Village Mates Protes ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଗାଁ ସାଥୀ ସଂଘର ପ୍ରତିବାଦ ସଭା

Sep 09, 2026 - 17:52
Village Mates Protes ଜିଲ୍ଲାପାଳଙ୍କ  କାର୍ଯ୍ୟଳୟ ଆଗରେ ଗାଁ ସାଥୀ ସଂଘର ପ୍ରତିବାଦ ସଭା

"ଭଦ୍ରକ (ହରିହର ନାୟକ):   ଭଦ୍ରକ ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ପ୍ରତିବାଦ ସଭା କରିବା ସହ ଜିଲ୍ଲାପାଳଙ୍କ ଜରିଆରେ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଏଥିରେ  ଗାଁସାଥୀମାନଙ୍କୁ  ଅବିଳମ୍ବେ ମାସିକ ଦରମା ଦେବା ପାଇଁ  ଦାବି  କରିଛନ୍ତି ।

ଦାବି ପୂରଣ ନ ହେଲେ ଆସନ୍ତା  ୨୧ ସେପ୍ଟେମ୍ବରରେ ବିଧାନସଭା ଘେରିବ ସଂଘ ବୋଲି ଚେତାବନୀ ଦେଇଛନ୍ତି ।Advertisment ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ ପ୍ରଦେଶର ସଭାପତି  ଲକ୍ଷ୍ମୀଧର ବିଶ୍ଵାଳଙ୍କ ଆହ୍ୱାନ କ୍ରମେ ୯ ଦଫା ରାଜ୍ୟ ଦାବି ଓ ୬ ଦଫା ଜିଲ୍ଲାଦାବିକୁ ନେଇ ଶତାଧିକ ଗାଁସାଥୀ (ମେଟ୍) ସଭ୍ୟ ସଭ୍ୟା ଓ ବ୍ଲକ ତଥା ଜିଲ୍ଲା ସଂଗଠକଗଣ ଆଜି ବିକ୍ଷୋଭରେ ଯୋଗ ଦେଇଥିଲେ।

ମାସିକ ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପ୍ରୋତ୍ସାହନ ରାଶି ଦାବି କଲା ଗାଁସାଥୀ ସଂଘ ପ୍ରଦାନ କରାଯାଇଥିବା ଦାବିପତ୍ରରେ, ମାସିକ ୧୫ହଜାରରୁ ଊର୍ଦ୍ଧ୍ଵ ପ୍ରୋତ୍ସାହନ, ଫାଙ୍କାଥିବା ଜି.ଆର.

ଏସ୍.

ପଦବୀରେ ଯୋଗ୍ୟ ଗାଁସାଥୀଙ୍କୁ ସଂରକ୍ଷଣ ଭିଭିରେ ମୁତୟନ ଜବକାର୍ଡଧାରୀମାନଙ୍କୁ ସେମାନଙ୍କର ଡିମାଣ୍ଡ ଆଧାରରେ ବର୍ଷକୁ ୩୦୦ ଦିନର କାମ ଆଦି ୯ ଦଫା ପ୍ରସଙ୍ଗ ରହିଛି।

ଠିକ୍ ସେହିପରି ଜିଲ୍ଲାସ୍ତରରେ ୬ ଦଫା ଦାବି ଯଥା- ଚିଠି ନଂ- ୨୪୫୦୯, ତାରିଖ ୨୯.୦୮.୨୦୨୬ଙ୍କୁ ମାନି କାର୍ଯ୍ୟ କରିବା, ଗାଁସାଥୀଙ୍କ ସଠିକ୍ ଡାଟାବେସକୁ ରାଜ୍ୟକୁ ପଠାଇବା, ଚିଠି ଅନୁସାରେ ଗାଁସାଥୀଙ୍କୁ ସମସ୍ତ ଜିଓଟ୍ୟାଗ୍ କାର୍ଯ୍ୟରେ ଲଗାଇବା, ଗାଁସାଥୀ( ମେଟ୍)ଙ୍କ ବକେୟା ପ୍ରାପ୍ୟ ପ୍ରଦାନ, ପୂର୍ବପରି ଭିବିଜୀ-ରାମଜୀ ଯୋଜନାରେ ଗାଁସାଥୀ (ମେଟ୍)ଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ ଆଦି ଡିମାଣ୍ଡକୁ ପୂରଣ ଲାଗି ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ମାସିକ ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପ୍ରୋତ୍ସାହନ ରାଶି ଦାବି କଲା ଗାଁସାଥୀ ସଂଘ ଏହି ସ୍ମାରକପତ୍ରକୁ ସଂଘ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନ୍ୟ ୭ଜଣ ସାମ୍ବିଧାନିକ ତଥା ପ୍ରଶାସନିକ ଅଧିକାରୀମାନଙ୍କ ନିକଟକରୁ ପଠାଇଛନ୍ତି ।

ସରକାରୀ ଅର୍ଥ ହଡ଼ପ ମାମଲା: ଫରେଷ୍ଟର୍‌ ଓ ଗାଁସାଥୀ ଗିରଫ ଆଗାମୀ ୧ ସପ୍ତାହ ମଧ୍ୟରେ ସରକାର ସେମାନଙ୍କ ଦାବି ପୂରଣ ନକଲେ ଚଳିତ ସେପ୍ଟେମ୍ବର ୨୧ ତାରିଖ ସକାଳ ୯ ଘଟିକା ସମୟରେ ଓଡ଼ିଶା ବିଧାନସଭା ଆଗରେ ଥିବା ଲୋୟର ପିଏମ୍‌ଜି ଧାରଣାସ୍ଥଳରେ ଗାଁସାଥୀ (ମେଟ୍) ତାଙ୍କ ପରିବାର ସଦସ୍ୟ/ସଦସ୍ୟା ଓ ଜବକାର୍ଡଧୀ ମିଶି ୫୦ ହଜାରରୁ ଅଧିକ ସଂଖ୍ୟାରେ ଏକ ଜୋର୍‌ଦାର ଆନ୍ଦୋଳନ କରିବା ପାଇଁ ସଂଘ ସ୍ଥିର କରିଅଛି ବୋଲି ଆଜିର ସଂଗଠକମାନେ ନେ ଗଣମାଧ୍ୟମକୁ ଜଣାଇଛନ୍ତି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)