର୍ମଚାରୀ, ପତ୍ନୀ ଓ ୩ ଶିଶୁଙ୍କ ସମେତ ୭ ମୃତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)