Hockey: ଭାରତର ହ୍ୟାଟ୍ରିକ୍‌, ଜାପାନକୁ ୪-୧ରେ ହରାଇଲା

Oct 31, 2026 - 05:23
Hockey: ଭାରତର ହ୍ୟାଟ୍ରିକ୍‌, ଜାପାନକୁ ୪-୧ରେ ହରାଇଲା

ଜଳନ୍ଧର: ସ୍ଥାନୀୟ ସୁରଜିତ ସିଂହ ହକି ଷ୍ଟାଡିୟମରେ ଚାଲିଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ଜୟଯାତ୍ରା ଜାରି ରହିଛି।

ଭାରତ ଶୁକ୍ରବାର ଜାପାନକୁ ୪-୧ରେ ପରାସ୍ତ କରି କ୍ରମାଗତ ତୃତୀୟ ବିଜୟ ହାସଲ କରିଛି।

୧୧ତମ ମିନିଟ୍‌ରେ ଅଭିଷେକ ଗୋଲ୍‌ କରି ଭାରତକୁ ୧-୦ରେ ଅଗ୍ରଣୀ କରିଥିଲେ, କିନ୍ତୁ ଏହାର ମାତ୍ର ୩ ମିନିଟ୍‌ ପରେ ଜାପାନ ଏକ ପେନାଲ୍ଟି ଷ୍ଟ୍ରୋକ୍‌କୁ ଗୋଲ୍‌ରେ ରୂପାନ୍ତର କରି ସ୍ଥିତି ୧-୧କୁ ଆଣିଥିଲା।

ଜାପାନ ଦଳ ଲଢୁଆ ଖେଳ ପ୍ରଦର୍ଶନ କରି ତୃତୀୟ କ୍ବାର୍ଟର ଶେଷ ପର୍ଯ୍ୟନ୍ତ ସ୍ଥିତିକୁ ୧-୧ରେ ବରାବର ରଖିଥିଲେ ବି ଚତୁର୍ଥ କ୍ବାର୍ଟରରେ ଭାରତୀୟ ଦଳ ଆକ୍ରାମକ ଖେଳ ପ୍ରଦର୍ଶନ କରି ଲଗାତାର ୩ଟି ଗୋଲ ଦେଇଥିଲା।

Advertisment SBI: ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଏହି କ୍ବାର୍ଟର ଆରମ୍ଭରେ (୪୭ ତମ ମିନିଟ୍‌) ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା ଯାହାକୁ ଗୋଲ୍‌ରେ ରୂପାନ୍ତର କରିଥିଲେ ହରମନପ୍ରୀତ ସିଂହ।

୫୧ତମ ମିନିଟ୍‌ରେ ଅଭିଷେକ ଆଉ ଏକ ଗୋଲ୍‌ କରି ଭାରତର ଅଗ୍ରଣୀକୁ ୩-୧ କରିଥିଲେ।

ଏହାର ୫ ମିନିଟ୍‌ ପରେ ବିଷ୍ଣୁକାନ୍ତ ସିଂହ ଭାରତ ପକ୍ଷରୁ ଚତୁର୍ଥ ଗୋଲ୍‌ ଦେଇ ବିଜୟ ବ୍ୟବଧାନକୁ ବଢାଇଦେଇଥିଲେ।

ପୂର୍ବରୁ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଓ ଦ୍ବିତୀୟ ମ୍ୟାଚ୍‌ରେ ଚୀନ କୁ ହରାଇଥିଲା।

ଏହି ପ୍ରତିଯୋଗିତାରେ ମାଲେସିଆର ଜୟଯାତ୍ରା ମଧ୍ୟ ଜାରି ରହିଛି।

ଶୁକ୍ରବାର ଏହି ଦଳ ବାଂଲାଦେଶକୁ ୬-୧ରେ ପରାସ୍ତ କରି କ୍ରମାଗତ ତୃତୀୟ ବିଜୟ ହାସଲ କରିଛି।

ମାଲେସିଆ ପକ୍ଷରୁ ଆବୁ କମଲ ଆର୍ଜାଇ ଦୁଇଟି ଗୋଲ୍‌ ଦେଇଥିଲେ।

ଶୁକ୍ରବାରର ଦ୍ବିତୀୟ ମ୍ୟାଚ୍‌ରେ ଦକ୍ଷିଣ କୋରିଆ ୨-୧ରେ ଚୀନକୁ ପରାସ୍ତ କରିଛି।

ଚଳିତ ପ୍ରତିଯୋଗିତାରେ ବାଂଲାଦେଶ ଓ ଚୀନ ଏପର୍ଯ୍ୟନ୍ତ ବିଜୟଶୂନ୍ୟ ରହିଛନ୍ତି।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)