IBPS PO Mains Result 2026: ଜାରି ହେଲା ଆଇବିପିଏସ୍‌ ପିଓ ମେନ୍‌ ରେଜଲ୍ଟ, ଏଠାରୁ କରନ୍ତୁ ଡାଉନଲୋଡ୍…

Nov 20, 2026 - 21:12
IBPS PO Mains Result 2026: ଜାରି ହେଲା ଆଇବିପିଏସ୍‌ ପିଓ ମେନ୍‌ ରେଜଲ୍ଟ, ଏଠାରୁ କରନ୍ତୁ ଡାଉନଲୋଡ୍…

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସନେଲ୍ ସିଲେକ୍ସନ (ଆଇବିପିଏସ୍‌) ପକ୍ଷରୁ ପ୍ରୋବେସନାରୀ ଅଫିସର୍‌ (ପିଓ) ମୁଖ୍ୟ ପରୀକ୍ଷା ର ରେଜଲ୍ଟ ପ୍ରକାଶ ପାଇଛି।

ନଭେମ୍ବର ୨୦ ତାରିଖରେ ଏହି ରେଜଲ୍ଟ ଜାରି କରାଯାଇଛି।

Advertisment ଯେଉଁ ପରୀକ୍ଷାର୍ଥୀ ମାନେ ଅକ୍ଟୋବର ୪ ତାରିଖରେ ଆଇବିପିଏସ୍‌ ପିଓ ମେନ୍‌ସ ପରୀକ୍ଷା ଦେଇଥିଲେ, ସେମାନେ ଏବେ ଅଫିସିଆଲ୍ ୱେବସାଇଟ୍ ibps.in କୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ।

ରେଜଲ୍ଟ ଦେଖିବା ପାଇଁ ପରୀକ୍ଷାର୍ଥୀଙ୍କୁ ନିଜର ରେଜିଷ୍ଟ୍ରେସନ୍ ନମ୍ବର ଏବଂ ପାସ୍‌ୱର୍ଡ ଦେଇ ଲଗଇନ୍ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ- Judgement: ନଭେମ୍ବର ୨୪ରେ ଦୀପ ଜାଳିବାକୁ ଅନୁମତି ଦେଲେ ସୁପ୍ରିମ୍‌କୋର୍ଟ ଏହି ୫ଟି ଷ୍ଟେପ୍ ଅନୁସରଣ କରି ଚେକ୍ କରନ୍ତୁ ରେଜଲ୍ଟ ଆଇବିପିଏସ୍‌ ପିଓ ମେନ୍‌ସ ରେଜଲ୍ଟ ୨୦୨୬ ଚେକ୍ କରିବା ପାଇଁ ନିମ୍ନଲିଖିତ ଷ୍ଟେପ୍ ଅନୁସରଣ କରନ୍ତୁ।

୧.

ପ୍ରଥମେ ଆଇବିପିଏସ୍‌ର ଅଫିସିଆଲ୍ ୱେବ୍‌ସାଇଟ୍ ibps.in ଖୋଲନ୍ତୁ।

୨.

ହୋମ୍ ପେଜ୍‌ରେ ଥିବା ରିସେଣ୍ଟ ଅପ୍‌ଡେଟ୍‌ସ ସେକ୍ସନକୁ ଯାଆନ୍ତୁ।

୩.

ସେଠାରେ ଥିବା IBPS PO Mains Result 2026 ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

୪.

ଏବେ ନିଜର ରେଜିଷ୍ଟ୍ରେସନ୍ ନମ୍ବର ଏବଂ ପାସୱାର୍ଡ ଦେଇ ଲଗଇନ୍ କରନ୍ତୁ।

୫.

ଲଗଇନ୍ କରିବା ପରେ ସ୍କ୍ରିନ୍‌ରେ ଆପଣଙ୍କ ରେଜଲ୍ଟ ଦେଖାଯିବ।

ଏହାକୁ ଡାଉନଲୋଡ୍ କରି ସେଭ୍ କରି ରଖନ୍ତୁ।

ରେଜଲ୍ଟ ଚେକ୍ କରିବା ପାଇଁ ଆଇବିପିଏସ୍‌ର ଅଫିସିଆଲ୍ ୱେବସାଇଟ୍‌ ମୁଖ୍ୟ ପରୀକ୍ଷାରେ ପାସ୍ କଲେ ଇଣ୍ଟରଭ୍ୟୁ ପାଇଁ ଡାକରା ଆହୁରି ପଢ଼ନ୍ତୁ- BJD Team Reviews Situation ବାତ୍ୟା ଅକବନ: କନ୍ଧମାଳ ସ୍ଥିତି ପରଖିଲେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଦଳ ଆଇବିପିଏସ୍‌ ପିଓ ମେନ୍‌ସ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀ ମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

ସୂଚନା ଅନୁସାରେ, ଆଇବିପିଏସ୍‌ ପିଓ ପ୍ରିଲିମ୍ସ ପରୀକ୍ଷା ଅଗଷ୍ଟ ୨୩, ୨୦୨୬ରେ ଅନୁଷ୍ଠିତ ହୋଇଥିଲା।

ଏହାର ରେଜଲ୍ଟ ସେପ୍ଟେମ୍ବର ୨୪ରେ ପ୍ରକାଶ ପାଇଥିଲା।

ପ୍ରିଲିମ୍ସରେ ସଫଳ ହୋଇଥିବା ପ୍ରାର୍ଥୀମାନେ ଅକ୍ଟୋବର ୪ ତାରିଖରେ ମୁଖ୍ୟ ପରୀକ୍ଷା ଦେଇଥିଲେ।

ସମସ୍ତ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଉଛି ଯେ, ରେଜଲ୍ଟ ଡାଉନଲୋଡ୍ କରିବା ପରେ ଏଥିରେ ଥିବା ନିଜର ନାମ, ରୋଲ୍ ନମ୍ବର ଏବଂ ଅନ୍ୟାନ୍ୟ ତଥ୍ୟକୁ ଭଲ ଭାବରେ ଯାଞ୍ଚ କରନ୍ତୁ।

ଆଗାମୀ ଇଣ୍ଟରଭ୍ୟୁ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରନ୍ତୁ।

ଅଧିକ ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)