US Flight Restrictions Lifted: ହଟିଲା କଟକଣା, ଖୋଲିଲା ଏୟାରସ୍ପେସ୍: ମରାମତି ପରେ ପୁଣି ଆକାଶରେ ଉଡ଼ିଲା ବିମାନ

Nov 14, 2026 - 10:47
US Flight Restrictions Lifted: ହଟିଲା କଟକଣା, ଖୋଲିଲା ଏୟାରସ୍ପେସ୍: ମରାମତି ପରେ ପୁଣି ଆକାଶରେ ଉଡ଼ିଲା ବିମାନ

ଆମେରିକାରେ ହଟିଲା ବିମାନ ଉଡ଼ାଣ କଟକଣା।

ତ୍ରୁଟି ସୁଧାର ପରେ ପୁଣି ଖୋଲିଲା ଆମେରିକାର ଏୟାରସ୍ପେସ୍।

ଧିରେ ଧିରେ ସ୍ୱାଭାବିକ ହେଉଛି ଚଳାଚଳ।

ତେବେ ପୁରୁଣା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ହାର୍ଡୱେର୍ ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଡାର ଡାଟା ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା।

ଫଳରେ ବିମାନ ଚଳାଚଳ ନିୟନ୍ତ୍ରଣରେ ସମସ୍ୟା ଉପୁଜିଥିବା କୁହାଯାଉଛି।

Advertisment ଶୁକ୍ରବାର ଅପରାହ୍ନରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ର ରାଡାର ଓ ଯୋଗାଯୋଗ ବ୍ୟବସ୍ଥାରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି।

ଫଳରେ ସାରା ଦେଶରେ ଲାଗୁ ହୋଇଥିଲା ଗ୍ରାଉଣ୍ଡ ଷ୍ଟପ୍।

ଅର୍ଥାତ୍ ବିମାନଗୁଡ଼ିକୁ ଭୂମିରେ ଅଟକାଇ ରଖିବାକୁ ଦିଆଯାଇଥିଲା ନିର୍ଦ୍ଦେଶ।

ସେହି ସମୟରେ ଆକାଶରେ ଥିବା ୩ ହଜାର ୫୦୦ରୁ ଅଧିକ ବିମାନ ସୁରକ୍ଷିତ ଅବତରଣ କରିଥିଲେ।

ତେବେ ଏହା କୌଣସି ସାଇବର ଆକ୍ରମଣ ନୁହେଁ କି ମାଇକ୍ରୋସଫ୍ଟ ଆଉଟେଜ୍ ସହ ଏହାର ସମ୍ପର୍କ ନାହିଁ।

ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମ୍ ର ପୁରୁଣା ହାର୍ଡୱେର୍ ରେ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସ୍ପଷ୍ଟ କରିଛି ଟ୍ରମ୍ପ ପ୍ରଶାସନ।

ଏୟାରସ୍ପେସ୍ ଖୋଲିଯାଇଛି, ଏବେ ଧିରେ ଧିରେ ବିମାନ ଚଳାଚଳ ସ୍ୱାଭାବିକ ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)