UAE: ୟୁଏଇରୁ ରପ୍ତାନିଭିତ୍ତିକ ଶିଳ୍ପକୁ ଟାଣିବ ଓଡ଼ିଶା

Sep 05, 2026 - 21:58
UAE: ୟୁଏଇରୁ ରପ୍ତାନିଭିତ୍ତିକ ଶିଳ୍ପକୁ ଟାଣିବ ଓଡ଼ିଶା

"ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସନ୍ତା ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଗସ୍ତରେ ଯିବେ।

ପୁଞ୍ଜି ଯୋଗାଡ଼ କରିବା ସମୟରେ ରପ୍ତାନିଭିତ୍ତିକ ଶିଳ୍ପକୁ ଆକୃଷ୍ଟ କରିବା ଉପରେ ଓଡ଼ିଶାର ପ୍ରତିନିଧି ମଣ୍ଡଳୀ ଗୁରୁତ୍ବାରୋପ କରିବ।

ଏଥିସହିତ ଓଡ଼ିଶା ଓ ୟୁଏଇ ମଧ୍ୟରେ ନୂଆନିବେଶ ଓ ବ୍ୟବସାୟ କ୍ଷେତ୍ରରେ ସଂଯୋଗ ସ୍ଥାପନ କରିବ।

ଆବୁଧାବି ଓ ଦୁବାଇରେ ହେବାକୁ ଥିବା ଏହି ୩ ଦିନିଆ କାର୍ଯ୍ୟକ୍ରମରେ ୟୁଏଇର ନିବେଶକ, ଅଗ୍ରଣୀ ଫଣ୍ଡ ହାଉସ୍‌, ଆର୍ଥିକ ପ୍ରତି‌ଷ୍ଠାନ, ଉଦ୍ୟୋଗୀଙ୍କ ସମେତ ଭାରତର ବ୍ୟବସାୟିକ ପେସାଦାର ଓ ସଂଗଠନଗୁଡ଼ିକ ଯୋଗଦେବେ।Advertisment ଆହୁରି ପଢନ୍ତୁ :Nepal flood: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୧,୩୪୪କୁ ବୃଦ୍ଧି ଉଦ୍ଧାର କାର୍ଯ୍ୟ ଜାରି  ଓଡ଼ିଶାରେ ନୂଆ ନିବେଶ ସୁ‌ଯୋଗ ସହିତ ପ୍ରଯୁକ୍ତି କ୍ଷେତ୍ରରେ ସହବନ୍ଧନ, ଶିଳ୍ପକ୍ଷେତ୍ରରେ ସହଭାଗିତା, ରପ୍ତାନି ଓ ମୂଲ୍ୟ ଶୃଙ୍ଖଳ ବିକାଶ ଉପରେ କାର୍ଯ୍ୟ ସମ୍ପାଦିତ ହେବ।

ଓଡ଼ିଶାରେ ଧାତବ କ୍ଷେତ୍ରରେ ଯଥେଷ୍ଟ ସାମର୍ଥ୍ୟ ରହିଛି।

ଏ କ୍ଷେତ୍ରରେ ଅଧିକ ଉଚ୍ଚମୂଲ୍ୟର ଉତ୍ପାଦନ କିଭଳି କରାଯିବ, ଡାଉନଷ୍ଟ୍ରିମ ଶିଳ୍ପ କିଭଳି ସ୍ଥାପନ ହେବ ଏବଂ ବିଶ୍ବ ବଜାର ସହ ଏହାକୁ କିଭଳି ଯୋଡ଼ାଯିବ ତାହାକୁ ଧ୍ୟାନ ଦିଆଯିବ।

ବିଶେଷକରି ରପ୍ତାନିଅଭିମୁଖୀ ସାମଗ୍ରୀ ଓଶିଳ୍ପ ଉପରେ ଗୁରୁତ୍ବ ଦିଆଯିବ।

ଧାତବ କ୍ଷେତ୍ରର ଡାଉନଷ୍ଟ୍ରିମ ଶିଳ୍ପ, ଖାଦ୍ୟ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି, ବନ୍ଦରଭିତ୍ତିକ ଶିଳ୍ପ ପାର୍କ, ବନ୍ଦରଭିତ୍ତିକ ଲଜିଷ୍ଟିକ୍ସ ପାର୍କ, ଜାହାଜ ତିଆରି ପାର୍କ, ଉତ୍ସର୍ଗୀକୃତ ରେୟାର ଆର୍ଥ କରିଡର, ସ୍ଲରି ପାଇପ୍‌ଲାଇନ୍‌ ଭିତ୍ତିଭୂମି, ରାସାୟନିକ ଏବଂ ପେଟ୍ରୋରସାୟନ ପାର୍କ ଆଦି କ୍ଷେତ୍ରକୁ ବି ଟାର୍ଗେଟ୍‌ ରଖାଯାଇଛି।

ଆହୁରି ପଢନ୍ତୁ :Gurdwara: ଲଣ୍ଡନର ପ୍ରସିଦ୍ଧ ଗୁରୁଦ୍ବାରରେ ପ୍ରାର୍ଥନା କଲେ ମୋହନ ଭାଗବତ, ଏନ୍‌ଆରଆଇ ଶିଖ୍‌ମାନଙ୍କ ସହ ସମ୍ପର୍କ ବଢ଼ାଇବାକୁ ପ୍ରୟାସ ଓଡ଼ିଶାର ଶିଳ୍ପାୟନ କିଭଳି ନୂଆପିଢ଼ିର ଶିଳ୍ପ, ପ୍ରଯୁକ୍ତିଚାଳିତ ଏବଂ ଉଚ୍ଚ ମୂଲ୍ୟ କ୍ଷେତ୍ର ଆଡ଼କୁ ଅଗ୍ରଗତି କରିବ ତାହା ଉପରେ ପ୍ରତିନିଧି ମଣ୍ଡଳୀ ଧ୍ୟାନ ଦେବ।

ବ୍ୟବସାୟ ଜଗତର ଭାରତୀୟ ପେସାଦାରମାନଙ୍କ ସହିତ ମଧ୍ୟ ଏହି ଅବସରରେ ଆଲୋଚନା ହେବ।

ଓଡ଼ିଶା ନିବେଶକ ବୈଠକ-ୟୁଏଇରେ ଓଡ଼ିଶାର ନିବେଶ ପରିବେଶ ସଂପର୍କରେ ୟୁଏଇର ଉଦ୍ୟୋଗଓ ବ୍ୟବସାୟ ଜଗତକୁ ସୂଚନା ପ୍ରଦାନ କରାଯିବ।

ଆହୁରି ପଢନ୍ତୁ :War: ରୁଷ୍‌-ୟୁକ୍ରେନ ଯୁଦ୍ଧରେ ୭୨ ଘଣ୍ଟିଆ ବିରତି ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଓଡ଼ିଶାର ଦୃଢ଼ ଶିଳ୍ପ ଭିତ୍ତିଭୂମି ରହିଛି।

ରପ୍ତାନିଭିତ୍ତିକ ଶିଳ୍ପ ଏବଂ ମୂଲ୍ୟଯୁକ୍ତ ଉତ୍ପାଦନ ୟୁନିଟ୍‌ ଗଢ଼ି ଉଠିବା ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି।

ୟୁଏଆଇ ଆଉଟରିଚ୍‌ କାର୍ଯ୍ୟକ୍ରମ ଜରିଆରେ ଆମେ ବିଶ୍ବର ପୁଞ୍ଜି, ପ୍ରଯୁକ୍ତି, ବଜାର ଏବଂ ରଣନୀତିକ ସହଯୋଗୀମାନଙ୍କୁ ଓଡ଼ିଶା ସହିତ ଯୋଡ଼ିବାକୁ ପ୍ରୟାସ କରିବୁ।

ସେହିଭଳି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ଯେ ଯେଉଁସବୁ କ୍ଷେତ୍ର ଅଧିକ ମୂଲ୍ୟ ଯୋଗ କରିପାରିବ, ରପ୍ତାନି କରିପାରିବ,ପ୍ରଯୁକ୍ତିକୁ ଗ୍ରହଣ କରିପାରିବ ‌ସେସବୁ କ୍ଷେତ୍ର ଉପରେ ଆମେ ଧ୍ୟାନ ଦେବୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)