Truck Accident: ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଲଙ୍କା ବୋଝେଇ ଟ୍ରକ, ଜଣେ ଆହତ

Aug 11, 2026 - 13:13
Truck Accident: ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଲଙ୍କା ବୋଝେଇ ଟ୍ରକ, ଜଣେ ଆହତ

"କୋରେଇ: କୋରେଇ ଥାନା ତେନ୍ତୁଳିଖୁଣ୍ଟା ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଲଙ୍କା ବୋଝେଇ ଟ୍ରକ, ଜଣେ ଆହତ, ଆରପିଏଫ ଦ୍ୱାରା ତଦନ୍ତ ଆରମ୍ଭ।

ସୂଚନା ଅନୁଯାୟ, ଗତକାଲି ରାତି ଏକ ଲଙ୍କା ବୋଝେଇ ଟ୍ରକ ମହାରାଷ୍ଟ୍ରରୁ କଲିକତା ଅଭିମୁଖେ ଯାଉଥିଲାl ହଠାତ ତେନ୍ତୁଳିଖୁଣ୍ଟା ରେଲୱେ ଓଭରବ୍ରିଜ ନିକଟରେ ଆଉ ଏକ ଅଜଣା ଗାଡି ଲଙ୍କା ବୋଝେଇ ଟ୍ରକ୍ କୁ ସାଇଡ ମାରିବାରୁ ଟ୍ରକ୍ ଟି ଭାରସାମ୍ୟ ହରାଇ ବ୍ରିଜର ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡିଥିଲା ଓ  ଟ୍ରକ୍ ଟି ଓଭର ବ୍ରିଜ୍ ଉପରେ ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି।Advertisment ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି ଟ୍ରକ୍  ଏହି ଦୁର୍ଘଟଣା ଫଳରେ ଗାଡିର ଚାଳକ ଆହତ ହେଇଥିଲେ l ସେପଟେ ଖବର ପାଇ ଆଜି ଯାଜପୁର ରୋଡ ଆରପିଏଫ ଅଧିକାରୀ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି l Birmitrapur: ଜାତୀୟ ରାଜପଥ ମରାମତି ଦାବିରେ ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media