Villagers Detain CRCC at School: ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଲମ୍ବନକୁ ନେଇ ଉତ୍ତେଜନା, CRCCଙ୍କୁ ୩ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

Nov 14, 2026 - 09:04
Villagers Detain CRCC at School: ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଲମ୍ବନକୁ ନେଇ ଉତ୍ତେଜନା, CRCCଙ୍କୁ ୩ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ନିଲମ୍ବନ ଆଦେଶ ନେଇ ଆସିଥିବା ସିଆରସିସିଙ୍କୁ ବିଦ୍ୟାଳୟରେ ଅଟକ।

ମୟୂରଭଂଜ କପ୍ତିପଦା ବ୍ଲକ ନୁନ୍ଦୁରସାହି ଜନତା ନୋଡାଲ ୟୁପିଏସ ବିଦ୍ୟାଳୟର ଏ ଘଟଣା।

ନୁଦଡିହା କ୍ଲଷ୍ଟର ସିଆରସିସି ଶରତ କୁମାର ମଲ୍ଲିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ଜେନାଙ୍କ ନିଲମ୍ବନ ଆଦେଶ ଏବଂ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେବାକୁ ବିଦ୍ୟାଳୟକୁ ଆସିଥିଲେ।

Advertisment ହେଲେ ଏହି ସମୟରେ ଗ୍ରାମବାସୀ ଏବଂ ପରିଚାଳନା କମିଟି ସଦସ୍ୟ ବିଦ୍ୟାଳୟରେ ପହଂଚି ନିଲମ୍ବନ ଆଦେଶକୁ ବିରୋଧ କରିଥିଲେ।

ତାସହିତ କେଉଁ କାରଣ ପାଇଁ ନିଲମ୍ବନ କରାଯାଉଛି ବୋଲି କହି ସିଆରସିସିଙ୍କୁ ବିଦ୍ୟାଳୟରେ ଅଟକ ରଖିଥିଲେ।

ବିଦ୍ୟାଳୟ ବଗିଚା ସଫା କରୁଥିବା ବେଳେ ଜଣେ ଛାତ୍ରଙ୍କ ଉପରେ କୋଦାଳ ବାଜି ସେ ଆହତ ହୋଇଥିବା ଘଟଣାକୁ ନେଇ ନିଲମ୍ବନ ହୋଇଥିବାରୁ ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ।

ଉକ୍ତ ଆହତ ଛାତ୍ରଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନାହିଁ, ଘଟଣାର କୌଣସି ତଦନ୍ତ କରାଯାଇ ନାହିଁ, ତେଣୁ କେଉଁ ଆଧାରରେ ନିଲମ୍ବନ କରାଯାଉଛି ବୋଲି କହି ସିଆରସିସିଙ୍କୁ ଘେରିଥିଲେ ଗ୍ରାମବାସୀ।

୩ ଘଣ୍ଟାରୁ ଅଧିକ ହେବ ସିଆରସିସି ଅଟକ ଥିବା ବେଳେ କପ୍ତିପଦା ପୋଲିସ ବିଦ୍ୟାଳୟରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)