ganja smuggling case ୨ ସ୍କୋର୍ପିଓ ସହ ୧୫ ଲକ୍ଷ ଟଙ୍କାର ଗଂଜେଇ ଜବତ

Jul 19, 2026 - 21:44
ganja smuggling case  ୨ ସ୍କୋର୍ପିଓ ସହ ୧୫ ଲକ୍ଷ ଟଙ୍କାର ଗଂଜେଇ ଜବତ

"ସୁନ୍ଦରଗଡ଼: ରବିବାର ଅପରାହ୍ନରେ ଲେଫ୍ରିପଡ଼ା ପୁଲିସ ଚଢ଼ଉ କରି ୨ଟି ସ୍କୋର୍ପିଓ ସହ ୭୪ କେଜି ୫ ଶହ ଗ୍ରାମ ଗଂଜେଇ ଜବତ କରିଛି।

Advertisment ସୂଚନାନୁସାରେ, ଗଞ୍ଜେଇ ଛତିଶଗଡ଼ରୁ ଓଡ଼ିଶା ଆସୁଥିଲା।

ଛତିଶଗଡ଼ରୁ ୨ଟି ଧଳା ସ୍କୋର୍ପିଓରେ ଗଂଜେଇ ଆସୁଥିବା ସୂଚନା ମିଳିବା ପରେ ଲେଫ୍ରିପଡ଼ା ପୁଲିସ ଚଢ଼ଉ କରି ଛତିଶଗଡ଼-ଓଡ଼ିଶା ସୀମା ବାଇଲମା ନିକଟ କୁଂଜେଲ ନାଲା ନିକଟରେ ଅଟକାଇଥିଲା।

ଚଢ଼ଉ ବେଳେ ଚାଲାଣକାରୀ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।

ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ବୋଲି ପୁଲିସ କହିଛି।

ଯାଞ୍ଚ ବେଳେ ଗାଡ଼ି ଦୁଇଟି (ୟୁପି-୩୩ଏ ଜେ- ୯୭୮୬) ଓ (ଓଡି-୦୨ ବି ୦୫ କ୍ୟୁ- ୫୩୮୬)ରେ ୭୫ କେଜି ଗଂଜେଇ ଥିବା ଜଣାପଡ଼ିଥିଲା।

ପୁଲିସ ଗାଡ଼ି ସହ ଗଂଜେଇ ଜବତ କରିବା ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।