Education: ନିଟ୍‌ରେ ଓଡିଏମ୍‌ର ୩୦ ଛାତ୍ରଛାତ୍ରୀ କୃତକାର୍ଯ୍ୟ

Jul 19, 2026 - 21:26
Education: ନିଟ୍‌ରେ ଓଡିଏମ୍‌ର ୩୦ ଛାତ୍ରଛାତ୍ରୀ କୃତକାର୍ଯ୍ୟ

"ଭୁବନେଶ୍ବର: ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍‌-୨୦୨୬ରେ ଓଡିଏମ୍‌ ଏଜୁକେସନାଲ୍‌ ଗ୍ରୁପ୍‌ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

ଚଳିତବର୍ଷ ଓଡିଏମ୍ ପବ୍ଲିକ୍‌ ସ୍କୁଲ୍ (ଓପିଏସ୍‌)ରୁ ୨୦ ଜଣ, ଓଡିଏମ୍ ଗ୍ଲୋବାଲ୍ ସ୍କୁଲ୍ (ଓଜିଏସ୍‌)ରୁ ୫ଜଣ ଏବଂ ଓଡିଏମ୍ ସାଫାୟାର୍ ଗ୍ଲୋବାଲ୍ ସ୍କୁଲ୍ (ଓଏସ୍‌ଜିଏସ୍‌) ରାଞ୍ଚିରୁ ୫ ଜଣ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷାରେ ସଫଳତାର ସହିତ ଯୋଗ୍ୟତା ଅର୍ଜନ କରିଛନ୍ତି।

ମୋଟ ୩୦ ଜଣ ଛାତ୍ରଛାତ୍ରୀ ନିଟ୍‌ରେ କୃତକାର୍ଯ୍ୟ ହୋଇ ଓଡିଏମ୍ ଏଜୁକେସନାଲ୍ ଗ୍ରୁପ୍‌ର ଗୌରବ ବୃଦ୍ଧି କରିଛନ୍ତି।

Advertisment ଓଡିଏମ୍ ପବ୍ଲିକ୍ ସ୍କୁଲ୍‌ର ଛାତ୍ର ଅର୍ମାନ୍ କମଲ ପାତ୍ର ୭୨୦ରୁ ୬୨୦ ନମ୍ବର ରଖି ଅଲ୍ ଇଣ୍ଡିଆ କମନ୍ ଗ୍ୟାଙ୍କ୍ ଲିଷ୍ଟରେ ୨୩୪୭ତମ ସ୍ଥାନ ହାସଲ କରିଛନ୍ତି।

ସେହିପରି ଶ୍ରଦ୍ଧା ସୁମନ ସ୍ଵାଇଁ ୭୪୪୧ତମ ଏବଂ ଶାଶ୍ଵତ ଦାଶ ୧୧୦୬୭ତମ ସ୍ଥାନ ଅଧିକାର କରିଛନ୍ତି।

ଏହି ଉଲ୍ଲେଖନୀୟ ସଫଳତା ପାଇଁ ଓଡିଏମ୍ ଏଜୁକେସନାଲ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ.

ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ସିଇଓ ସ୍ଵୟନ୍ ସତ୍ୟେନ୍ଦୁ, ପ୍ରିନ୍ସିପାଲ୍, ଶିକ୍ଷକଶିକ୍ଷୟିତ୍ରୀମାନେ ସଫଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି।

ଓଡିଏମ୍‌ ଗ୍ଲୋବାଲ ସ୍କୁଲରେ ‌ସିବିଏସ୍‌ଇ ଟେନିସ୍‌ ଚାମ୍ପିଅନ୍‌ସିପ୍‌ ପ୍ରତିଯୋଗିତା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।