Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...
ପକ୍ଷୀଘର Pakhighara Photograph: (sambad) ସମ୍ପାଦକ: ବନୋଜ ତ୍ରିପାଠୀ ଯୋଗାଯୋଗ: ୩୨, ମଧୁସୂଦନ ନଗର, ଭୁବନେଶ୍ବର ମୂଲ୍ୟ: ୫୦୦ ଟଙ୍କା, ପୃଷ୍ଠା: ୬୪୮ Advertisment ଆକର୍ଷଣୀୟ ପରିପାଟୀ ରେ ପ୍ରକାଶ ପାଇଛି 'ପକ୍ଷୀଘର'ର ଶାରଦୀୟ ସଂଖ୍ୟା।
ପୃଥୁଳ କଳେବରରେ ସାଇତି ରଖିଛି ଛୟାଳିଶଟି ଗଳ୍ପ, ଷୋଳଟି ଫିଚର, ଦେଢ଼ଶହରୁ ଊର୍ଦ୍ଧ୍ବ ମନୋଜ୍ଞ କବିତା।
ତେବେ ଏହି ସଂଖ୍ୟାର ବିଶେଷ ଆକର୍ଷଣ ହେଉଛି ଦଶଟି ସଂପୂର୍ଣ୍ଣ ଉପନ୍ୟାସ।
ଉପନ୍ୟାସଗୁଡ଼ିକ ଲେଖିଛନ୍ତି ପ୍ରଶାନ୍ତ ନନ୍ଦ, ଇତି ସାମନ୍ତ, ପଦ୍ମଜ ପାଳ, ସୁଭାଷ ଶତପଥୀ, ଅରବିନ୍ଦ ରାୟ, ନେତାଜୀ ଅଭିନନ୍ଦନ, ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ଅଶୋକ ବିଶ୍ବାଳ, ପ୍ରଦ୍ୟୁମ୍ନ ପଟ୍ଟନାୟକ ଏବଂ ମୋନାଲିସା ମିଶ୍ର।
କବିତା, ଗଳ୍ପ ଏବଂ ଫିଚର ରେ ପ୍ରବୀଣ ଓ ତରୁଣ ସ୍ରଷ୍ଟାମାନଙ୍କ ମନୋଜ୍ଞ ସୃଷ୍ଟି ସ୍ଥାନ ପାଇଛି।
ଆହୁରି ପଢ଼ନ୍ତୁ- PM Modi: ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଦେଶବାସୀଙ୍କ ସେବାରେ ନିୟୋଜିତ ରହିବେ ବୋଲି କହିଛନ୍ତି ମୋଦୀ ପଶ୍ଚିମା paschima Photograph: (sambad) ସମ୍ପାଦକ: ଅଶୋକ ମହାନ୍ତି ଯୋଗାଯୋଗ: ୧୮୮୨, ନୟାପଲ୍ଲୀ, ଭୁବନେଶ୍ବର ମୂଲ୍ୟ: ୩୨୦ ଟଙ୍କା, ପୃଷ୍ଠା: ୫୧୨ ସୁନ୍ଦର ପ୍ରଚ୍ଛଦ ସହ ପ୍ରକାଶ ପାଇଛି 'ପଶ୍ଚିମା'ର ମହାପୂଜା ସଂଖ୍ୟା।
ସତୁରିରୁ ଊର୍ଦ୍ଧ୍ବ ଗଳ୍ପ, ଶତାଧିକ କବିତା, ପନ୍ଦରଟି ଆଲୋଚନା ପାଠକେ ଏଥିରୁ ପାଇପାରିବେ।
ଦଳିତ ସାହିତ୍ୟକୁ ନେଇ ଏକ ଆଲୋଚନା ପ୍ରସ୍ତୁତ କରିଛନ୍ତି ସରୋଜ; ଯୁବପିଢ଼ିର ସ୍ପନ୍ଦନରେ ଓଡ଼ିଆ ଭାଷାକୁ ନେଇ ଏକ ଫିଚର୍ ପ୍ରସ୍ତୁତ କରିଛନ୍ତି ଶ୍ବେତପଦ୍ମା ପାଢ଼ୀ; ନୂଆପିଢ଼ିର ସ୍ରଷ୍ଟା ଓ ସୃଷ୍ଟିକୁ ନେଇ ଆଳାପ ଆଲୋଚନା କରିଛନ୍ତି ପ୍ରତୀକ୍ଷା ଜେନା।
ଅନ୍ୟ ଆଲୋଚନାଗୁଡ଼ିକ ମଧ୍ୟ ସୁଖପାଠ୍ୟ । ତେବେ ଏହି ସଂଖ୍ୟାରେ ଏଆଇ ସାହିତ୍ୟ ଓ ଲେଖକ ପରିଚୟର ନୂଆ ସଙ୍କଟକୁ ନେଇ ସ୍ଥାନ ପାଇଥିବା ସମ୍ପାଦକୀୟଟି ବେଶ୍ ଗୁରୁତ୍ବ ବହନ କରେ।
ନିଶାନ୍ତ Nishanta Photograph: (Sambad) ସମ୍ପାଦକ: ସଂଗ୍ରାମ ଜେନା ଯୋଗାଯୋଗ: ଶ୍ରୀରାମ ନଗର, ଅରୁଣୋଦୟ ମାର୍କେଟ୍, କଟକ ମୂଲ୍ୟ: ୧୫୦ ଟଙ୍କା, ପୃଷ୍ଠା: ୩୦୮ 'ନିଶାନ୍ତ'ର ଏହି ଶାରଦୀୟ ସଂଖ୍ୟାଟି ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ବତନ୍ତ୍ର ଭାବେ ପ୍ରକାଶ ପାଇଛି।
ନେତାଜୀଙ୍କ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ଲାଗି ପାଠକଙ୍କ ମନରେ ସର୍ବଦା ଉତ୍କଣ୍ଠା ରହିଆସିଛି।
ଏହି ସଂଖ୍ୟାଟି ସେ ଦିଗରେ ଯଥେଷ୍ଟ ପ୍ରଯତ୍ନ କରିଥିବା ମନେହୁଏ।
ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ରଙ୍କଠାରୁ ଆରମ୍ଭ କରି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ନେତାଜୀଙ୍କୁ ନେଇ ଥିବା ଅନୁଭୂତିକୁ ଏଥିରେ ସ୍ଥାନିତ କରାଯାଇଛି।
ଓଡ଼ିଆ ଜନମାନସରେ ନେତାଜୀ ଙ୍କ ସ୍ଥାନକୁ ନେଇ ବାସ୍ତବ ଆକଳନଟିଏ କରିଛନ୍ତି ସମ୍ପାଦକ।
ପତ୍ରିକାର ଶେଷ ଭାଗରେ ରହିଛି ସୁଭାଷ ବୋଷଙ୍କର କିଛି ଚିଠିପତ୍ର, ବାର୍ତ୍ତା, ଭାଷଣ ଓ ଆଲୋଚନା।
ଏହା ତାଙ୍କର ରାଜନୈତିକ ଦର୍ଶନ, ବିଚାର, ପନ୍ଥା ଓ ପରିବେଶକୁ ବୁଝିବାରେ ସହାୟକ ହେବ।
ଆହୁରି ପଢ଼ନ୍ତୁ- Puri–Badampahar Express Stoppages ପୁରୀ –ବାଦାମପାହାଡ଼ ଏକ୍ସପ୍ରେସ୍ର କୁଲଡିହା ଓ ବହଳଦା ରୋଡ୍ରେ ରହଣି ଦାବି ଯୁଗଶ୍ରୀ ଯୁଗନାରୀ Jugashree Juganari Photograph: (Sambad) ସମ୍ପାଦିକା: ମମତା ମହାପାତ୍ର ଯୋଗାଯୋଗ: ନେଳିଆବାଗ, ଶ୍ରୀକଣ୍ଠପୁର, ବାଲେଶ୍ବର ମୂଲ୍ୟ: ୮୦ ଟଙ୍କା, ପୃଷ୍ଠା: ୨୫୮ ନିୟମିତ ପ୍ରକାଶ ପାଉଥିବା ମାସିକ ମହିଳା ପତ୍ରିକା 'ଯୁଗଶ୍ରୀ ଯୁଗନାରୀ'ର ଶାରଦୀୟ ସଂଖ୍ୟାରେ ତିରିଶରୁ ଊର୍ଦ୍ଧ୍ବ ଗଳ୍ପ ଓ ଅନୁବାଦ ଗଳ୍ପ, ଚାଳିଶରୁ ଊର୍ଦ୍ଧ୍ବ କବିତା, କୋଡ଼ିଏ ସରିକି ପ୍ରବନ୍ଧ ସ୍ଥାନ ପାଇଛି।
ବାଚସ୍ପତି ସୁରମା ପାଢ଼ୀଙ୍କ ସହ ଏକ ସାକ୍ଷାତ୍କାର ଏଥିରେ ସ୍ଥାନ ପାଇଥିବା ବେଳେ ଏ ସଂଖ୍ୟାର ଅନ୍ୟତମ ଆକର୍ଷଣ ସଂଘମିତ୍ରା ମିଶ୍ରଙ୍କ ନାଟକ 'ସୁକାନ୍ତି କାନ୍ଦୁଥାଉ'।
ମହୀୟସୀ ମହିଳା ପାର୍ବତୀ ଗିରିଙ୍କୁ ନେଇ ଆଲେଖ୍ୟ ଟିଏ ପ୍ରସ୍ତୁତ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ।
ଏହାବାଦ୍ ବେଦ ସନ୍ଦେଶ, ଭ୍ରମଣ କାହାଣୀ, ରମ୍ୟରଚନା, ସ୍ମୃତି ଅନୁଭୂତି, ଶିଶୁଗଳ୍ପ ସମେତ ଅନେକ ନିୟମିତ ସ୍ତମ୍ଭ ମଧ୍ୟ ଏଥିରେ ସ୍ଥାନ ପାଇଛି।
ଅକ୍ଷାଂଶ akhyansha Photograph: (sambad) ସମ୍ପାଦକ: ହରିଶ୍ଚନ୍ଦ୍ର ବେହେରା ଯୋଗାଯୋଗ: କଲ୍ୟାଣ ନଗର, ଅଙ୍ଗାରଗଡ଼ିଆ, ବାଲେଶ୍ବର ମୂଲ୍ୟ: ୨୫୦ ଟଙ୍କା, ପୃଷ୍ଠା: ୩୫୨ ଫନୀ ମହାନ୍ତି, ମମତା ଦାଶ, ଅପର୍ଣ୍ଣା ମହାନ୍ତି, ହୃଷୀକେଶ ମଲ୍ଲିକ, ଆଶୁତୋଷ ପରିଡ଼ା, ଶତ୍ରୁଘ୍ନ ପାଣ୍ଡବ ପ୍ରମୁଖଙ୍କ କବିତା; ବିଷ୍ଣୁ ସାହୁ, ଆଦିକନ୍ଦ ସାହୁ, ନିବାରଣ ଜେନା ପ୍ରମୁଖଙ୍କ ଗଳ୍ପ; ଦିଲ୍ଲୀପ କୁମାର ସ୍ବାଇଁ, ଦେବାଶିଷ ପାତ୍ର, ନିଖିଳାନନ୍ଦ ପାଣିଗ୍ରାହୀ ପ୍ରମୁଖଙ୍କ ପ୍ରବନ୍ଧ ସ୍ଥାନ ପାଇଛି 'ଅକ୍ଷାଂଶ'ର ଶାରଦୀୟ ସଂଖ୍ୟାରେ।
ଏହାବାଦ୍ ଅନୂଦିତ ଗଳ୍ପ, ଭ୍ରମଣ କାହାଣୀ, ଗୀତି କବିତା ଓ ସନେଟ୍, ପୁସ୍ତକ ସମୀକ୍ଷା ଆଦି ପାଠକେ ଏଥିରୁ ପାଇପାରିବେ।
ହେମେନ୍ଦ୍ର ମହାପାତ୍ରଙ୍କ ନାଟକ 'ଏକ ନଷ୍ଟ ନାଟକର ନାଟ୍ୟକାର' ଏବଂ ଭାନୁମତୀ ସାହୁଙ୍କ ଉପନ୍ୟାସିକା 'ରକ୍ତାକ୍ତ ବାଲି' ଏହାର ଅନ୍ୟତମ ଆକର୍ଷଣ।
ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
