Odisha: ‘ସମ୍ବଳହୀନ ହେବ ଓଡ଼ିଶା’: ଖଣିଜ ସମ୍ପଦ ନିୟମ ସଂଶୋଧନକୁ ନେଇ ପ୍ରଫୁଲ୍ଲ ସାମନ୍ତରାଙ୍କ ଚେତାବନୀ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ସପକ୍ଷବାଦୀ ଖଣିଜ ନିୟମ ସଂଶୋଧନ ଓଡ଼ିଶା ପାଇଁ ଏକ ବଡ଼ ଅଭିଶାପ ସାଜିଛି। ଏହା ଦ୍ୱାରା ରାଜ୍ୟର ନିଜସ୍ୱ ରାଜସ୍ୱ ବୃଦ୍ଧି ଅଧିକାର ଚ୍ଛିନ୍ନ ହେବା ସହ ଅଳ୍ପ ସମୟ ମଧ୍ୟରେ ରାଜ୍ୟର ମୂଲ୍ୟବାନ ଖଣିଜ ସମ୍ପଦ ଶେଷ ହୋଇଯିବ ବୋଲି ଲୋକଶକ୍ତି ଅଭିଯାନର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରା ଆଶଙ୍କା ପ୍ରକାଶ କରିଛନ୍ତି। ଆଜି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିନା ଆଲୋଚନାରେ ଆଗତ ଏହି ସଂଶୋଧନ ଯୋଗୁଁ ଓଡ଼ିଶା ବର୍ଷକୁ ଅତିକମ୍ରେ ୧୫ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ। କମ୍ପାନିଗୁଡ଼ିକୁ ଶତପ୍ରତିଶତ ଖଣିଜ ପଦାର୍ଥ ଖୋଲାବଜାରରେ ବିକ୍ରି କରିବାକୁ ଅନୁମତି ମିଳିଥିବାରୁ ଖଣି ଲୁଟ୍ ବ୍ୟାପକ ହେବ।
Bazar Kolkata: କାର୍ତ୍ତିକ ଆର୍ଯ୍ୟନ ବଜାର କୋଲକାତା ବ୍ରାଣ୍ଡ୍ ଆମ୍ବାସଡର୍
ଏଥିସହ ୧୭,୮୩୨ଟି ଆଦିବାସୀ ଗ୍ରାମର ପ୍ରାୟ ୧୪,୯୧,୩୯୯ ହେକ୍ଟର ଜଙ୍ଗଲ ଜମି ଉପରୁ ରାଜ୍ୟ ଓ ଆଦିବାସୀଙ୍କ ଅଧିକାର କ୍ଷୁଣ୍ଣ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ସାଂଘାତିକ ପରିବର୍ତ୍ତନ ବିରୋଧରେ ରାଜ୍ୟର ସମସ୍ତ ବିରୋଧୀ ଦଳ ଓ ସଚେତନ ନାଗରିକମାନଙ୍କୁ ଏକାଠି ହୋଇ ମିଳିତ ଆନ୍ଦୋଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
Neglect: ପାହାଡ଼ ତଳ ଗାଁରେ ପ୍ରଳୟ ପରିସ୍ଥିତି; ନିରାଶ୍ରୟ, ଅସହାୟ ଅବସ୍ଥାରେ ୩୧ ପରିବାର
ସେ କହିଛନ୍ତି, ଅସ୍ଥାୟୀ କର୍ପୋରେଟ୍ ଲାଭ ପାଇଁ ସ୍ଥାୟୀ ପ୍ରାକୃତିକ ସମ୍ପଦକୁ ବଳି ଦିଅନ୍ତୁ ନାହିଁ, ଯେଉଁ ରାଜ୍ୟଗୁଡ଼ିକ ଖଣି ଉତ୍ତୋଳନର ମୂଲ୍ୟ ବହନ କରୁଛନ୍ତି, ସେମାନଙ୍କର ଅଧିକାରକୁ ଦୁର୍ବଳ କରନ୍ତୁ ନାହିଁ। ବ୍ୟତିକ୍ରମ ଓ ବିସ୍ତାର ମାଧ୍ୟମରେ ନିଲାମ ବ୍ୟବସ୍ଥାକୁ ଏଡ଼ାଇବାକୁ ଦିଅନ୍ତୁ ନାହିଁ। ଆମର ଖଣିଜ ଭଣ୍ଡାର କେବେ ଶେଷ ହେବ ତାହା ନ ଜାଣି ଖଣିଜ ଉତ୍ତୋଳନକୁ ତ୍ୱରାନ୍ୱିତ କରନ୍ତୁ ନାହିଁ। ଜଙ୍ଗଲ, ନଦୀ ଓ ଆଦିବାସୀ ସମୁଦାୟଙ୍କୁ ଖଣି ଉତ୍ତୋଳନରେ ବଳିଦାନଯୋଗ୍ୟ ସମ୍ପଦ ଭାବେ ଦେଖନ୍ତୁ ନାହିଁ। ଏକ ନୂତନ ଖଣିଜ ନୀତି ସଂରକ୍ଷଣ, ସଂଘୀୟ ବ୍ୟବସ୍ଥା, ସ୍ୱଚ୍ଛତା, ସମୁଦାୟର ଅଧିକାର, ପରିବେଶୀୟ ସୀମା, ପିଢ଼ିଗତ ନ୍ୟାୟ ଭିତ୍ତିରେ ପ୍ରସ୍ତୁତ କରିବା ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
