TV Actress Seeks Justice: ‘ମୋ ନୀରବତାକୁ ଦୁର୍ବଳତା ଭାବନି’, ଅସଦାଚରଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିନେତ୍ରୀ
ରାଜଧାନୀ ଭୁବନେଶ୍ୱରରେ ଟେଲି ଅଭିନେତ୍ରୀଙ୍କୁ ବାର୍ ଓ ରେଷ୍ଟୁରାଣ୍ଟରେ ଅସଦାଚରଣ ମାମଲା।
ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅସଦାଚରଣର ପୀଡ଼ିତା।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ନେଇ ଆକ୍ସନ ନେବାକୁ ଦାବି କରିଛନ୍ତି।
ସୋସିଆଲ ମିଡିଆରେ ମେସେଜ୍ ପୋଷ୍ଟ କରି ମହିଳାଙ୍କ ସୁରକ୍ଷା ପ୍ରତି ଗୁରୁତ୍ବାରୋପ କରିବାକୁ ସେ ଦାବି କରିଛନ୍ତି।
Advertisment ଏକ ବୟାନ ଜାରି କରି କହିଛନ୍ତି ଯେ, ସେ ନିଜ ଦେଶରେ, ନିଜ ଜନ୍ମମାଟିରେ ଯେଉଁ ଲଜ୍ଜାଜନକ ଘଟଣାର ଶିକାର ହୋଇଥିଲେ ଏହାକୁ ଅନେକ ଦିନ ବିତିଗଲାଣି।
ଜଣେ ପୋଲିସ ଅଧିକାରୀଙ୍କ ଝିଅ ହୋଇଥିବାରୁ ଆଇନ ବ୍ୟବସ୍ଥା ଉପରେ ବିଶ୍ୱାସ କରି ମାମଲା ରୁଜୁ କଲେ।
ଘଟଣାକୁ ସାର୍ବଜନୀନ ନକରି ପୋଲିସକୁ ସେମାନଙ୍କର କାମ କରିବା ଏବଂ ନ୍ୟାୟ ପ୍ରଦାନ କରିବା ପାଇଁ ସମୟ ଦେଇଥିଲେ।
ତେବେ ଘଟଣାକୁ ନେଇ ତାଙ୍କ ଚରିତ୍ର ସଂହାର କରାଯାଇଥିଲା।
ପୋଲିସ ପ୍ରମାଣ ପାଇଛି ବୋଲି ତାଙ୍କୁ ସୂଚନା ଦିଆଯାଇଥିଲା।
ସିସିଟିଭି ଫୁଟେଜ ସଂଗ୍ରହ ସହ ଅପରାଧୀଙ୍କୁ ଚିହ୍ନଟ କରିଛି।
ତଥାପି କାର୍ଯ୍ୟାନୁଷ୍ଠାନ ନେବାରେ କାହିଁକି ବିଳମ୍ବ ହେଉଛି କିଛି ବୁଝିପାରୁନି ବୋଲି ସେ କହିଛନ୍ତି।
Advertisment ଆସନ୍ତାକାଲି ସୁଦ୍ଧା କୌଣସି ଆକ୍ସନ ନହେଲେ ଯାହା ଘଟିଥିଲା ସେ ବିଷୟରେ ସବୁକିଛି କହିବେ ବୋଲି କହିଛନ୍ତି।
ତାଙ୍କର ନୀରବତାକୁ ଦୁର୍ବଳତା ଭାବିବା ଉଚିତ୍ ନୁହେଁ ବୋଲି ଚେତାଇଛନ୍ତି ଅସଦାଚରଣର ଶିକାର ଟେଲି ଅଭିନେତ୍ରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
