Amit Shah : ରାହୁଲ ଗାନ୍ଧୀଙ୍କୁ ଅମିତ ଶାହଙ୍କ ଟାର୍ଗେଟ୍: ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର ହେବ କେନ୍ଦ୍ର

Nov 06, 2026 - 17:13
Amit Shah : ରାହୁଲ ଗାନ୍ଧୀଙ୍କୁ ଅମିତ ଶାହଙ୍କ ଟାର୍ଗେଟ୍: ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର ହେବ କେନ୍ଦ୍ର

ଡେରାଡୁନ: ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ପରେଡ୍ ପଡ଼ିଆରେ ଭାରଅନୁପ୍ରବେଶକାରୀଙ୍କ ପ୍ରସଙ୍ଗକୁ ନେଇ ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ଘେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ତୀୟ ଜନତା ପାର୍ଟିର କର୍ମୀମାନଙ୍କୁ ସମ୍ବୋଧିତ କରି ସେ ରାହୁଲ ଗାନ୍ଧୀଙ୍କ ଉପରେ ତୀବ୍ର ରାଜନୈତିକ ଆକ୍ରମଣ କରିଛନ୍ତି।

ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ରାହୁଲ ଗାନ୍ଧୀ ଅଭିଯାନ ଚଳାଉଥିବା ଓ ଲୋକଙ୍କ ମଧ୍ୟରେ ଭୁଲ୍ ଧାରଣା ସୃଷ୍ଟି କରୁଥିବା ଶାହ ଅଭିଯୋଗ କରିଛନ୍ତି।

Advertisment ଉତ୍ତରାଖଣ୍ଡରେ ହ୍ୟାଟ୍ରିକ୍‌ ସହିତ ୬୫ରୁ ଅଧିକ ଆସନ ଜିତିବାକୁ ବିଜେପିର ଲକ୍ଷ୍ୟ ଶାହ କହିଛନ୍ତି, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା, ତାଲିକାରୁ ସେମାନଙ୍କ ନାମ ବାଦ୍ ଦେବା ଓ ଦେଶରୁ ବାହାର କରିବା ହେଉଛି ବିଜେପିର ଲକ୍ଷ୍ୟ।

ଦେଶର ସୀମା ସୁରକ୍ଷା ସହିତ ଭାରତର ସଂସ୍କୃତି ଓ ପରିଚୟକୁ ସୁରକ୍ଷିତ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ବିଜେପି ଏହାର କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସଙ୍କେତ ଦେଇଛନ୍ତି।

ସଭାରେ ଶାହ ଉତ୍ତରାଖଣ୍ଡରେ ଲାଗୁ ହୋଇଥିବା ସମାନ ନାଗରିକ ସଂହିତା (ୟୁସିସି) ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।

ରାଜ୍ୟର ପୂର୍ବ ନିର୍ବାଚନୀ ଫଳାଫଳର ଉଲ୍ଲେଖ କରି ଆଗାମୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ୍‌ ବିଜୟ ସହିତ ୬୫ରୁ ଅଧିକ ଆସନ ଜିତିବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି ସଭା ମାଧ୍ୟମରେ ଅମିତ ଶାହ ଅନୁପ୍ରବେଶ ପ୍ରସଙ୍ଗ, ସୀମା ସୁରକ୍ଷା ଓ ରାଜ୍ୟରେ ବିଜେପିର ଆଗାମୀ ରାଜନୈତିକ ଲକ୍ଷ୍ୟକୁ ପ୍ରମୁଖତା ଦେଇଛନ୍ତି।

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ: ମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)