Trade: ରାମେଶ୍ବର-ପାରାଦୀପ କରିଡର; ପର୍ଯ୍ୟଟନ, ବାଣିଜ୍ୟ ବଢ଼ାଇବ
"ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ରାମେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ କରିଡର୍ ନିର୍ମାଣ କରାଯିବ।
ଏହି ପ୍ରକଳ୍ପରେ ୮୩୦୦.୭୯ କୋଟି ଟଙ୍କା ନିବେଶ ହେବ।
ଉକ୍ତ ପ୍ରକଳ୍ପ ଦ୍ବାରା ଓଡ଼ିଶାର ଉପକୂଳ ପର୍ଯ୍ୟଟନ ଓ ବାଣିଜ୍ୟରେ ବ୍ୟାପକ ଉନ୍ନତି ହେବ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି।Advertisment ପ୍ରକଳ୍ପ ସମ୍ପର୍କରେ ଅଧିକ ସୂଚନା ଦେଇ ସରକାର ଜଣାଇଛନ୍ତି ଯେ ଏଥିରେ ରାମେଶ୍ବରରୁ କୋଣାର୍କ ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତା ଓ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତାରହିବ।
ଘଣ୍ଟା ପ୍ରତିି ୧୦୦ କିମି ପର୍ଯ୍ୟନ୍ତ ବେଗରେ ଏହି ରାଜପଥରେ ଯାତ୍ରା କରିହେବ, ଫଳରେ ଏହି ୧୬୦.୧୮ କିମି ବିଶିଷ୍ଟ ରାସ୍ତାରେ ଯାତ୍ରା ସମୟ ଅଢ଼େଇ ଘଣ୍ଟା ହ୍ରାସ ପାଇବ।
ଉଭୟ ଯାତ୍ରୀବାହୀ ଓ ମାଲବାହୀ ଯାନଗୁଡ଼ିକ ଦ୍ରୁତ ଗତିରେ ଯାତ୍ରା କରିପାରିବ।
Akhilesh Yadav: ୟୁପି ରାସ୍ତା ସମ୍ପ୍ରସାରଣ କରିଡର ପ୍ରକଳ୍ପ ଦୁର୍ନୀତିର ନ୍ୟାୟିକ ତଦନ୍ତ ଦାବି କଲେ ଅଖିଳେଶ ଯାଦବ ପ୍ରସ୍ତାବିତ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଦେଇ ଗତି କରିବ।
ତାହା ଏହି ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ ଓ ଅର୍ଥନୈତିକ ପ୍ରଗତିରେ ସହାୟକ ହେବ।
ପୁରୀର ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର, କୋଣାର୍କ ମନ୍ଦିର ଓ ରାମଚଣ୍ଡି ମନ୍ଦିର ମଧ୍ୟରେ ଯୋଗାଯୋଗ ସୁଦୃଢ଼ ହେବ।
ସଡ଼କ ପରିବହନ ମନ୍ତ୍ରଣାଳୟ କହିଛି ଯେ ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ସହ ଏହି ପ୍ରକଳ୍ପ ଦେଶର ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜଭୁତ କରିବ।
ପୁରୀ-କୋଣାର୍କ-ପାରାଦୀପ ଏକ ପ୍ରମୁଖ ପର୍ଯ୍ୟଟନ ହବ୍ ଭାବେ ଉଭା ହେବ।
ଏହି ଅଞ୍ଚଳରେ ବେଳାଭୂମି ପର୍ଯ୍ୟଟନ, ଇକୋ ଟୁରିଜିମ ଓ ପ୍ରକୃତି ଆଧାରିତ ଭ୍ରମଣ ବଢ଼ିବ।
ଗହୀରମଥା କଇଁଛ ପ୍ରଜନନ କ୍ଷେତ୍ରକୁ ଲୋକମାନେ ଦେଖିପାରିବେ।
ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ।
ହୋଟେଲ, ହୋମଷ୍ଟେ, ରେସ୍ତୋରାଁ, ହସ୍ତକଳା ଓ ପର୍ଯ୍ୟଟନ ସମ୍ପର୍କିତ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟାପକ ବ୍ୟବସାୟ ସୁଯୋ ସୃଷ୍ଟି ହେବ।
ନାମ ରାମେଶ୍ବର-ପାରାଦୀପ କରିଡର ଦୈର୍ଘ୍ୟ ୧୬୦.୧୮ କିମି ନିବେଶ ୮୩୦୦.୭୯ କୋଟି ରାମେଶ୍ବରରୁ କୋଣାର୍କ ୪ଥାକିଆ କୋଣାର୍କରୁ ପାରାଦୀପ ୨ଥାକିଆ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।