Undertrial Prisoner Dies ଯାଜପୁରରୋଡ଼ ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

Nov 06, 2026 - 19:51
Undertrial Prisoner Dies ଯାଜପୁରରୋଡ଼ ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ରଗଡ଼ି(ମନୋଜ ରାଉଳ): ଯାଜପୁରରୋଡ଼ ଉପକାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି।

ଜେଲ୍‌ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ କଏଦୀଙ୍କ ପରିବାର ପକ୍ଷରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରାଯାଇଛି।

Advertisment ଝାରପଡ଼ା ଜେଲ୍‌ରେ କଏଦୀ ମୃତ୍ୟୁ ମାମଲା: ମର୍ଗରେ ତାଲା ପକାଇ ଧାରଣା ଜେଲ୍‌ ପରିସରରେ ଥିବା ମେଡିକାଲ କକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ଜଣେ ୨୨ ବର୍ଷୀୟ କଏଦୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ କଏଦୀଜଣକ ହେଲେ ସୁକିନ୍ଦା ବ୍ଲକ ଅନ୍ତର୍ଗତ କଳିଙ୍ଗନଗର ଥାନା ଅଧୀନ ନିମପଲ୍ଲୀ ଗ୍ରାମର ଅବିନାଶ ବିଶ୍ୱାଳ (୩୫)।

ଏକ ପୋକ୍‌ସୋ ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ରହୁଥିଲେ।

ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ କାରାଗାରରୁ ଯାଜପୁରରୋଡ଼ ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା।

ଶୁକ୍ରବାର ମଧ୍ୟାହ୍ନରେ ଜେଲ୍‌ ପରିସରରେ ଥିବା ମେଡିକାଲ କକ୍ଷରେ ଜୋତାର ଲେସ୍‌ ଓ ବ୍ୟାଣ୍ଡେଜ୍‌ କପଡ଼ା ବ୍ୟବହାର କରି ଅବିନାଶ ଆତ୍ମହତ୍ୟା କରିଥିବା କୁହାଯାଇଛି।

ଏନେଇ ୧୮/୨୦୨୬ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସନ୍ଦେହ ଘେରରେ କଏଦୀ ମୃତ୍ୟୁ: ୭ବର୍ଷରେ ମଲେଣି ୭ କୋରେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଏନେଇକହିଛନ୍ତି, ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ।

ପୁରୀ କଏଦୀ ମୃତ୍ୟୁ ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ଉପକାରାଗାରରେ ଏକାଧିକ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଏବଂ ଜେଲ୍‌ ପାଚେରି ଡେଇଁ କଏଦୀ ଫେରାର ହେବା ଭଳି ଘଟଣା ସାମ୍ନାକୁ ଆସିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)