UN's big warning: ଜାତିସଂଘର ବଡ଼ ଚେତାବନୀ: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ

Sep 04, 2026 - 05:11
UN's big warning: ଜାତିସଂଘର ବଡ଼ ଚେତାବନୀ: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ

"ଜେନେଭା: ଆଗାମୀ ମାସଗୁଡ଼ିକରେ ପ୍ରାକୃତିକ ପାଣିପାଗ ପ୍ରକ୍ରିୟା "ଏଲ୍ ନିନୋ" ଅତି ଶକ୍ତିଶାଳୀ ରୂପ ଧାରଣ କରିବାକୁ ଯାଉଛି।

ଆସନ୍ତା ୨୦୨୭ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ ବୋଲି ମିଳିତ ଜାତିସଂଘର ପାଣିପାଗ ସଂସ୍ଥା ଗୁରୁବାର ଚେତାବନୀ ଦେଇଛି।

ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ଅନୁଯାୟୀ ଚଳିତ ବର୍ଷ ଶେଷ ଆଡ଼କୁ ଏହା ଶୀର୍ଷ ସ୍ତରରେ ପହଞ୍ଚିବ।

Advertisment Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ଏଲ୍ ନିନୋ ପ୍ରଭାବରେ ବିଶ୍ୱର ବିଭିନ୍ନ  ଅଂଚଳରେ ବୃଷ୍ଟିପାତ ଏବଂ ତାପମାତ୍ରା ଶୈଳୀରେ ବ୍ୟାପକ ପରିବର୍ତ୍ତନ ଦେଖାଯିବ।

ଏହା ଦ୍ୱାରା ବନ୍ୟା, ମରୁଡ଼ି ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭଳି ଜଟିଳ ପରିସ୍ଥିତି ସୃଷ୍ଟି ହେବା  ଆଶଙ୍କା ରହିଛି।

ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ସମୁଦ୍ର ପୃଷ୍ଠର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସମଗ୍ର ବିଶ୍ୱ ବର୍ତ୍ତମାନ ଚରମ ପାଣିପାଗର ବିପଦ ଜୋନ୍‌ରେ ରହିଛି।

ସାଧାରଣତଃ ଏଲ୍ ନିନୋ ବର୍ଷର ଶେଷ ଭାଗରେ ଶୀର୍ଷକୁ ଛୁଇଁଥାଏ।

ମାତ୍ର ମହାସାଗରରୁ ଉତ୍ତାପ ବାୟୁମଣ୍ଡଳକୁ ଧୀରେ ଧୀରେ ମୁକ୍ତ ହେଉଥିବାରୁ ଏହାର ପରବର୍ତ୍ତୀ ବର୍ଷ ଅର୍ଥାତ ୨୦୨୭ରେ ବିଶ୍ୱର ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବ।

ପୂର୍ବ ଏଲ୍ ନିନୋ ପ୍ରଭାବ ଯୋଗୁଁ ୨୦୨୪ ବର୍ଷଟି ଇତିହାସର ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ ହୋଇଥିଲା ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।

El Nino: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ ଡବ୍ଲ୍ୟୁଏମଓ ମୁଖ୍ୟ ସେଲେଷ୍ଟେ ସାଉଲୋ କହିଛନ୍ତି ଯେ, ଏହି ଅସାଧାରଣ ଏଲ୍ ନିନୋ ସମଗ୍ର ବିଶ୍ୱର ଅର୍ଥନୀତି ଏବଂ ସମୁଦାୟକୁ ଗଭୀର ଆଘାତ ଦେବାର କ୍ଷମତା ରଖିଛି।

କୃଷି, ସ୍ୱାସ୍ଥ୍ୟ, ଶକ୍ତି ଏବଂ ଜଳ ଭଳି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି।

ପ୍ରଶାନ୍ତ ମହାସାଗରର କେନ୍ଦ୍ରୀୟ ଏବଂ ପୂର୍ବ ବିଷୁବରେଖା ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୨.୨ରୁ ୨.୬ ଡିଗ୍ରି ସେଲସିୟସ ଅଧିକ ରହିଛି।

ଏହି ପ୍ରଭାବ ଯୋଗୁଁ ଆମାଜନ, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆର କେତେକ ଭାଗରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ।

ଏହାସହ ଭାରତରେ ମଧ୍ୟ ମୌସୁମୀ ବାୟୁ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ  ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବ ବୋଲି ଜାତିସଂଘ ପାଣିପାଗ ସଂସ୍ଥା ସ୍ପଷ୍ଟ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)