Cricket: ଶନିବାର ଦ୍ବିତୀୟ ଦିନିକିଆ: ବର୍ଷା ହୋଇପାରେ ବାଧକ

Nov 06, 2026 - 15:08
Cricket: ଶନିବାର ଦ୍ବିତୀୟ ଦିନିକିଆ: ବର୍ଷା ହୋଇପାରେ ବାଧକ

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ।

ପ୍ରଥମ ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ରେ ବର୍ଷା ହେବାର ସମ୍ଭାବନା ରହିଛି।

ଶୁକ୍ରବାର ଏଠାରେ ଲଗାଣ ବର୍ଷା ହେବାରୁ ଭ୍ରମଣକାରୀ ଭାରତ ଅଭ୍ୟାସ ଅଧିବେଶନକୁ ବାତିଲ କରି ହୋଟେଲ୍‌ରେ ରହିଥିଲା।

ତେବେ ପ୍ରଥମ ମ୍ୟାଚ୍‌ ହାରି ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ପଛରେ ଥିବା ଘରୋଇ ଦଳ ନ୍ୟୁଜିଲାଣ୍ଡ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅଭ୍ୟାସ କରିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଶନିବାର ଦିନର ପ୍ରଥମାର୍ଦ୍ଧରେ ୬୦ ଏବଂ ଦ୍ୱିତୀୟାର୍ଦ୍ଧରେ ୫୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି।

ଯଦି ମ୍ୟାଚ୍‌ ଖେଳାଯାଏ, ଭାରତ ଏହାକୁ ଜିତି ଶୃଙ୍ଖଳାର ଅଗ୍ରଣୀ ୨-୦କୁ ବଢ଼ାଇବାର ଲକ୍ଷ୍ୟ ରଖିଥିବା ବେଳେ ନ୍ୟୁଜିଲାଣ୍ଡ ସ୍ଥିତି ସମାନ କରିବା ଆଶାରେ ରହିଛି।

Advertisment ଅକ୍‌ଲାଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ୨ଥର ବର୍ଷା ହେବାରୁ ଭାରତ ପାଇଁ ଥିବା ୫୦ ଓଭରରେ ୧୮୬ ରନ୍‌ର ଲକ୍ଷ୍ୟ ୩୨ ଓଭରରେ ୧୪୩ ରନ୍‌କୁ କମି ଆସିଥିଲା।

ବିରାଟ କୋହଲିଙ୍କ ୭୪ ଓ ଅଧିନାୟକ ଶୁବମନ ଗିଲ୍‌ଙ୍କ ୩୭ ରନ୍‌ ବଳରେ ଭାରତ ଏହି ମ୍ୟାଚ୍‌କୁ ଜିତି ନେଇଥିଲା।

୫୬ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରିଥିଲେ ମଧ୍ୟ ଦଳ ୫ ୱିକେଟ୍‌ ହରାଇଥିଲା।

ଏହି ମ୍ୟାଚ୍‌ରେ ଖାତା ଖୋଲି ନ ପାରି ପ୍ରଥମ ଓଭରରେ ଆଉଟ୍‌ ହୋଇଥିବା ରୋହିତ ଶର୍ମା, ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଘରୋଇ ଶୃଙ୍ଖଳାରେ ଭଲ କରିଥିବାରୁ ଫର୍ମକୁ ଫେରିବାର ଆଶା ରହିଛି।

କୋହଲିଙ୍କ ଚମତ୍କାର ବ୍ୟାଟିଂ ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲି ଙ୍କ ଚମତ୍କାର ବ୍ୟାଟିଂ କରିଥିଲେ।

ତେବେ ଅନ୍ୟ ଭାରତୀୟ ବ୍ୟାଟର୍‌ମାନେ ନ୍ୟୁଜିଲାଣ୍ଡର ସର୍ଟ ବଲ୍‌ ଆଗରେ ଅସୁବିଧାରେ ପଡ଼ିଥିଲେ।

ଦ୍ୱିତୀୟ ମ୍ୟାଚ୍‌ରେ ଏହି ଦୁର୍ବଳତା ସୁଧାରିବାକୁ ଚେଷ୍ଟା କରିବ ଗିଲ୍‌ଙ୍କ ଦଳ।

ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି କମ୍ବୋଜ (୨/୨୨)ଙ୍କ ସହ ଅର୍ଶଦୀପ ସିଂହ (୪/୭୦) ଓ ଗୁରନୂର ବ୍ରାର (୩/୪୪) ଚମତ୍କାର ବୋଲିଂ କରି ନ୍ୟୁଜିଲାଣ୍ଡକୁ ୨୦୦ ଭିତରେ ରଖିଥିଲେ।

ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ବୋଲର ଏହି ଆଶାରେ ରହିବେ।

ଗତ ମ୍ୟାଚ୍‌ରେ ବିଫଳ ହୋଇଥିବା ଆକ୍ବିବ ନବିଙ୍କ ସ୍ଥାନରେ ଅଭିଜ୍ଞ ବୋଲର ମହମ୍ମଦ ସିରାଜଙ୍କୁ ଏକାଦଶରେ ସାମିଲ କରିପାରେ ଭାରତ।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପାଇଁ ବ୍ୟାଟିଂ ଚିନ୍ତାର କାରଣ ହୋଇଛି।

ଡେଭନ୍‌ କନୱେ ଆହତ ହୋଇ ଅବଶିଷ୍ଟ ଶୃଙ୍ଖଳାରୁ ବାଦ୍‌ ପଡ଼ିବା ଦଳକୁ ଆଉ ଏକ ଝଟ୍‌କା ଦେଇଛି।

କେବଳ ଚତୁର୍ଥ ଓ ପଞ୍ଚମ ମ୍ୟାଚ୍‌ ଲାଗି ଦଳରେ ଥିବା ବାମହାତୀ ବ୍ୟାଟର୍‌ ନିକ୍‌ କେଲଙ୍କୁ ଶୁକ୍ରବାର କନୱେଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି।

ପୂର୍ବରୁ ରଚିନ ରବୀନ୍ଦ୍ର ଓ ମାର୍କ ଚାପମ୍ୟାନ୍‌ ମଧ୍ୟ ଆହତ କାରଣରୁ ଦଳରେ ନାହାନ୍ତି।

ତେଣୁ ଡାରିଲ୍‌ ମିଚେଲ୍‌, ଟମ୍‌ ଲାଥମ୍‌ ଓ ଗ୍ଲେନ୍‌ ଫିଲିପ୍ସଙ୍କ ଉପରେ ଦଳର ବ୍ୟାଟିଂ ଦାୟିତ୍ୱ ରହିବ।

Youth Olympics 2026: ଯୁବ ଅଲିମ୍ପିକ୍ସ: ଏସୀୟ ଦଳ ପକ୍ଷରୁ ସ୍ବର୍ଣ୍ଣ ଜିତିଲେ ଭାରତର ଶ୍ରେଷ୍ଠ ପରବର୍ତ୍ତୀ ୩ ଦିନିକିଆ ହାମିଲଟନ୍‌ (୧୦ ତାରିଖ) ଏବଂ ମାଉଣ୍ଟ୍‌ମୌଗନୁଇ (୧୩ ଓ ୧୫ ତାରିଖ)ରେ ଖେଳାଯିବ।

ଭାରତ (ସମ୍ଭାବ୍ୟ ଏକାଦଶ): ଶୁବମନ ଗିଲ୍‌ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ (ୱିକେଟ୍‌ରକ୍ଷକ), ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କମ୍ବୋଜ, ଗୁରନୂର ବ୍ରାର, ମହମ୍ମଦ ସିରାଜ/ଆକ୍ବିବ ନବି, ଅର୍ଶଦୀପ ସିଂହ।

ନ୍ୟୁଜିଲାଣ୍ଡ (ସମ୍ଭାବ୍ୟ ଏକାଦଶ): ହେନରି ନିକୋଲ୍‌ସ, ଟିମ୍‌ ସେଫର୍ଟ, ୱିଲ ୟଙ୍ଗ, ଡାରିଲ ମିଚେଲ, ଗ୍ଲେନ୍‌ ଫିଲିପ୍ସ, ଟମ ଲାଥମ (ୱିକେଟ୍‌କିପର), ମିଚେଲ ସାଣ୍ଟନର (ଅଧିନାୟକ), ନାଥନ ସ୍ମିଥ, କାଇଲ ଜାମିସନ, ବ୍ଲେୟର ଟିକ୍‌ନର୍‌, ଜାକବ ଡଫି।

ପ୍ରସାରଣ: ସୋନି ସ୍ପୋର୍ଟ୍ସ ସମୟ: ସକାଳ ୭.୩୦

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)