Massive Landslide Destroys ଭୂସ୍ଖଳନରେ ମାଟିରେ ମିଶିଲା ଗଞ୍ଜାମର ଗିଡ଼ିପାବାଲି ଗାଁ, ୧୩ ନିଖୋଜ
ଘୁ.ଉଦୟଗିରି( ସମୀର ପାଢ଼ୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ମୂଷଳଧାରା ଓ ଅବିଶ୍ରାନ୍ତ ବର୍ଷା କନ୍ଧମାଳରେ ବଡ଼ ବିପତ୍ତି ସୃଷ୍ଟି କରିଛି।
ଅନେକ ସ୍ଥାନରେ ଭୂସ୍ଖଳନ ଘଟି ଧନଜୀବନ ନଷ୍ଟ ହୋଇଛି।
ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁ ଭୂସ୍ଖଳନରେ ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତ ହୋଇଛି।
ସେଠାରେ ରହୁଥିବା ୯ଟି ପରିବାରର ୨୬ଜଣଙ୍କ ମଧ୍ୟରୁ ୧୧ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି।
ଅନ୍ୟ ୨ଜଣ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଘୁମୁସର ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
Advertisment Landslides in Ballingia and Katingia ବଲିଙ୍ଗିଆ ଓ କତିଙ୍ଗିଆରେ ଭୂସ୍ଖଳନ, ୪୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସୂଚନାନୁସାରେ, ଗ୍ରାମବାସୀଙ୍କ ଯାତାୟାତର ମୁଖ୍ୟ ରାସ୍ତା କତିଙ୍ଗିଆ ପଞ୍ଚାୟତର ସିପାଏଜୁ ଦେଇ ଘୁ.
ଉଦୟଗିରି ଓ ରାଇକିଆ ଅଞ୍ଚଳକୁ ଯୋଗାଯୋଗ କରୁଥିଲା।
ବୁଧବାର ଭେରରେ ପାହାଡ଼ରୁ ମାଟି, ପଥର, ଗଛ ଓ ପାଣି ଗାଁ ଉପରକୁ ମାଡ଼ି ଆସିଥିଲା।
ଉଦ୍ଧାର ପାଇଥିବା ରିନିମା ମଲ୍ଲିକ ଘଟଣା ସମ୍ପର୍କରେ କହିଛନ୍ତି, ତାଙ୍କ ସ୍ବାମୀଙ୍କ ପତ୍ତା ଏଯାଏଁ ମିଳିପାରିନାହିଁ।
ବୁଧବାର ରାତି ପ୍ରାୟ ୩ଟା ସମୟରେ ସମସ୍ତେ ନିଜ ନିଜ ଘରେ ଶୋଇଥିଲେ।
ହଠାତ୍ ଏକ ବିରାଟ ଶବ୍ଦ ଶୁଣାଗଲା।
କିଛି ବୁଝିବା ପୂର୍ବରୁ ପାହାଡ଼ ଉପରୁ ମାଟି, ପଥର, ଗଛ ଓ ପାଣିର ବିଶାଳ ସ୍ରୋତ ଗ୍ରାମ ଭିତରକୁ ମାଡ଼ି ଆସି ଘରଗୁଡ଼ିକୁ ପୋତି ଦେଇଥିଲା।
Fresh Landslide at Kalinga Ghat ଅବିଶ୍ରାନ୍ତ ବର୍ଷା: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ, ରଟିଙ୍ଗିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ ଏହି ବିଭୀଷିକା ମଧ୍ୟରେ ୧୧ ଜଣ ଅଳ୍ପକେ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ।
ସେମାନଙ୍କ ମଧ୍ୟରେ ମାତ୍ର ୧ ବର୍ଷ ୩ ମାସର ଦୁଇ ଜଣ ଯାଆଁଳା ଶିଶୁ ଏବଂ ଜଣେ ୮ ବର୍ଷର ବାଳକ ମଧ୍ୟ ରହିଛନ୍ତି।
ଭୂସ୍ଖଳନ ପରେ ଘରଦ୍ୱାର ଓ ସମସ୍ତ ସମ୍ପତ୍ତି ହରାଇଥିବା ଏହି ଲୋକମାନେ ବୁଧବାର ରାତିରୁ ଭୋକ ଓ ଶୋଷରେ ପାହାଡ଼ ପର୍ବତ ମଧ୍ୟରେ ଆଶ୍ରୟ ନେଇଥିଲେ।
ଦୀର୍ଘ ସମୟର ସଂଘର୍ଷ ପରେ ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ କତିଙ୍ଗିଆ ପଞ୍ଚାୟତର କିଲାପାଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳରେ ପହଞ୍ଚି ନିଜର ଦୁଃଖଦ ଅନୁଭୂତି ବଖାଣିଥିଲେ।
Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ ଅନ୍ୟପକ୍ଷରେ, ଗ୍ରାମର ରବି ମଲ୍ଲିକ, ସନମନ ପ୍ରଧାନ, ବଳଦେବ ପ୍ରଧାନ, ବିଜୟ ପ୍ରଧାନ, ପ୍ରତାପ ପ୍ରଧାନ, ଜୟନ୍ତୀ ପ୍ରଧାନ, ପଦ୍ମା ପ୍ରଧାନ, ଦୁର୍ଗାସିନୀ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ରାଜଲକ୍ଷ୍ମୀ ପ୍ରଧାନ, ଚିମ୍ପୁ ପ୍ରଧାନ, ତାରାବତୀ ପ୍ରଧାନ ଓ ସୁମିତ୍ରା ପ୍ରଧାନଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନାହିଁ।
ସେହିପରି ସମିତା ମଲ୍ଲିକ ଓ ମନିମା ପ୍ରଧାନ ନାମକ ଦୁଇ ମହିଳା ଭୂସ୍ଖଳନ ସମୟରେ ମାଟି ଓ ପଥର ତଳେ ପୋତି ହୋଇଯାଇଥିଲେ।
କୌଣସି ପ୍ରକାରେ ଜୀବନ ବଞ୍ଚାଇ ସେମାନେ ବଲିଙ୍ଗିଆ ରାସ୍ତା ଦେଇ ବାହାରକୁ ଆସୁଥିବା ସମୟରେ ଘୁ.
ଉଦୟଗିରିର ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ରଙ୍କ ନଜରରେ ପଡ଼ିଥିଲେ।
ସେ ବଲିଙ୍ଗିଆ ଭୂସ୍ଖଳନ ଅଞ୍ଚଳ ପରିଦର୍ଶନରେ ଯାଇଥିବାବେଳେ ଅସୁସ୍ଥ ଅବସ୍ଥାରେ ଥିବା ଏହି ଦୁଇ ମହିଳାଙ୍କୁ ତୁରନ୍ତ ଘୁ.
ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ। landslide in Bolingia: ବଲିଙ୍ଗିଆରେ ଭୟଙ୍କର ଭୂସ୍ଖଳନ ଖବର ପାଇ କିଲାପାଙ୍ଗା ଗ୍ରାମର ବେଲାର୍ଶନ ପ୍ରଧାନଙ୍କ ନେତୃତ୍ୱରେ ୮ ଜଣ ଗ୍ରାମବାସୀ ଗିଡ଼ିପାବାଲି ଅଞ୍ଚଳକୁ ଯାଇ ନିଖୋଜ ଲୋକଙ୍କୁ ଖୋଜାଖୋଜି କରିଥିଲେ।
ମାତ୍ର କାହାରି ସନ୍ଧାନ ମିଳିନଥିବା ସେମାନେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
