Unsolved Mystery: ଅଭେଦ୍ୟ ରହସ୍ୟ: ଡାଓ ପର୍ବତର ଛିନ୍ନମସ୍ତକ ଭୂତ

Jul 19, 2026 - 05:30
Unsolved Mystery: ଅଭେଦ୍ୟ ରହସ୍ୟ: ଡାଓ ପର୍ବତର  ଛିନ୍ନମସ୍ତକ ଭୂତ

"ପଶ୍ଚିମବଙ୍ଗର ଦାର୍ଜିଲିଙ୍ଗ୍‌ଠାରୁ ପ୍ରାୟ ୩୦ କିଲୋମିଟର୍‌ ଦୂରରେ ଅବସ୍ଥିତ ଶୈଳନିବାସ କାର୍ଶିୟାଙ୍ଗ୍‌ର ଡାଓ ପର୍ବତ।

ଦିନ ଦି"ପହରରେ ବି ଏଠାକାର ପରିବେଶ ଲୋକଙ୍କୁ ଭୟାର୍ତ୍ତ କରାଏ।

ବଣପାହାଡ଼ ଘେରା ଏହି ସ୍ଥାନକୁ ନେଇ ଅନେକ ରହସ୍ୟମୟ ଘଟଣାବଳୀ ଓ ଭୌତିକ କାହାଣୀ ଶୁଣିବାକୁ ମିଳେ।

ଏହାର କାରଣ ବୁଝାଇବା ପାଇଁ ବିଜ୍ଞାନ ବି ଅସମର୍ଥ।

ଆକର୍ଷଣୀୟ ଅର୍କିଡ୍‌ ଉଦ୍ୟାନ, ଜଙ୍ଗଲବେଷ୍ଟିତ ପର୍ବତରାଜି ଓ ଚା ବଗିଚା ପାଇଁ ସୁପରିଚିତ କାର୍ଶିୟାଙ୍ଗ୍‌ ବି ମୃତ୍ୟୁପଥ, ଛିନ୍ନମସ୍ତକ ଭୂତ, ଭୂତଖାନା ପାଲଟିଯାଇଥିବା ସ୍କୁଲ୍‌ ପାଇଁ କୁଖ୍ୟାତ।Advertisment ଯୌବନ ଜିନ୍ଦାବାଦ: ଯୁବକାବସ୍ଥାରେ ନେଇଥିବା ସେହି ନିଷ୍ପତ୍ତି ପାଇଁ ମୁଁ ଗର୍ବିତ ବଏଜ୍‌ ହାଇସ୍କୁଲ୍‌ରେ କବନ୍ଧ ଭୂତଭୂଇଁରୁ ଉଠୁଥିବା କୁହୁଡ଼ିରେ ଆବୃତ କାର୍ଶିଆଙ୍ଗ୍‌ସ୍ଥିତ ଶାନ୍ତ-ସ୍ନିଗ୍ଧ ଡାଓ ପର୍ବତ ପାଦଦେଶରେ ରହିଛି ଶତାଧିକ ବର୍ଷ ପୁରାତନ ଭିକ୍ଟୋରିଆ ବଏଜ୍‌ ହାଇସ୍କୁଲ୍।

ସେ ଐତିହ୍ୟସମ୍ପନ୍ନ ସରକାରୀ ବୋର୍ଡିଙ୍ଗ୍‌ ସ୍କୁଲ୍‌ ୧୮୭୯ ମସିହାରେ ସାର୍‌ ଆଲ୍‌ଲି ଏଡେନ୍‌ଙ୍କ ଦ୍ବାରା ସ୍ଥାପିତ ହୋଇଥିଲା।

ସମ୍ପ୍ରତି ତାହା ଗୋଟାଏ ଆଇସିଏସ୍‌ଇ ସ୍କୁଲ୍‌ରେ ରୂପାନ୍ତରିତ ହୋଇଛି।

ସ୍କୁଲ୍‌ଟି ଦେଖିବାକୁ ଠିକ୍‌ ରହସ୍ୟ ଉପନ୍ୟାସରେ ଚିତ୍ରିତ ଅଟ୍ଟାଳିକା ସଦୃଶ।

ଡିସେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ହେଉଥିବା ଶୀତକାଳୀନ ଛୁଟିରେ ସେଠାରେ ବିଚିତ୍ର କଥାମାନ ଘଟୁଛି ବୋଲି ଲୋକେ କହନ୍ତି।

ତାଲା ପଡ଼ିଥିବା ସେ ନିର୍ଜନ ସ୍କୁଲ୍‌ ବାରଣ୍ଡାରେ ଅଦ୍ଭୁତ ପାଦଶବ୍ଦ ପ୍ରତିଧ୍ବନିତ୍ବ ହେଇଥିବା କଥା ଲୋକେ ଶୁଣିଛନ୍ତି।

ଭଗ୍ନ ଝରକାବାଟେ ବାହାରକୁ ଶୁଭେ କାହାର ଟୁପ୍‌ଟାପ୍‌ କଥା।

ଶୀତଛୁଟିରେ ହିଁ ସେ ସ୍କୁଲ୍‌ ପ୍ରାଙ୍ଗଣରେ ପ୍ରକଟ ହୁଏ ଗୋଟାଏ ମୁଣ୍ଡ ନଥିବା ବାଳକ।

ଶ୍ରେଣୀ-କକ୍ଷରେ ଭୂତଟିଏ ସେମାନଙ୍କ ଆଡ଼କୁ ଅନାଉଁ ଥିବା କଥା ମଧ୍ୟ କେତେକ କହନ୍ତି।

ସେ ନିର୍ଜନ ସ୍କୁଲ୍‌ର ବାରଣ୍ଡାରେ ଏବେ ମଧ୍ୟ ବାଳକମାନଙ୍କର ହସ ଓ ଧାଁଦୌଡ଼ ଶବ୍ଦ ଶୁଭୁଥିବା କଥା କିଛି ଲୋକ ଦାବି କରନ୍ତି।

କିନ୍ତୁ, କୌଣସି ଛାତ୍ର କି ଶିକ୍ଷକ କେବେ ସେଠାରେ ଭୂତଟିଏ ଦେଖି ନାହାନ୍ତି।

ଏସବୁ ଦୃଷ୍ଟିଭ୍ରମ!ଇଣ୍ଡିଆନ୍‌ ପାରାନର୍ମାଲ୍‌ ସୋସାଇଟି ବା "ଆଇପିଏସ୍"ର ବିବେଚନା ଏ ଭୌତିକ କାହାଣୀ ସଂପର୍କରେ ଭିନ୍ନ କଥା କହେ।

ଦାର୍ଜିଲିଙ୍ଗ୍‌ ପର୍ବତମାଳାର ପ୍ରାୟ ୪୫୦୦ ଫୁଟ୍‌ ଉଚ୍ଚରେ ଡାଓ ହିଲ୍‌ ଅବସ୍ଥିତ।

ସେଠାକାର ପରିବେଶ ସଦାସର୍ବଦା କୁହେଳିକାମୟ ହୋଇଥିବାରୁ ଦୃଶ୍ୟତା ବିଶେଷ ଭଲ ନୁହେଁ।

ଏଭଳି ପରିସ୍ଥିତିରେ ସେଠାରେ ଯେଉଁ ପ୍ରକାର ଦୃଶ୍ୟାବଳି ଦେଖାଯାଏ, ଦୂରରୁ ଲୋକଙ୍କୁ ତାହା ଅଦ୍ଭୁତ ଲାଗେ।

ତେଣୁ, ଲେ‌ାକେ ସେସବୁକୁ ଭୂତ ବୋଲି କହୁଛନ୍ତି।

ଯେଉଁ ଅଜବ ଶବ୍ଦ ଶୁଣୁଥିବା କଥା କେତେକ କହୁଛନ୍ତି ତାହା ତାପମାତ୍ରାଗତ ତାରତମ୍ୟ ‌େଯାଗୁଁ ସୃଷ୍ଟି ହେଉଥାଇପାରେ ବୋଲି "ଆଇପିଏସ୍"ର ମତ।

ତା"ଛଡ଼ା ଜଙ୍ଗଲରେ ଜୀବଜନ୍ତୁମ‌ାନେ ଚଳପ୍ରଚଳ କରିବା ଦ୍ବାରା ମଧ୍ୟ ଏ ସବୁ ଶବ୍ଦ ଶୁଭୁଥାଇ ପାରେ।

ସ୍ବଳ୍ପ ଦୃଶ୍ୟତା ଯୋଗୁଁ ଲୋକେ ସେ ଜୀବଜନ୍ତୁଙ୍କୁ ଦେଖି ନ ପାରି ତାହା ଭୂତପ୍ରେତଙ୍କ ଶବ୍ଦ ବୋଲି କହୁଥାଇ ପାରନ୍ତି।

ପୁନଶ୍ଚ, ସୁଉଚ୍ଚ ହୋଇଥିବାରୁ ସ୍ଥାନଟି ମନୁଷ୍ୟର ମାନସିକ ଓ ଶାରୀରିକ ଅବସ୍ଥା ଉପରେ କିଛି ପ୍ରଭାବ ପକାଉଥାଇ ପାରେ ବୋଲି ସେମାନେ କହୁଛନ୍ତି।

ସାଧାରଣତଃ ଅମ୍ଳଜାନ ଅଭାବ ଓ ବାୟୁମଣ୍ଡଳୀୟ ଚାପ ପଡ଼ିଲେ ମନୁଷ୍ୟକୁ କିଛି କିଛି କଥା ବା ଦୃଶ୍ୟ ବଡ଼ ଅଜବ ଲାଗେ।

ତା"ଛଡ଼ା ଡାଓ ପର୍ବତ ସମ୍ବନ୍ଧରେ ଯେତେ ସବୁ ଭୌତିକ କାହାଣୀ ଶୁଣାଯାଉଛି, ସେଠାରେ ପହଞ୍ଚୁଥିବା ଲୋକଙ୍କ ମନରେ ତା"ର ମଧ୍ୟ କମ୍‌ ପ୍ରଭାବ ପଡୁନାହିଁ! "ଆଇପିଏସ୍‌" ଏତେ କଥା କହି ଦେଉଛି ସତ, କିନ୍ତୁ ତାହା ପ୍ରମାଣ କରିବାରେ ଅସମର୍ଥ ହୋଇଛି।

Education: ଅଲଚିକି ବଦଳରେ ଦେବନାଗରୀ ଲିପିରେ ବହି ଛପାକୁ ଏଆଇଓଏସୟୁର ବିରୋଧ ମୃତ୍ୟୁପଥରେ ଛାୟାମୂର୍ତ୍ତିକାର୍ଶିଆଙ୍ଗ୍‌ର ଡାଓ ହିଲ୍‌ ରୋଡ୍‌ ଓ ବନ ବିଭାଗ କାର୍ଯ୍ୟାଳୟ ମଧ୍ୟରେ ରହିଛି ଖଣ୍ଡେ ଅଣଓସାରିଆ ବଣ।

ଡାଓ ହିଲ୍‌ ରୋଡ୍‌ ସେହି ବନସ୍ତ ମଧ୍ୟ ଦେଇ ଯାଇଛି।

ଲୋକମୁଖରେ ତା"ର ନଁା ମୃତ୍ୟୁପଥ।

ସେ ଗଛଗହଳ ବନସ୍ତରେ ଅନେକ ଛାୟାମୂର୍ତ୍ତି ଯା"ଆସ କରନ୍ତି।

ଘନ କୁହୁଡ଼ିରେ ସେମାନଙ୍କ ଆଖି ଦାଉ ଦାଉ ହୋଇ ଜଳିଲା ଭଳି ଦିଶୁଥାଏ।

ସେ ବନସ୍ତରେ ଏକାକୀ ଗଲେ ମନେହୁଏ ସତେ ଅବା କେହି ନଜର ରଖୁଛି।

ଏସବୁ ଭୂତକଥା ମଧ୍ୟରୁ କେତେକ ଉତ୍ପତ୍ତି ହୋଇଛି ବ୍ରିଟିସ୍‌ ଅମଳରେ ଘଟିଥିବା ବିୟୋଗାନ୍ତକ ଘଟଣାରୁ।

ଆଉ କେତେକ ପାହାଡ଼ୀ ଲୋକକଥାରେ ବର୍ଣ୍ଣିତ ସୁରକ୍ଷାକାରୀ ଓ ଅନିଷ୍ଟକାରୀ ଅରଣ୍ୟକ ଆତ୍ମା ପ୍ରସଙ୍ଗରୁ ବି ଜନ୍ମନେଇଛି।

ବନସ୍ତରେ ଧୂସର ଭୂତୁଣୀସେ ଅଭିଶପ୍ତ ଅରଣ୍ୟରେ ଜଣେ ମୁଣ୍ଡ ନଥିବା ବାଳକ ଚାଲି ଚାଲି ହଠାତ୍‌ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଏ ବୋଲି ସ୍ଥାନୀୟ କାଠୁରିଆମାନେ କହନ୍ତି।

ପୁଣି ଆଉ କେତେକ କହନ୍ତି, ହଳେ ରକ୍ତବର୍ଣ୍ଣ ଚକ୍ଷୁ ସେମାନଙ୍କ ଆଡ଼କୁ ନିରେଖି ଚାହେଁ।

ସେ ଜଙ୍ଗଲରେ ଆପାଦମସ୍ତକ ଧୂସର ପୋଷାକ ପରିହିତା ଭୂତୁଣୀଟାଏ ଥିବା କଥା ମଧ୍ୟ କେତେକ କହନ୍ତି।

ସେଥିଯୋଗୁଁ ସନ୍ଧ୍ୟା ପରେ ସ୍ଥାନୀୟ ଅଧିବାସୀ ବି ସେ ଆଡ଼କୁ ଯାଆନ୍ତି ନାହିଁ।

ଲୋକେ କହନ୍ତି ପୂର୍ବ କାଳରେ ସେଠାରେ ଅ‌ନେକ ନରହତ୍ୟା ହୋଇଥିଲା।

କିନ୍ତୁ, କୌଣସି ନରହତ୍ୟା ଘଟଣାର ପ୍ରମାଣ ଅଦ୍ୟାବଧି ମିଳିନାହିଁ।

ଡାଓ ହିଲ୍‌ସ୍‌ର ଚା ବାଗାନ୍‌ ଓ ଅର୍କିଡ୍‌ ଉଦ୍ୟାନ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଏଭଳି ଅନେକ ଘଟଣା ଓ ଅନୁଭୂତି ଦୀର୍ଘଦିନରୁ ଆଲୋଚିତ ହୋଇଆସୁଛି।

କିନ୍ତୁ ଏଯାଏଁ ଏହାର ସତ୍ୟତା ପ୍ରତିପାଦିତ ହୋଇନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।