ସିଇସିଙ୍କ ଇସ୍ତଫା ଦାବି: ଆଜି ଦିଲ୍ଲୀରେ ପଦଯାତ୍ରା କରିବ ସିଜେପି

Oct 11, 2026 - 09:34
ସିଇସିଙ୍କ ଇସ୍ତଫା ଦାବି: ଆଜି ଦିଲ୍ଲୀରେ ପଦଯାତ୍ରା କରିବ ସିଜେପି

ସିଇସିଙ୍କ ଇସ୍ତଫା ଦାବି: ଆଜି ଦିଲ୍ଲୀରେ ପଦଯାତ୍ରା କରିବ ସିଜେପି

ନନ୍ଦିଘୋଷ ବ୍ୟୁରୋ: ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP। ଏନେଇ ଆଜି ଦିଲ୍ଲୀରେ ପଦଯାତ୍ରା ଆରମ୍ଭ କରିବ କକ୍ରୋଜ ଜନତା ପାର୍ଟି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । CJP ରାଲିରେ ବିଭିନ୍ନ ସଂଗଠନ ଯୋଗ ଦେବା ନେଇ ସୂଚନା ରହିଛି।

ଶନିବାର ଦିଲ୍ଲୀ ପୋଲିସ ୭ ହଜାରରୁ ଅଧିକ ନେତା ଓ କର୍ମୀଙ୍କୁ ଅଟକ ରଖିଥିବା ବେଳେ ୩ ହଜାର କର୍ମୀଙ୍କୁ ଖଲାସ କରିଛି । ସ୍ଥିତିକୁ ନଜରରେ ରଖି ପଦକ୍ଷେପ ଗ୍ରହଣ କରିପାରନ୍ତି ଦିଲ୍ଲୀ ସରକାର। ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମେତ ପ୍ରମୁଖ ନେତାଙ୍କୁ ଅଟକ ପରେ ସଂଗଠନର ଦାୟିତ୍ବ ବର୍ତ୍ତମାନ ଅଜିଙ୍କ୍ୟ ସିନ୍ଦେଙ୍କୁ ଦିଆଯାଇଛି । ଗତକାଲି ଆନ୍ଦୋଳନ ବେଳେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ମମତା ବାନାର୍ଜୀ ଓ ପିନରୟୀ ବିଜୟନଙ୍କୁ ଅଟକ ରଖିଥିଲା ପୋଲିସ। ସିଜେପି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏବେ ବି ସମଗ୍ର ଦିଲ୍ଲୀରେ ମୁତୟନ ରହିଛନ୍ତି ହଜାର ହଜାର ସୁରକ୍ଷା କର୍ମୀ । ସିଇସି ନିଜ ପଦରୁ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି CJP ପକ୍ଷରୁ କୁହାଯାଇଛି । ସେପଟେ ପୁଣି ବଡ଼ ଧରଣର ରାଲି କରିବ କଂଗ୍ରେସ। ଏଥିରେ ସାରା ଦେଶରୁ ହଜାର ହଜାର କର୍ମୀ ସାମିଲ ହେବା ନେଇ ସୂଚନା ରହିଛି।

ଅନ୍ୟପଟେ, ଦିଲ୍ଲୀରେ ହଜାର ହଜାର ସିଜେପି କର୍ମୀଙ୍କୁ ଅଟକ ଘଟଣାରେ ତାତିଛନ୍ତି ସୋନମ ୱାଙ୍ଗଚୁକ୍। ଯଦି ଅଟକ ଆନ୍ଦୋଳନକାରୀଙ୍କୁ ଛଡ଼ା ନଯାଏ ତେବେ ଅନଶନ ସହ ପଦଯାତ୍ରା କରାଯିବ ବୋଲି ସେ ଚେତାଇ ଦେଇଛନ୍ତି। ଦେଶରେ ବର୍ତ୍ତମାନ ଏକ ଅଘୋଷିତ ଜରୁରୀକାଳୀନ ସ୍ଥିତି ରହିଛି ବୋଲି ସେ କହିଛନ୍ତି। ସୋନମ ଓ୍ବାଙ୍ଗଚୁକ ରବିବାର ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କ ସମର୍ଥନରେ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ପୂର୍ବରୁ ସେ ଆନ୍ଦୋଳନକାରୀଙ୍କୁ ମୁକ୍ତ କରିବାକୁ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ । ଆଉ ଯଦି ସରକାର ତାଙ୍କୁ ନଛାଡିଲେ ତେବେ ସେ ପୁଣିଥରେ ଅନଶନ ଆରମ୍ଭ କରିବେ ବୋଲି ଚେତାଇ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)