US Open Champion: ୟୁଏସ୍‌ ଓପନ୍‌: ବିଜେତା ଆଲ୍‌କାରାଜ ବିଦା...

Sep 09, 2026 - 16:48
US Open Champion: ୟୁଏସ୍‌ ଓପନ୍‌: ବିଜେତା ଆଲ୍‌କାରାଜ ବିଦା...

"ନ୍ୟୁୟର୍କ: ଚଳିତ ୟୁଏସ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ଗତ ସଂସ୍କରଣ ବିଜେତା ତଥା ବିଶ୍ବର ୨ ନମ୍ବର କାର୍ଲୋସ ଆଲ୍‌କାରାଜଙ୍କ ଅଭିଯାନ ଶେଷ ହୋଇଛି।

ବୁଧବାର କ୍ବାର୍ଟରଫାଇନାଲ୍‌ରେ ୭ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଏହି ସ୍ପେନ୍‌ ଖେଳାଳିଙ୍କୁ ୬-୭, ୬-୧, ୬-୩, ୧-୬, ୭-୬ ସେଟ୍‌ରେ ସ୍ଥାନୀୟ ଖେଳାଳି ବେନ୍‌ ସେଲ୍‌ଟନ୍‌ ହରାଇ ବିଦାୟ ରାସ୍ତା ଦେଖାଇଛନ୍ତି।

ସେମିଫାଇନାଲ୍‌ରେ ଅଷ୍ଟମ ମାନ୍ୟତାପ୍ରପ୍ତ ସେଲ୍‌ଟନ୍‌ ନିଜ ଦେଶର ଫ୍ରାନ୍‌ସେସ୍‌ ତିଆଫୋଏଙ୍କୁ ଭେଟିବେ।

ଫଳରେ ୨୦୦୩ ପରେ ଜଣେ ଆମେରିକୀୟ ପୁରୁଷ ଖେଳାଳି ଗ୍ରାଣ୍ଡ ସ୍ଲାମ୍‌ ବିଜେତା ହେବାର ଆଶା ସଞ୍ଚାର ହୋଇଛି।Advertisment ଆହୁରି ପଢ଼ନ୍ତୁ- Vande Mataram Row: "ବନ୍ଦେ ମାତରମ୍‌" ସମ୍ପୂର୍ଣ୍ଣ ଗାନ ବେଳେ ଛିଡ଼ା ହୋଇ ରହିଲେ ଓମର ଅବଦୁଲ୍ଲା, କଂଗ୍ରେସ ପକ୍ଷରୁ ଆପତ୍ତି ଏକାଦଶ ମାନ୍ୟତାପ୍ରାପ୍ତ ତିଆଫୋଓ ୫-୭, ୩-୬, ୭-୫, ୬-୩, ୭-୬ ସେଟ୍‌ରେ ଆମେରିକାର ଆଲେକ୍ସ ମିଚେଲସେନ୍‌ଙ୍କୁ ହରାଇଥିଲେ।

ମହିଳା ଏକକ ସେମିଫାଇନାଲ୍‌ରେ ବିଶ୍ବର ୧ ନମ୍ବର ବେଲାରୁଷ ଖେଳାଳି ଆରିନା ସାବାଲେଙ୍କା ଏବଂ ୩ ନମ୍ବର ଆମେରିକାର ଜେସିକା ପେଗୁଲା ମୁହାଁମୁହିଁ ହେବେ।

୪ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସାବାଲେଙ୍କା ୭-୬, ୩-୬, ୭-୬ ସେଟ୍‌ରେ ୱିମ୍ବଲଡନ୍‌ ବିଜୟିନୀ ଚେକ୍‌ ଗଣରାଜ୍ୟର ଲିଣ୍ଡା ନୋସ୍କୋଭାଙ୍କୁ ପରାସ୍ତ କରି ହ୍ୟାଟ୍ରିକ୍‌ ୟୁଏସ୍‌ ଓପନ୍‌ ଟ୍ରଫି ଦିଗରେ ଆଉ ଗୋଟିଏ ପାଦ ବଢ଼ାଇଛନ୍ତି।

ସେହିପରି ୨୦୨୪ ଫାଇନାଲିଷ୍ଟ ପେଗୁଲା ୩-୬, ୬-୪, ୬-୩ ସେଟ୍‌ରେ ନିଜ ଦେଶର ଇମା ନାଭାରୋଙ୍କୁ ହରାଇଥିଲେ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)