Russian Soldiers: ଯୁଦ୍ଧରେ ରୁଷ ସହିଛି ଅଧିକ କ୍ଷତି: ମୃତ୍ୟୁ ବରଣ କରିଛନ୍ତି ୪ ଲକ୍ଷ ୯୦ ହଜାରରୁ ଅଧିକ ସୈନିକ
ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଫେବ୍ରୁଆରି ୨୦୨୨ ଠାରୁ ଚାଲିଥିବା ଯୁଦ୍ଧରେ ରୁଷ ସେନାର ବହୁ କ୍ଷତି ହୋଇଛି।
ରୁଷ ପରିସଂଖ୍ୟାନ ସଂସ୍ଥାର ହ୍ୟାକ୍ ହୋଇଥିବା ତଥ୍ୟରୁ ଜଣାପଡିଛି ଯେ, ସେପ୍ଟେମ୍ବର ୨୦୨୬ ସୁଦ୍ଧା ଯୁଦ୍ଧରେ ପ୍ରାୟ ୪ ଲକ୍ଷ ୯୦ ହଜାରରୁ ଅଧିକ ରୁଷ ସୈନିକ ପ୍ରାଣ ହରାଇଛନ୍ତି।
ତେବେ ମୃତାହତ ଙ୍କ ପ୍ରକୃତ ସଂଖ୍ୟା ଅଧିକ ହୋଇପାରେ।
କାରଣ ସରକାରୀ ଡାଟାବେସ୍ରେ ଅନେକ ମୃତ୍ୟୁ ବିଳମ୍ବରେ ରେକର୍ଡ କରାଯାଇଛି।
Advertisment ଜର୍ମାନ ପତ୍ରିକା 'ଡେର୍ ସ୍ପିଗେଲ୍' ଏବଂ ଅନେକ ରୁଷୀୟ ଗଣମାଧ୍ୟମ ସଂଗଠନ ଏହି ତଥ୍ୟ ବିଶ୍ଳେଷଣ କରିଛନ୍ତି।
ଏହି ସୂଚନା ରୁଷର ରାଜ୍ୟ ପରିସଂଖ୍ୟାନ ସଂସ୍ଥା ରୋସ୍ଷ୍ଟାଟ୍ର ସିଷ୍ଟମରୁ ଚୋରି ହୋଇଥିବା ଡକ୍ୟୁମେଣ୍ଟରୁ ପ୍ରାପ୍ତ ହୋଇଛି।
ସାଇବରପାର୍ଟିସାନ୍ସ ଏବଂ ସାଇଲେଣ୍ଟ କ୍ରୋ ନାମକ ହ୍ୟାକର ଗୋଷ୍ଠୀ ରୋସ୍ଷ୍ଟାଟ୍ର ସିଷ୍ଟମରେ ପଶି ଏହି ତଥ୍ୟ ଚୋରି କରିଥିବା ଜଣାପଡ଼ିଛି।
ଏହି ଗୋଷ୍ଠୀଗୁଡ଼ିକ ବେଲାରୁଷର ବିରୋଧୀ ସଂଗଠନ ଏବଂ ୟୁକ୍ରେନୀୟ ସମର୍ଥକ ଗୋଷ୍ଠୀ ସହିତ ଜଡିତ ବୋଲି କୁହାଯାଉଛି।
ହ୍ୟାକର୍ସମାନେ ହାସଲ କରିଥିଲେ ମୃତ୍ୟୁ ରେକର୍ଡ ରିପୋର୍ଟ ଅନୁଯାୟୀ, ହ୍ୟାକର୍ସମାନେ ଏକ ରୁଷ ସରକାରୀ ଏଜେନ୍ସିର ଡାଟାବେସ୍ରୁ ମୃତ୍ୟୁ ରେକର୍ଡ ହାସଲ କରିଥିଲେ।
ଏହି ରେକର୍ଡଗୁଡ଼ିକ ଜୁନ୍ ୨୦୨୩ରୁ ସେପ୍ଟେମ୍ବର ୨୦୨୬ ଶେଷ ପର୍ଯ୍ୟନ୍ତ ରହିଛି।
ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମୃତ୍ୟୁର କାରଣ, ମୃତ୍ୟୁ ସ୍ଥାନ ଏବଂ ବ୍ୟକ୍ତିଙ୍କ ବୃତ୍ତି ଭଳି ସୂଚନା ଆଧାରରେ ସାମରିକ ମୃତ୍ୟୁ ଗଣନା କରିଥିଲେ।
ଏହି ତଥ୍ୟ ଅନୁଯାୟୀ, ରୁଷୀୟ ସୈନିକଙ୍କ ମୃତ୍ୟୁ ସଂଖ୍ୟା ଆକଳନ କରାଯାଇଛି।
ଡାଟାବେସ୍ରେ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତଥ୍ୟ ସହିତ ଆହତ ଏବଂ ସାମରିକ ଅପରେସନ୍ ଯୋଗୁଁ ମୃତ୍ୟୁବରଣ କରିଥିବା ସଂଖ୍ୟାର ରେକର୍ଡ ରହିଛି।
ରୁଷୀୟ ଗଣମାଧ୍ୟମ ମିଡିଆଜୋନା ଏବଂ ମେଡୁଜା ହ୍ୟାକର୍ସଙ୍କଠାରୁ ପ୍ରାପ୍ତ ତଥ୍ୟ ଯାଞ୍ଚ୍ କରିଥିଲେ।
ଏହାକୁ ଚାରି ପ୍ରକାରର ରେକର୍ଡ ସହିତ ତୁଳନା କରାଯାଇଥିଲା।
ସେଥିରେ ସାମରିକ ମୃତ୍ୟୁ ତାଲିକା, ରୁଷୀୟ ଐତିହ୍ୟ ରେକର୍ଡ, ସାଧାରଣ ନାଗରିକ ମୃତ୍ୟୁ ଉପରେ ଅନ୍ୟାନ୍ୟ ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ଏବଂ ରୋସଷ୍ଟାଟରୁ ପୂର୍ବରୁ ପ୍ରକାଶିତ ତଥ୍ୟ ଆଦି ଥିଲା।
ତଦନ୍ତରୁ ଜଣାପଡିଛି ଯେ,୨୯ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ସାମରିକ ମୃତ୍ୟୁ ତାଲିକାରେ ରେକର୍ଡ ହୋଇଥିବା ୯୫.୧% ମୃତ୍ୟୁ ମଧ୍ୟ ହ୍ୟାକ୍ ହୋଇଥିବା ଡାଟାବେସ୍ରେ ରେକର୍ଡ କରାଯାଇଥିଲା।
୧୮ଟି କାର ଏବଂ ପାଞ୍ଚଟି ଟ୍ରକ୍ ଧକ୍କା ନଭେମ୍ବର ଆରମ୍ଭରେ ରୋସଷ୍ଟାଟ୍ ଏହାର ସିଷ୍ଟମରେ ଏକ ସାଇବର ଆକ୍ରମଣକୁ ସ୍ୱୀକାର କରିଥିଲା, କିନ୍ତୁ କୌଣସି ତଥ୍ୟ ଚୋରିକୁ ଅସ୍ୱୀକାର କରିଥିଲା।
ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହ୍ୟାକର୍ସଙ୍କଠାରୁ ପ୍ରାପ୍ତ ଡକ୍ୟୁମେଣ୍ଟ ଆଧାରରେ ରୁଷର ହୋଇଥିବା ସାମରିକ କ୍ଷତି ଆକଳନ କରିଛନ୍ତି।
ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ଜୁଲାଇ ୨୦୨୬ରେ ଆକଳନ କରିଥିଲେ ଯେ, ଯୁଦ୍ଧରେ ୪ଲକ୍ଷରୁ ୪ ଲକ୍ଷ ୫୦ ହଜାର ରୁଷିଆନ୍ ସୈନିକଙ୍କ ମୃତ୍ୟୁ ହୋଇଛି।
ସେହିପରି ଯୁଦ୍ଧରେ ମୃତୁବରଣ କରିଥିବା ୟୁକ୍ରେନିୟ ସୈନିକଙ୍କ ସଂଖ୍ୟା ଲକ୍ଷେ ୨୫ ହଜାରରୁ ଲକ୍ଷେ ୫୦ ହଜାର ମଧ୍ୟରେ ମୃତ୍ୟୁବରଣ କରିଥିବା ଆକଳନ କରାଯାଇଥିଲା।
ମିଡିଆଜୋନା ଏପର୍ଯ୍ୟନ୍ତ ନାମ ଆଧାରରେ ୨ ଲକ୍ଷ ୮୯ ହଜାର ୧୩୬ ରୁଷିଆନ୍ ସୈନିକଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ କରିଛି।
ଅପରପକ୍ଷରେ ୟୁକ୍ରେନିୟ ୱେବସାଇଟ୍ ୟୁଏ ଲସେସ୍ରେ ୧୦୬,୨୮୫ ୟୁକ୍ରେନିୟ ସୈନିକଙ୍କ ମୃତ୍ୟୁ ଘଟିଛି ବୋଲି ଉଲ୍ଲେଖ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
