UP mother: ଆର୍ଥିକ ସଙ୍କଟ ହେତୁ ନିଜ ସନ୍ତାନକୁ ବିକ୍ରି କରିଦେଲା ମା’

Nov 20, 2026 - 21:12
UP mother: ଆର୍ଥିକ ସଙ୍କଟ ହେତୁ ନିଜ ସନ୍ତାନକୁ ବିକ୍ରି କରିଦେଲା ମା’

ଲକ୍ଷ୍ମୌ: ନଅମାସ ଗର୍ଭ ଧାରଣ କରିବା ଏବଂ ଜନ୍ମ ପରେ ୨୦ ଦିନ ଧରି ଛାତିରେ ଜାକି ରଖିବା ପରେ, ପାରିବାରିକ ଆର୍ଥିକ ଅନଟନରେ ଅତିଷ୍ଠ ହୋଇ ଜଣେ ମା' ନିଜର ନବଜାତ କନ୍ୟା ସନ୍ତାନକୁ ଅନ୍ୟ ଏକ ପରିବାରକୁ ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

Advertisment ଉତ୍ତର ପ୍ରଦେଶ ର ଅଲିଗଡ଼ରେ ଘଟିଥିବା ଏହି ଘଟଣାରେ, ଶିଶୁଟିକୁ ଅନ୍ୟ ପରିବାରକୁ ମହିଳା ଦେଇଦେବା ବିଷୟରେ ଜାଣିବା ପରେ ନର୍ସିଂ ହୋମ୍ ପରିଚାଳକଙ୍କୁ ସନ୍ଦେହ ହୋଇଥିଲା ଏବଂ ସେ ପୁଲିସକୁ ସୂଚନା ଦେଇଥିଲେ।

ପ୍ରାରମ୍ଭରେ ଶିଶୁଟିକୁ ବିକ୍ରି କରାଯାଉଥିବା ନେଇ ସନ୍ଦେହ କରାଯାଉଥିଲେ ମଧ୍ୟ, ପଚରାଉଚରା ବେଳେ ମହିଳା ଜଣକ ଏଭଳି କୌଣସି କାରବାର ହୋଇଥିବା କଥାକୁ ଅସ୍ୱୀକାର କରିଥିଲେ।

ସେ ନିଜର ଏଭଳି ପଦକ୍ଷେପ ପଛରେ ଗମ୍ଭୀର ଆର୍ଥିକ ସଙ୍କଟ ଏବଂ ପିଲାଙ୍କ ଲାଳନପାଳନ ନେଇ ଥିବା ଚିନ୍ତାକୁ ଦର୍ଶାଇଛନ୍ତି।

ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି ଏବଂ ନବଜାତ ଶିଶୁର ସୁରକ୍ଷା ନିଶ୍ଚିତ କରିବା ପାଇଁ 'ଚାଇଲ୍ଡ ୱେଲଫେୟାର କମିଟି' (ଶିଶୁ କଲ୍ୟାଣ ସମିତି) କୁ ଅବଗତ କରାଇବା ପାଇଁ ପଦକ୍ଷେପ ନିଆଯାଉଛି।ଏହି ଘଟଣା ଅଲିଗଡ଼ର 'ଜୱାନ' ଥାନା ଅନ୍ତର୍ଗତ ସୁମେରା ଝାଲ୍‌ରେ ଥିବା 'ଆଦିଲ୍ ନର୍ସିଂ ହୋମ୍'ରେ ଘଟିଛି।

ରିପୋର୍ଟ ଅନୁଯାୟୀ, ମହିଳାଙ୍କ ନାମ ସୋନି ବୋଲି ଜଣାପଡ଼ିଛି।

ତାଙ୍କର ପୂର୍ବରୁ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି।

ପ୍ରାୟ ୨୦ ଦିନ ପୂର୍ବେ ସେ ନିଜର ପଞ୍ଚମ ସନ୍ତାନ ଭାବରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ପରିବାରର ଖରାପ ଆର୍ଥିକ ସ୍ଥିତି ଏବଂ ପିଲାମାନଙ୍କୁ ବଡ଼ କରିବାର ବୋଝ ଯୋଗୁଁ ସେ ଅତ୍ୟନ୍ତ ଚିନ୍ତିତ ଥିଲେ।

ପଚରାଉଚରା ସମୟରେ ମହିଳା ଜଣକ କହିଲେ ଯେ, ତାଙ୍କ ସ୍ୱାମୀଙ୍କ ମଦ୍ୟପାନ ଅଭ୍ୟାସ ଏବଂ ପାରିବାରିକ ଆର୍ଥିକ ସମସ୍ୟା ଯୋଗୁଁ ଘର ଚଳାଇବା କଷ୍ଟକର ହୋଇପଡ଼ିଥିଲା।

ପୂର୍ବରୁ ଚାରି ପିଲାଙ୍କ ଦାୟିତ୍ୱ ବହନ କରୁଥିବା ବେଳେ, ନବଜାତ କନ୍ୟାକୁ କିପରି ବଡ଼ କରିବେ ସେ ନେଇ ସେ ଗଭୀର ଚିନ୍ତାରେ ଥିଲେ।

ଏହି ପରିସ୍ଥିତିରେ, ସେ ଶିଶୁଟିକୁ ଏପରି ଏକ ପରିବାରକୁ ଦେଇଦେବାକୁ ଚାହିଁଥିଲେ ଯେଉଁଠାରେ ତା'ର ଉତ୍ତମ ଯତ୍ନ ନିଆଯାଇ ପାରିବ।

ମହିଳା ଜଣକ ଶିଶୁଟିକୁ ଅନ୍ୟ ଏକ ପରିବାରକୁ ହସ୍ତାନ୍ତର କରିବାର ଉଦ୍ଦେଶ୍ୟ ବିଷୟରେ ଜାଣିବା ପରେ, ଡାକ୍ତରଙ୍କୁ ସନ୍ଦେହ ହେଲା ଏବଂ ସେ ପୁଲିସକୁ ଜଣାଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ଉଭୟ ମହିଳାଙ୍କ ସହ ନବଜାତ ଶିଶୁକନ୍ୟାକୁ ଥାନାକୁ ନେଇଗଲା।

ଶିଶୁଟିକୁ ବିକ୍ରି କରିବାକୁ ଉଦ୍ୟମ କରାଯାଉଥିବା ସନ୍ଦେହରେ ସେମାନଙ୍କୁ ପଚରାଉଚରା କରାଯାଇଥିଲା।

ତେବେ, ସମ୍ପୃକ୍ତ ମହିଳା ଏଭଳି କୌଣସି କାରବାର ହୋଇଥିବା କଥାକୁ ଅସ୍ୱୀକାର କରିଥିଲେ।

ସେ ସଫେଇ ଦେଲେ କହିଥିଲେ ଯେ, ଆର୍ଥିକ ଅନଟନ କାରଣରୁ ସେ ଶିଶୁଟିକୁ ଏପରି ଏକ ପରିବାରକୁ ଦେବାକୁ ଚାହୁଁଥିଲେ, ଯେଉଁଠାରେ ତା'ର ଲାଳନପାଳନ ଅଧିକ ଭଲ ଭାବରେ ହୋଇପାରିବ।

ପୁଲିସ ଘଟଣାର ତଦନ୍ତ କରୁଛି ନବଜାତ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ଶିଶୁ କଲ୍ୟାଣ ସମିତିକୁ ଜଣାଇବାକୁ ପ୍ରସ୍ତୁତି ଚାଲିଛି।

ଶିଶୁର ଯତ୍ନ ଏବଂ ଭବିଷ୍ୟତ ସମ୍ବନ୍ଧୀୟ ନିଷ୍ପତ୍ତିଗୁଡ଼ିକ ନିର୍ଦ୍ଧାରିତ ଶିଶୁ ସୁରକ୍ଷା ନିୟମାବଳୀ ଅନୁଯାୟୀ ନିଆଯିବ।

ବର୍ତ୍ତମାନ ପୁଲିସ ଏହି ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।

ସିଇସି ନିଯୁକ୍ତି ଆଇନ ମାମଲା: ପୁନର୍ବିଚାର ଆବେଦନର ତ୍ୱରିତ ଶୁଣାଣିକୁ ସିଜେଆଇଙ୍କ ନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)