Traffic jam at Hanspal: ଘଣ୍ଟାଏ ଧରି ହଂସପାଳ ଜାମ୍, ଯାତାୟାତ ବାଧାପ୍ରାପ୍ତ
ବାଲିଅନ୍ତା ବଜାର: ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକରେ ସନ୍ଧ୍ୟା ସମୟରେ ପ୍ରବଳ ଟ୍ରାଫିକ୍ ଜାମ୍ ଯୋଗୁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।
ପ୍ରାୟ ଏକ ଘଣ୍ଟା ଧରି ରାସ୍ତାରେ ଯାନବାହନ ଅଟକି ରହିବାରୁ ଯାତ୍ରୀ, ଦୈନିକ ଯାତାୟାତ କରୁଥିବା ଲୋକ ଓ ଗାଡ଼ି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
Advertisment Action: ଚୀନ୍ରୁ ବାଂଲାଦେଶ ଯାଉଥିଲା ଜାହାଜରୁ ଇଣ୍ଡୋନେସିଆ ନୌସେନା ଜବତ କଲା ୪୦୫ ଟନ୍ ରାସାୟନିକ ପଦାର୍ଥ ସନ୍ଧ୍ୟା ସମୟରେ ରାଜପଥରେ ଯାନବାହନ ଚାପ ବୃଦ୍ଧି ପାଇବା ସହ ହଂସପାଳ ଛକରେ ଗାଡ଼ିଗୁଡ଼ିକ ଧୀରେ ଧୀରେ ଗଡ଼ିବା ଏବଂ ପରେ ଅଟକି ରହିବା ଯୋଗୁ ଟ୍ରାଫିକ୍ ସମସ୍ୟା ଉତ୍କଟ ହୋଇଥିଲା।
ହଂସପାଳ ଛକ ରାଜଧାନୀ ଭୁବନେଶ୍ୱରକୁ ଅନ୍ୟାନ୍ୟ ଅଞ୍ଚଳ ସହ ସଂଯୋଗ କରୁଥିବା ଏକ ବ୍ୟସ୍ତବହୁଳ ଛକ ହୋଇଥିବାରୁ ଏଠାରେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଛକରେ ନିୟମିତ ଟ୍ରାଫିକ୍ ପୁଲିସ ମୁତୟନ କରିବାକୁ ଲୋକେ ଦାବି କରୁଛନ୍ତି।
ଟ୍ରାଫିକ ପୁଲିସ ମୁତୟନ ରହୁନଥିବା କାରଣରୁ ପ୍ରତ୍ୟେକ ଦିନ ସମସ୍ୟା ଉପୁଜୁଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
