06 NOVEMBER 2026

Welcome!

Unlock your personalized experience.
Sign Up

Turkey Shooting: ତାଣ୍ଡବ ରଚାଇଲେ ବନ୍ଧୁକଧାରୀ, ଦୁଇ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ

Nov 06, 2026 - 07:44
Turkey Shooting: ତାଣ୍ଡବ ରଚାଇଲେ ବନ୍ଧୁକଧାରୀ, ଦୁଇ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ

ଇସ୍ତାନବୁଲ: ତୁର୍କୀର ତିନୋଟି ଗାଁରେ ଗୁଳିକାଣ୍ଡ ଘଟଣା ଦେଖାଯାଇଛି। ଏହି ଗୁଳିମାଡ଼ରେ ଆଠ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ପୁଲିସ ଏକ ବଡ଼ ଅଭିଯାନ ଚଳାଇଛି।

ଆଫୟୋନକାରାହିସାର ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି, ଦୁର୍ଭାଗ୍ୟବଶତଃ, ଆମ ରାଜ୍ୟରେ ସଶସ୍ତ୍ର ଆକ୍ରମଣରେ ଆଠ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ରାଜଧାନୀ ଆଙ୍କାରା ଏବଂ ଉପକୂଳବର୍ତ୍ତୀ ସହର ଇଜମିର ମଧ୍ୟରେ ଅବସ୍ଥିତ ଆଫୟୋନକାରାହିସାର ସହର ନିକଟବର୍ତ୍ତୀ ଏକ ଗ୍ରାମାଞ୍ଚଳରେ ଘଟିଛି। ଆନାଡୋଲୁ ସମାଚାର ଏଜେନ୍ସି ଅନୁଯାୟୀ, ଗୁଳିମାଡ଼ରେ ଆହତ ଦୁଇ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଉଭୟଙ୍କ ମୃତ୍ୟୁ ହୋଇଥିଲା। କିୟର ଗାଁରେ ଆଉ ତିନୋଟି ଏବଂ ଆୟାଜିନି ଗାଁରେ ତିନି ଜଣଙ୍କ ମୃତଦେହ ମିଳିଛି। ଆଉ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି।

Salman Khan: ସଲମାନଙ୍କୁ ପ୍ରଶଂସା ପାଇଁ ଗୁଳିମାଡ଼: ଟାଇଗର ଶ୍ରଫ୍‌ଙ୍କ ଉପରେ ଆକ୍ରମଣର ପର୍ଦ୍ଦାଫାସ

ତୁର୍କୀ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି କଳା ଜ୍ୟାକେଟ୍, ଧଳା ଟ୍ରାଉଜର ଏବଂ ଚଷମା ପିନ୍ଧି ଏକ ଲାଲ ମିନିଭ୍ୟାନ୍ ପାଖରେ ରାଇଫଲ୍ ଧରି ଠିଆ ହୋଇଥିବାର ଦେଖାଯାଉଛି। ପରେ ପୁଲିସ ଏସକିସେହିର ବିଶ୍ୱବିଦ୍ୟାଳୟ ସହର ଉପକଣ୍ଠରେ କାଦୁଆରେ ଫସି ରହିଥିବା ଲାଲ ଗାଡିଟିକୁ ଉଦ୍ଧାର କରିଛି। ସନ୍ଦିଗ୍ଧ ବ୍ୟକ୍ତି ପାଦରେ ପଳାଇଛି। ଏସକିସେହିର ଘଟଣାସ୍ଥଳରୁ ପ୍ରାୟ ୧୦୦ କିଲୋମିଟର ଉତ୍ତରରେ ଅବସ୍ଥିତ। ତଦନ୍ତକାରୀମାନେ ଆଫିଓନକାରାହିସର ସହର କେନ୍ଦ୍ରରେ ଏକ ପୂର୍ବ ଘଟଣାର ଲିଙ୍କ ଖୋଜୁଛନ୍ତି, ଯେଉଁଥିରେ ଜଣେ ମହିଳାଙ୍କୁ ତାଙ୍କ କାରରେ ଗୁଳି କରି ଗୁରୁତର ଆହତ କରାଯାଇଥିଲା। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ବ୍ୟାପକ ତଲାସି ଜାରି ରଖିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)