CM Vijay: ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା: ଗ୍ରୀନୱେଜ୍ ରୋଡ୍‌ର ‘ପମାନି ଇଲ୍ଲମ୍‌’ ହେବ ସରକାରୀ ବାସଭବନ

Nov 06, 2026 - 14:52
CM Vijay: ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା: ଗ୍ରୀନୱେଜ୍ ରୋଡ୍‌ର ‘ପମାନି ଇଲ୍ଲମ୍‌’ ହେବ ସରକାରୀ ବାସଭବନ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ନୂଆ ଅଧ୍ୟାୟ।

ମୁଖ୍ୟମନ୍ତ୍ରୀ ସି.

ଯୋସେଫ୍ ବିଜୟ ଚେନ୍ନାଇର ଗ୍ରୀନୱେଜ୍ ରୋଡ୍‌ସ୍ଥିତ ନୂଆ ସରକାରୀ ବାସଭବନକୁ ସ୍ଥାନାନ୍ତର ହୋଇଛନ୍ତି।

ଏହି ନୂଆ ଠିକଣାର ନାମ 'ପମାନି ଇଲ୍ଲମ୍‌'।

ଏହାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସହ ଶିବିର କାର୍ଯ୍ୟାଳୟ (କ୍ୟାମ୍ପ ଅଫିସ) ଭାବେ ମଧ୍ୟ ବ୍ୟବହାର କରାଯିବ।

ଗୁରୁବାର ଏଠାରେ ପୂଜାପାଠ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।

Advertisment ବିଜୟଙ୍କ ନୂଆ ବାସଭବନ ଚେନ୍ନାଇର ରାଜା ଅନ୍ନାମଲାଇପୁରମ୍‌ ଅଞ୍ଚଳରେ ଅବସ୍ଥିତ।

ଏହି ସ୍ଥାନାନ୍ତର ପଛରେ ଯାତାୟତ ସମସ୍ୟା ହ୍ରାସ ମୁଖ୍ୟ କାରଣ ବୋଲି କୁହାଯାଉଛି।

ପୂର୍ବରୁ ବିଜୟ ନୀଳାଙ୍କରାଇସ୍ଥିତ ନିଜ ବାସଭବନରୁ ଫୋର୍ଟ ସେଣ୍ଟ ଜର୍ଜସ୍ଥିତ ସଚିବାଳୟକୁ ଯାତାୟାତ କରୁଥିଲେ।

ଏହି ଦୂରତା ଗୋଟିଏ ପଟକୁ ପ୍ରାୟ ୨୫ କିଲୋମିଟର ଥିଲା।

ନୂଆ ବାସଭବନରୁ ସଚିବାଳୟର ଦୂରତା ପ୍ରାୟ ୯ କିଲୋମିଟରକୁ ହ୍ରାସ ପାଇଛି।

ସମସ୍ୟା କମାଇବାରେ ସହାୟକ ହେବା ଆଶା ମୁଖ୍ୟମନ୍ତ୍ରୀଙ୍କ ଯାତାୟାତ ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ଆୟୋଜନ ଯୋଗୁଁ ବିଶେଷକରି କାର୍ଯ୍ୟାଳୟ ସମୟରେ ରାସ୍ତାରେ ଭିଡ଼ ସୃଷ୍ଟି ହେଉଥିଲା।

ନୂଆ ସ୍ଥାନ ଏହି ସମସ୍ୟା କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ପୂର୍ତ୍ତ ବିଭାଗ ଏହି ଘରର ନବୀକରଣ କରିଛି।

ଏଠାରେ ବ୍ୟକ୍ତିଗତ ବ୍ୟାୟାମଶାଳା, ବ୍ୟାଡମିଣ୍ଟନ୍‌ କୋର୍ଟ, ଲନ୍‌ ଓ ଉଚ୍ଚସ୍ତରୀୟ ସୁରକ୍ଷା କର୍ମଚାରୀଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି।

ଫୋର୍ଟ ସେଣ୍ଟ ଜର୍ଜ ପରିସରରେ ଥିବା ନମକ୍କଲ କଭିଗନାର୍ ମାଲଗାଇର ଦଶମ ମହଲାରେ ମଧ୍ୟ ନବୀକରଣ କାର୍ଯ୍ୟ ଚାଲିଛି।

ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭାବେ ବ୍ୟବହୃତ ହେବ।

ନବୀକରଣ କାମ ଶେଷ ହେବା ପରେ ବିଜୟ ସେଠାରୁ ସରକାରୀ କାର୍ଯ୍ୟ ପରିଚାଳନା କରିବେ।

Supreme Court: ତରୁଣ ତେଜପାଲଙ୍କ ଦଣ୍ଡାଦେଶ ସ୍ଥଗିତ ଆବେଦନ ଖାରଜ କଲେ ଉଚ୍ଚତମ ନ୍ୟାୟାଳୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)