War: ଆମେରିକାର ବ୍ୟାପକ ସାମରିକ ପ୍ରସ୍ତୁତି, ଇରାନ ଉପରେ ଆକ୍ରମଣ ଅଧିକ ଭୟାବହ ହେବ

Jul 19, 2026 - 22:42
War: ଆମେରିକାର ବ୍ୟାପକ ସାମରିକ ପ୍ରସ୍ତୁତି, ଇରାନ ଉପରେ ଆକ୍ରମଣ ଅଧିକ ଭୟାବହ ହେବ

"ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଏବେ ଏକ ଭୟାବହ ରୂପ ନେବାକୁ ଯାଉଛି।

ଜୋର୍ଡାନ ସ୍ଥିତ ସାମରିକ ଘାଟି ଉପରେ ହୋଇଥିବା ଆକ୍ରମଣରେ କେତେକ ଆମେରିକୀୟ ସୈନିକ ପ୍ରାଣ ହରାଇବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛନ୍ତି।

ଆମେରିକା ପ୍ରଶାସନ ପକ୍ଷରୁ ମଧ୍ୟପ୍ରାଚ୍ୟରେ ମୁତୟନ ଥିବା ପ୍ରାୟ ୫୦,୦୦୦ ସୈନିକଙ୍କୁ ହାଇଆଲର୍ଟରେ ରଖାଯାଇଛି।

ପେଣ୍ଟାଗନର ସୂତ୍ର ଅନୁସାରେ, ଏହି ନୂତନ ସାମରିକ ଅଭିଯାନ ଦ୍ବାରା ଇରାନର ରାଜଧାନୀ ତେହେରାନ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସହରକୁ ଟାର୍ଗେଟ୍‌ କରାଯିବ।Advertisment ବିଶେଷ କରି ଇରାନର ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପ୍ସ (ଆଇଆରଜିସି)ର ମୁଖ୍ୟାଳୟ ଏବଂ ସାମରିକ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଛି।

ଆମେରିକା ପକ୍ଷରୁ ଇରାନର ଚାରୋଟି ପ୍ରମୁଖ ସାମରିକ କ୍ଷେତ୍ରକୁ ଚିହ୍ନଟ କରାଯାଇଛି।

ଇରାନର ସମସ୍ତ ଆଣବିକ ପ୍ରତିଷ୍ଠାନ ଓ ସେଣ୍ଟ୍ରିଫ୍ୟୁଜ୍ ୟୁନିଟ୍, ବାଲିଷ୍ଟିକ୍ ମିସାଇଲ ଏବଂ ଡ୍ରୋନ ଉତ୍ପାଦନ କାରଖାନା, ହର୍ମୁଜ ପ୍ରଣାଳୀ ନିକଟରେ ଥିବା ସାମୁଦ୍ରିକ କମାଣ୍ଡ ପୋଷ୍ଟ ଏବଂ ଦେଶର ଉପକୂଳବର୍ତ୍ତୀ ଏୟାର ଡିଫେନ୍ସ ରାଡାର ପ୍ରଣାଳୀକୁ ଧ୍ବଂସ କରିବା ପାଇଁ ଯୋଜନା କରାଯାଇଛି।

ଆମେରିକା ନିଜର ବି-୫୨ ଦୂରଗାମୀ ବୋମାବର୍ଷୀ ବିମାନ ଏବଂ ସମୁଦ୍ରରେ ମୁତୟନ ଥିବା ଯୁଦ୍ଧପୋତଗୁଡ଼ିକୁ କ୍ରୁଜ୍ ମିସାଇଲ୍ ସହ ପ୍ରସ୍ତୁତ ରଖିଛି।

ଇରାନ ଯଦି କୌଣସି ପାଲଟା ପ୍ରତିଆକ୍ରମଣ କରେ, ତେବେ ତେହେରାନର ଆର୍ଥିକ ମେରୁଦଣ୍ଡ ବିବେଚିତ ହେଉଥିବା ତୈଳ ସଂରକ୍ଷଣାଗାରଗୁଡ଼ିକୁ ମଧ୍ୟ ଧ୍ୱଂସ କରାଯିବ ବୋଲି ହ୍ୱାଇଟ୍ ହାଉସ ଚେତାବନୀ ଦେଇଛି।

ଏହି ବ୍ୟାପକ ସାମରିକ ଅଭିଯାନରେ ଆମେରିକାକୁ ତାର ସହଯୋଗୀ ଦେଶ ଇସ୍ରାଏଲ ପ୍ରତ୍ୟକ୍ଷ ଭାବେ ସହାୟତା ପ୍ରଦାନ କରୁଛି।

ଇସ୍ରାଏଲ ବାୟୁସେନା ନିଜର ଏଫ-୩୫ ଷ୍ଟେଲଥ୍ ଯୁଦ୍ଧବିମାନ ଜରିଆରେ ଇରାନର ଆକାଶ ସୀମା ଉପରେ ସର୍ଭେଲାନ୍ସ ଜାରି ରଖିଛି।

ଅନ୍ତର୍ଜାତୀୟ ଗୁପ୍ତଚର ସଂସ୍ଥାଗୁଡ଼ିକର ରିପୋର୍ଟ ଅନୁସାରେ, ଇରାନ ବର୍ତ୍ତମାନ ଗୋପନୀୟ ଭାବେ ନିଜର ପ୍ରଥମ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ଚଳାଇଛି।

ନାଟାଞ୍ଜ ଏବଂ ଫୋର୍ଡୋ ସ୍ଥିତ ଭୂତଳ ଆଣବିକ କେନ୍ଦ୍ରଗୁଡ଼ିକରେ ୟୁରାନିୟମ ସମୃଦ୍ଧିକରଣ ପ୍ରକ୍ରିୟା ୯୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ସାରିଥିବାରୁ, ସେଠାରେ ଆଣବିକ ବୋମା ପ୍ରସ୍ତୁତ ହେବା ପୂର୍ବରୁ ହିଁ ଆମେରିକା ସେହି ସ୍ଥାନଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଚାହୁଁଛି।

ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଏହି ଭୀଷଣ ଯୁଦ୍ଧ ପରିସ୍ଥିତିକୁ ନେଇ ଜାତିସଂଘ ଗଭୀର ଉଦ୍ଦେଗ ପ୍ରକାଶ କରିବା ସହ ଉଭୟ ପକ୍ଷକୁ ସଂଯମତା ରକ୍ଷା କରିବାକୁ ଅନୁରୋଧ କରିଛି।

ରୁଷ୍‌ ଏବଂ ଚୀନ୍‌ ମିଳିତ ଭାବେ ଇରାନ ସପକ୍ଷରେ ବାହାରି ଆମେରିକାର ଏହି ଏକତରଫା ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।