US Midterm Elections: ଟ୍ରମ୍ପଙ୍କ ଗଡ଼ରେ ଭାରତୀୟ ଝିଅଙ୍କ ବାଜିମାତ୍! ଜୟପୁରରୁ ଆମେରିକା, ପିଆ ଡାଣ୍ଡିଆଙ୍କ ଐତିହାସିକ ବିଜୟ

Nov 05, 2026 - 08:15
US Midterm Elections: ଟ୍ରମ୍ପଙ୍କ ଗଡ଼ରେ ଭାରତୀୟ ଝିଅଙ୍କ ବାଜିମାତ୍! ଜୟପୁରରୁ ଆମେରିକା, ପିଆ ଡାଣ୍ଡିଆଙ୍କ ଐତିହାସିକ ବିଜୟ

ନୂଆଦିଲ୍ଲୀ: ଆମେରିକା ମାଟିରେ ଭାରତୀୟ ଝିଅଙ୍କ ଦମଦାର ଦବଦବା !

ଟ୍ରମ୍ପଙ୍କ ରାଜନୈତିକ ଗଡ଼ରେ ରଚିଲେ ଇତିହାସ ।

ଜୟପୁରରୁ ଆମେରିକା...

ଆଉ ଏବେ ସିଧା ସଂସଦରେ ।

ଟ୍ରମ୍ପଙ୍କ ଘନିଷ୍ଠ ରିପବ୍ଲିକାନ୍ ପ୍ରାର୍ଥୀଙ୍କୁ ମାତ୍ ଦେଇ ବିଜୟର ମୁକୁଟ ପିନ୍ଧିଛନ୍ତି ଭାରତୀୟ ବଂଶୋଦ୍ଭବ ପିଆ ଡାଣ୍ଡିଆ ।

ହାର୍ଭାର୍ଡରୁ ହ୍ୱାଇଟ୍ ହାଉସ୍ ...

ଆଉ ଏବେ ଆମେରିକାର ପ୍ରତିନିଧି ସଭା ।

କିଏ ଏହି ପିଆ ?

କେମିତି ଜୟପୁରର ମାଟି ସହ ତାଙ୍କର ରହିଛି ନିବିଡ଼ ସମ୍ପର୍କ ?

ଜୟପୁରରୁ ଆମେରିକା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଏବେ ସାଜିଛି ଅନେକଙ୍କ ପାଇଁ ପ୍ରେରଣା।

ଆମେରିକାର ମିଡଟର୍ମ ନିର୍ବାଚନରେ ଫ୍ଲୋରିଡାର ୨୨ତମ କଂଗ୍ରେସନାଲ୍ ଡିଷ୍ଟ୍ରିକ୍ଟରୁ ବିଜୟୀ ହୋଇଛନ୍ତି ପିଆ।

Advertisment US Midterm Elections: ପରାଜୟ ପାଇଁ ଇରାନ ଯୁଦ୍ଧ ଓ ଇନ୍ଧନ ଦର ବୃଦ୍ଧି ଦାୟୀ: ଟ୍ରମ୍ପ ରିପବ୍ଲିକାନ୍ ପାର୍ଟିର ବ୍ୟବସାୟୀ ପ୍ରାର୍ଥୀ କେସି ଆସ୍କରଙ୍କୁ ପରାସ୍ତ କରି ସେ ଆମେରିକାର ପ୍ରତିନିଧି ସଭାକୁ ନିର୍ବାଚିତ ଦ୍ୱିତୀୟ ଭାରତୀୟ-ଆମେରିକୀୟ ମହିଳା ହୋଇଛନ୍ତି।

ଏହା ପୂର୍ବରୁ ପ୍ରମିଳା ଜୟପାଲ ଏହି ସଫଳତା ହାସଲ କରିଥିଲେ।

ପିଆଙ୍କ ମୂଳ ରାଜସ୍ଥାନର ଜୟପୁର।

୧୯୮୦ ଦଶକରେ ତାଙ୍କ ମାତାପିତା ଆମେରିକା ଚାଲିଯାଇ ସେଠାରେ ବସବାସ କରିଥିଲେ।

ପିତା ଡାକ୍ତର ରୋହିତ ଡାଣ୍ଡିଆ ଚିକିତ୍ସା ସେବାରେ ନିୟୋଜିତ ଥିବାବେଳେ ମାଆ ଏକ ମଣ୍ଟେସୋରି ସ୍କୁଲ୍ ପ୍ରତିଷ୍ଠା କରିଥିଲେ।

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରିଥିବା ପିଆ ଛୁଟି ସମୟରେ ଦିଲ୍ଲୀର ବସ୍ତି ଅଞ୍ଚଳରେ ପିଲାଙ୍କୁ ଇଂରାଜୀ ପଢ଼ାଉଥିଲେ।

୨୦୨୦ରେ ହ୍ୱାଇଟ୍ ହାଉସ୍ ଫେଲୋ ଭାବେ ମନୋନୀତ ହୋଇ ସେ ଶିକ୍ଷା ଓ ଘରୋଇ ନୀତି କ୍ଷେତ୍ରରେ କାମ କରିଥିଲେ।

ମହଙ୍ଗା ଜୀବନଯାପନ, ଦୁର୍ନୀତି, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ବନ୍ଧୁକ ସୁରକ୍ଷା ଥିଲା ତାଙ୍କ ପ୍ରଚାରର ମୁଖ୍ୟ ପ୍ରସଙ୍ଗ।

ପିଆଙ୍କ ବିଜୟ ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ବଢ଼ୁଥିବା ରାଜନୈତିକ ପ୍ରଭାବକୁ ପୁଣିଥରେ ଉଜାଗର କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)