US Proposes Tariffs Up to 25% on India: ଭାରତକୁ ଆମେରିକାର ଟାରିଫ୍ ଛାଟ, ବାଣିଜ୍ୟ ଆଲୋଚନା ମଧ୍ୟରେ ନୂଆ ଚ୍ୟାଲେଞ୍ଜ

Nov 25, 2026 - 20:44
US Proposes Tariffs Up to 25% on India: ଭାରତକୁ ଆମେରିକାର ଟାରିଫ୍ ଛାଟ, ବାଣିଜ୍ୟ ଆଲୋଚନା ମଧ୍ୟରେ ନୂଆ ଚ୍ୟାଲେଞ୍ଜ

ଆମେରିକାର ନୂଆ ଶୁଳ୍କ ଯୋଜନାରେ ଭାରତକୁ ବଡ଼ ଝଟକା।

ଭାରତରୁ ଆମେରିକାକୁ ଯାଉଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଲଗାଇବାକୁ ପ୍ରସ୍ତାବ ରଖିଛି ଟ୍ରମ୍ପ୍‌ ପ୍ରଶାସନ।

ଏହି ତାଲିକାରେ ଭାରତ ସହ ଆଉ ୬ଟି ଦେଶ ରହିଛନ୍ତି।

Advertisment ଆମେରିକାର ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟର ପ୍ରସ୍ତାବ ଅନୁସାରେ, କାମ୍ବୋଡିଆ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ମାଲେସିଆ, ତାଇୱାନ୍‌ ଓ ଥାଇଲାଣ୍ଡ ଉପରେ ମଧ୍ୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗିପାରେ।

ଚୀନ୍‌ ଉପରେ ସବୁଠାରୁ ଅଧିକ, ୪୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଲଗାଇବାକୁ ପ୍ରସ୍ତାବ ରହିଛି।

ଭିଏତନାମ୍‌ ଉପରେ ୩୫ ପ୍ରତିଶତ ଏବଂ ୟୁରୋପୀୟ ସଂଘ, ଜାପାନ୍‌, ସ୍ୱିଜରଲାଣ୍ଡ, ସିଙ୍ଗାପୁର ଓ ବାଂଲାଦେଶ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ପ୍ରସ୍ତାବ ଦିଆଯାଇଛି।

ଆଠ ମାସର ତଦନ୍ତ ପରେ ଆମେରିକା ଏହି ପଦକ୍ଷେପ ନେଇଛି।

ଓ୍ୱାଶିଂଟନ୍‌ର ଅଭିଯୋଗ, କିଛି ଦେଶ ନିଜ ଶିଳ୍ପ ଓ ଉତ୍ପାଦନକୁ ବଜାର ଚାହିଦାଠାରୁ ଅଧିକ ବଢ଼ାଉଛନ୍ତି।

ଏହା ଆମେରିକାର ବ୍ୟବସାୟ ଓ ଉତ୍ପାଦକଙ୍କ ଉପରେ ଚାପ ସୃଷ୍ଟି କରୁଛି।

ଶିଳ୍ପକୁ ମିଳୁଥିବା ସହାୟତା ଏବଂ ଉତ୍ପାଦନ ନୀତିକୁ ମଧ୍ୟ ଆମେରିକା ପ୍ରଶ୍ନ କରିଛି।

Advertisment ତେବେ ଏହି ୨୫ ପ୍ରତିଶତ ଶୁଳ୍କ ଏବେଠାରୁ ଲାଗୁ ହେବ ନାହିଁ।

ପ୍ରସ୍ତାବ ଉପରେ ସାର୍ବଜନୀନ ମତାମତ ନିଆଯିବ, ଶୁଣାଣି ମଧ୍ୟ ହେବ।

ଏହା ପରେ ହିଁ ଶୁଳ୍କ ଲାଗୁ କରିବା ନେଇ ନିଷ୍ପତ୍ତି ହେବ।

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଚାଲିଥିବା ବେଳେ ଏହି ପ୍ରସ୍ତାବ ଭାରତ ପାଇଁ ଆଉ ଏକ ଚ୍ୟାଲେଞ୍ଜ୍‌ ହୋଇଛି।

ତେବେ ଏହା ଶେଷ ନିଷ୍ପତ୍ତି ନୁହେଁ।

ଆମେରିକାର ପରବର୍ତ୍ତୀ ପଦକ୍ଷେପ ଏବଂ ଭାରତର ପ୍ରତିକ୍ରିୟା ଉପରେ ଏବେ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)