Odisha to Build 630 GM Model Schools ୪୦୦୦ କୋଟି ଟଙ୍କା ବ୍ୟୟରେ ସ୍ଥାପିତ ହେବ ୬୩୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ
୨୦୨୯ ସୁଦ୍ଧା ସ୍ଥାପିତ ହେବ ୨୨୦୦ ବିଦ୍ୟାଳୟ ୧୨୯୨ କୋଟିର ୩୩୦ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ୪୧୧ କୋଟି ଟଙ୍କାର ୧୯୮ଟି ପ୍ରକଳ୍ପର ଲୋକାର୍ପଣ ୮୮୦ କୋଟିରୁ ଅଧିକ ମୂଲ୍ୟର ୧୩୨ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ୧୫ ମହଲା ଟେକ୍-ବିଜନେସ୍ ପାର୍କର ଶୁଭାରମ୍ଭ; ଖର୍ଚ୍ଚ ହେବ ୨୩୭ କୋଟି Advertisment ଭୁବନେଶ୍ୱର: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ୬୩୦ଟି ସ୍କୁଲର ଭିତ୍ତିପ୍ରସ୍ତର ଆଜି( ଶୁକ୍ରବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ସ୍ଥାପନ କରିଛନ୍ତି।
ଏଥିରୁ କେବଳ କେନ୍ଦୁଝର ଜିଲ୍ଲାର ୩୫ଟି ବିଦ୍ୟାଳୟ ରହିଛି।
ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଏହି ସମସ୍ତ ବିଦ୍ୟାଳୟ ନିର୍ମାଣ ହେବ।
ଏହାସହ ମୋଟ ୧୨୯୨ କୋଟି ଟଙ୍କାର ବ୍ୟୟରେ ୩୩୦ଟି ଅନ୍ୟ ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ରାଜ୍ୟରେ ଶିକ୍ଷାର ଭିତ୍ତିଭୂମିର ବିକାଶ ସମ୍ପର୍କରେ ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଥମ ୩ ବର୍ଷରେ ୨ ହଜାର ୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ୨୦୨୫-୨୬ ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଅନୁନ୍ୟ ୫ ଏକର ଜମି ଓ ଗମନାଗମନର ସୁବିଧା ଥିବା ଗ୍ରାମଗୁଡ଼ିକରେ ଏହି ସ୍କୁଲ ସ୍ଥାପିତ ହେଉଛି।
ପୂର୍ବରୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମସ୍ଥାନ ବାଣପୁରରୁ ୧୧୮ଟି ଏବଂ ଖୋର୍ଦ୍ଧାରୁ ୨୦୪ଟି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ଆଜି ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬୩୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି।
ମୋଟ ୯୫୨ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଶିକ୍ଷାର ରୂପାନ୍ତରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।
କେନ୍ଦୁଝର ଜିଲ୍ଲାରେ ୩୫ଟି ଆଦର୍ଶ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି।
ରାଜ୍ୟରେ ଶିଶୁବାଟିକା ଆରମ୍ଭ କରାଯାଇ ୪୫ ହଜାରରୁ ଅଧିକ ସ୍କୁଲରେ ଖୋଲାଯାଇଛି ।
ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଗତ ଅଢ଼େଇ ବର୍ଷ ଭିତରେ ୨୮ ହଜାର ୬୩୯ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ।
Chief Minister reviews: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ସମୀକ୍ଷା: ମାର୍ଚ୍ଚ ସୁଦ୍ଧା ଜମି ଚିହ୍ନଟ କର ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧରଣୀଧର ମେଡିକାଲ୍ କଲେଜ୍ ପରିସରରେ ଡିଏମଏଫ୍ ସହଯୋଗରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଭିତ୍ତିକ 'ପ୍ରିଭେଣ୍ଟିଭ୍ କ୍ୟାନସର୍ ସ୍କ୍ରିନିଂ କେନ୍ଦ୍ର' ଲୋକାର୍ପିତ କରିଛନ୍ତି।
ସ୍ୱାସ୍ଥ୍ୟ ଶିକ୍ଷାକୁ ବ୍ୟାପକ କରିବା ପାଇଁ ୫୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ୭ ମହଲା ବିଶିଷ୍ଟ ଡେଣ୍ଟାଲ କଲେଜ ଏବଂ ୬୩ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ନର୍ସିଙ୍ଗ୍ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହାସହ କେନ୍ଦୁଝରଠାରେ ଏକ ସରକାରୀ ଫାର୍ମାସୀ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଆରମ୍ଭ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ଯୋଜନା ଏହା ବ୍ୟତୀତ ୧୦ କୋଟି ଟଙ୍କାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, ୩୨ କୋଟି ଟଙ୍କାରେ ମଡୁଲାର୍ ଓଟି କମ୍ପ୍ଲେକ୍ସ, ମଲ୍ଟି-ୟୁଟିଲିଟି ସେଣ୍ଟର, ପୁଲିସ୍ ଆଉଟପୋଷ୍ଟ୍ ଏବଂ ୩୦ଜଣିଆ ବାରାକ୍ ମଧ୍ୟ ଲୋକାର୍ପିତ ହୋଇଛି।
ଏହା ମଧ୍ୟରୁ ପ୍ରାୟ ୪୧୨ କୋଟି ଟଙ୍କାର ୧୯୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୮୮୦ କୋଟିରୁ ଅଧିକ ମୂଲ୍ୟର ୧୩୨ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
Loot of District Mineral Fund - 16: ଜିଲ୍ଲା ଖଣିଜ ପାଣ୍ଠି ଲୁଟ୍-୧୬: ଖଣିଜ ପାଣ୍ଠିରେ ଶିକ୍ଷା ବିକାଶ ଏହି ଅବସରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ (ଏନସିଏମସି) ବା ମାଗଣା ବସ୍ ସେବା କାର୍ଡର ଶୁଭାରମ୍ଭ କରାଯାଇଛି।
ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି କାର୍ଡ ପ୍ରଦାନ କରିଛନ୍ତି।
ସ୍ୱାସ୍ଥ୍ୟସେବା ପାଇଁ ଡିଏମଏଫ ପାଣ୍ଠିରୁ ୨୩ଟି ନୂତନ ଆମ୍ବୁଲାନ୍ସ ଏବଂ ସହରାଞ୍ଚଳଗୁଡ଼ିକୁ ପରିଚ୍ଛନ୍ନ ରଖିବା ପାଇଁ କେନ୍ଦୁଝର, ଯୋଡ଼ା ଓ ବଡ଼ବିଲ୍ ପୌରପାଳିକାକୁ ମୋଟ ୨୬ଟି ପରିମଳ ସାମଗ୍ରୀ, ଏଲସିଭି ଗାଡ଼ି, ଟ୍ରାକ୍ଟର, ସ୍ପ୍ରିଙ୍କଲର ଓ ସେସପୁଲ୍ ଗାଡ଼ି ପ୍ରଦାନ କରାଯାଇଛି।
ଏହି ରାଜ୍ୟସ୍ତରୀୟ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ସାଂସଦ ଅନନ୍ତ ନାଏକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବ ଡକ୍ଟର ଏନ୍.
ତିରୁମାଲା ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲାପାଳ ଵିଶାଲ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
