US Soldier Rebukes Pete Hegseth: ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବି ଛାଡ଼ିଲେନି ଗାର୍ଡ! ସାମରିକ ସ୍ମାରକୀ ଆଗରେ ହସିବାରୁ କଲେ ତାଗିଦ୍

Nov 14, 2026 - 12:27
US Soldier Rebukes Pete Hegseth: ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବି ଛାଡ଼ିଲେନି ଗାର୍ଡ! ସାମରିକ ସ୍ମାରକୀ ଆଗରେ ହସିବାରୁ କଲେ ତାଗିଦ୍

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ତାଗିଦ କଲେ ଜଣେ ସାଧାରଣ ସୈନିକ।

ସାମରିକ ସ୍ମାରକୀ ଆଗରେ ହସିବା ବାରଣ କଲେ।

ପୂରା ଟିମ୍‌କୁ ଚୁପ୍ ରହିବାକୁ ଦେଲେ ଚେତାବନୀ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସର୍ବସାଧାରଣରେ ତାଗିଦ୍ କଲେ ଜଣେ ସାଧାରଣ ସୈନିକ।

ତାହା ପୁଣି ନିଜ ଦେଶର ସାମରିକ ସ୍ମାରକୀ ନିକଟରେ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ଓ ତାଙ୍କ ଟିମ୍‌କୁ ନୀରବତା ବଜାୟ ରଖିବାକୁ ଚେତାବନୀ ଦେଇଛନ୍ତି ସେଠାରେ ମୁତୟନ ଜଣେ ଆର୍ମି ଗାର୍ଡ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ।

Advertisment ଘଟଣାଟି ନଭେମ୍ବର ୧୧ ତାରିଖର ।

ଭେଟେରାନ୍ସ ଡେ' ଅବସରରେ ଆମେରିକାର ଆର୍ଲିଂଟନ୍ ନ୍ୟାସନାଲ୍ ସେମେଟ୍ରିରେ ଥିବା ଟମ୍ବ ଅଫ୍ ଦି ଅନନୋନ୍ ସୋଲଜର୍‌ରେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା ।

ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ପ୍ରତିରକ୍ଷା ମନ୍ତ୍ରୀ ହେଗସେଥ୍ ଯୋଗ ଦେଇଥିଲେ।

ସମାରୋହ ପରେ ହେଗସେଥ୍ ନିଜ ପତ୍ନୀ ଓ ଅଧିକାରୀଙ୍କ ସହ ସ୍ମାରକୀ ସାମ୍ନାରେ ଫଟୋ ଉଠାଉଥିଲେ।

ଏହି ସମୟରେ ସେମାନଙ୍କ ଭିତରୁ ଜଣେ କୌଣସି କାରଣ ନେଇ ଠୋ ଠୋ ହସିଥିଲେ ।

ଏସବୁ ଦେଖି ଚିହିଁକି ଉଠିଥିଲେ ସେଠାରେ ପହରା ଦେଉଥିବା ଜଣେ ସାଧାରଣ ସୈନିକ ।

ଉପସ୍ଥିତ ପ୍ରତିରକ୍ଷା ମନ୍ତ୍ରୀ ଏବଂ ତାଙ୍କ ସଂପର୍କୀୟମାନଙ୍କୁ ନୀରବତା ଓ ସମ୍ମାନ ବଜାୟ ରଖିବାକୁ ମୁହେଁ ମୁହେଁ ଶୁଣାଇ ଦେଇଥିଲେ ସେ।

ଏହି ସ୍ମାରକୀରେ ପ୍ରଥମ ବିଶ୍ୱଯୁଦ୍ଧ ସମେତ ବିଭିନ୍ନ ଯୁଦ୍ଧରେ ପ୍ରାଣ ହରାଇଥିବା ଏବଂ ପରିଚୟ ମିଳିନଥିବା ଆମେରିକୀୟ ସୈନିକଙ୍କୁ ସମାଧି ଦିଆଯାଇଛି ।

୧୯୪୮ରୁ ଏଠାରେ ୨୪ ଘଣ୍ଟା ପହରା ଦେଇଆସୁଛନ୍ତି ଆମେରିକୀୟ ସେନାର ଓଲ୍ଡ ଗାର୍ଡ।

ତେବେ ଘଟଣା ପରେ ପେଣ୍ଟାଗନ୍‌ର ମୁଖପାତ୍ର ସୈନିକ ଜଣକ ଠିକ୍ ଭାବେ ନିଜ ଦାୟିତ୍ୱ ତୁଲାଇଥିବା କହି ପ୍ରଶଂସା କରିଛନ୍ତି।

ଅନ୍ୟପଟେ ଡେମୋକ୍ରାଟିକ୍ ନେତାମାନେ ହେଗସେଥ୍‌ଙ୍କ ଆଚରଣକୁ ସମାଲୋଚନା କରିଛନ୍ତି ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)