UN: ସିଜେପି ପ୍ରତିବାଦ ନେଇ ଜାତିସଂଘର ପ୍ରତିକ୍ରିୟା: କଡ଼ା ଜବାବ ଦେଲା ଭାରତ

Oct 11, 2026 - 09:41
UN: ସିଜେପି ପ୍ରତିବାଦ ନେଇ ଜାତିସଂଘର ପ୍ରତିକ୍ରିୟା: କଡ଼ା ଜବାବ ଦେଲା ଭାରତ

"ଜେନେଭା: ନୂଆଦିଲ୍ଲୀରେ ସିଜେପି ପ୍ରତିବାଦ ଉପରେ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟର ମନ୍ତବ୍ୟକୁ ଭାରତ କଡ଼ା ସ୍ବରରେ ପ୍ରତ୍ୟାଖ୍ୟାନ କରିଛି।

ଭାରତ ଜାତିସଂଘ ମାନବାଧିକାର ସଂସ୍ଥାର ଚିନ୍ତାକୁ ଖଣ୍ଡନ କରି କହିଛି, ଏଭଳି ମନ୍ତବ୍ୟ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅନାବଶ୍ୟକ ହସ୍ତକ୍ଷେପ।

ଶନିବାର ନୂଆଦିଲ୍ଲୀରେ କୋକ୍ରୋଚ୍ ଜନତା ପାର୍ଟି (ସିଜେପି) ପ୍ରତିବାଦ ସମୟରେ ଗିରଫଦାରୀ ଉପରେ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଚିନ୍ତା ପ୍ରକାଶ କରିଥିଲା ​​ଏବଂ ଲୋକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଥିଲା।

ଜେନେଭାରେ ଭାରତର ସ୍ଥାୟୀ ମିଶନ ସୋସିଆଲ ମିଡିଆ ଏକ୍ସରେ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି।Advertisment ଭେଦଭାବ ବିନା କାମ କରିବାକୁ ଅନୁରୋଧ ଭାରତ କହିଛି, ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଏହି ପ୍ରସଙ୍ଗ ଉପରେ ଚିନ୍ତା ନକରି ଅନ୍ୟତ୍ର ହେଉଥିବା ବଡ଼ ଧରଣର ପ୍ରତିବାଦ ଉପରେ ଧ୍ୟାନ ଦେବା ଉଚିତ୍।

ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର।

ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ଆମର ସମ୍ବିଧାନ ଦ୍ୱାରା ସୁନିଶ୍ଚିତ ଏବଂ ଆମର ଦୃଢ଼ ପ୍ରତିଷ୍ଠାନ, ଏକ ସ୍ୱାଧୀନ ନ୍ୟାୟପାଳିକା ଏବଂ ଏକ ମୁକ୍ତ ଗଣମାଧ୍ୟମ ଦ୍ୱାରା ସୁରକ୍ଷିତ।

ପ୍ରତ୍ୟେକ ଗଣତନ୍ତ୍ର ପରି ସାର୍ବଜନୀନ ସ୍ୱାର୍ଥ ପାଇଁ ଭାରତରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଥାଏ।

ଆମର କର୍ତ୍ତୃପକ୍ଷ ଆଇନ ଅନୁଯାୟୀ କାର୍ଯ୍ୟ କରନ୍ତି ଏବଂ ଆମ ଅଦାଲତ ଯେକୌଣସି ଅଭିଯୋଗର ସମାଧାନ ପାଇଁ ସମସ୍ତଙ୍କ ପାଇଁ ଉପଲବ୍ଧ।

ଭାରତ ଜାତିସଂଘ ସଂସ୍ଥାକୁ ନିରପେକ୍ଷ ଏବଂ ଭେଦଭାବ ବିନା କାମ କରିବାକୁ ଅନୁରୋଧ କରିଛି।

ସିଜେପି ଦ୍ୱାରା ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ନୂଆଦିଲ୍ଲୀରେ ପ୍ରତିବାଦ ସମୟରେ ଲୋକଙ୍କ ଅଟକ ରଖିବା ଉପରେ ଚିନ୍ତା ପ୍ରକାଶ କରି ଜାତିସଂଘ ମାନବାଧିକାର କାର୍ଯ୍ୟାଳୟର ମନ୍ତବ୍ୟର ଜବାବରେ ଭାରତ ପକ୍ଷରୁ ଏଭଳି କଡ଼ା ପ୍ରତିକ୍ରିୟା ଆସିଛି।

ଶନିବାର ଏକ ବିବୃତିରେ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ କହିଥିଲେ, ଦିଲ୍ଲୀରେ ଗଣ ପ୍ରଦର୍ଶନ ପୂର୍ବରୁ ଏବଂ ସମୟରେ ବହୁ ସଂଖ୍ୟକ ପ୍ରଦର୍ଶନକାରୀ, ପ୍ରତିବାଦ ନେତା, ନାଗରିକ ସମାଜ ସଦସ୍ୟ, ଆଇନଜୀବୀ ଏବଂ ସାମ୍ବାଦିକଙ୍କୁ ଅଟକ ରଖାଯାଇଥିବା ରିପୋର୍ଟ ନେଇ ଆମେ ଚିନ୍ତିତ।

Pakistan: ପାକିସ୍ତାନରେ ପୋଡ଼ାଜଳା, ୩୫ ପରିବାର ଗାଁ ଛାଡ଼ି କଲେ ପଳାୟନ ଆମେ କର୍ତ୍ତୃପକ୍ଷଙ୍କୁ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାରକୁ ସମ୍ପୂର୍ଣ୍ଣ ସମ୍ମାନ ଏବଂ ସୁନିଶ୍ଚିତ କରିବାକୁ ନିବେଦନ କରୁଛୁ।

ଭାରତୀୟ କର୍ତ୍ତୃପକ୍ଷ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ପ୍ରତି ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ସଂଯମତା ଅବଲମ୍ବନ କରିବା ନିଶ୍ଚିତ କରିବା ଆବଶ୍ୟକ।

ଅଟକ ରଖାଯାଇଥିବା ଲୋକଙ୍କୁ ତୁରନ୍ତ ଏବଂ ନିଃସର୍ତ୍ତ ମୁକ୍ତ କରାଯିବା ଉଚିତ୍।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)