Tiger Attack Scare: ବାଘର ଗର୍ଜନରେ ଥରହର ଗାଁ! ଡ୍ରୋନ୍‌ରେ ଖୋଜୁଛି ବନ ବିଭାଗ, ଲାଗିଛି ଟ୍ରାପ୍ କ୍ୟାମେରା

Nov 27, 2026 - 09:43
Tiger Attack Scare: ବାଘର ଗର୍ଜନରେ ଥରହର ଗାଁ! ଡ୍ରୋନ୍‌ରେ ଖୋଜୁଛି ବନ ବିଭାଗ, ଲାଗିଛି ଟ୍ରାପ୍ କ୍ୟାମେରା

ସମ୍ବଲପୁରରେ ପୁଣି ବାଘ ଆତଙ୍କ।

ଗାଁରେ ବାଘ ଦେଖିବା ସହ ବାଘ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ଜଣେ ବ୍ୟକ୍ତି।

ମାନେଶ୍ୱର ବ୍ଲକ୍ ବତେମୁରା ପଞ୍ଚାୟତର ସୁରଡା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ଗାଁର ୫୫ ବର୍ଷୀୟ ଲଳିତ ପାତ୍ରଙ୍କ କହିବା ଅନୁଯାୟୀ, ସେ କ୍ଷେତକୁ ଯାଉଥିବା ବେଳେ ରାସ୍ତାକଡ଼ ଲଟାବୁଦା ନିକଟରେ ଏକ ବାଘକୁ ଦେଖିଥିଲେ।

Advertisment ବାଘଟି ଗର୍ଜନ କରିବା ସହ ଆକ୍ରମଣ ପାଇଁ ଉଦ୍ୟତ ହେବାରୁ ଜୀବନ ବଞ୍ଚାଇବାକୁ ସେ କେନାଲକୁ ଡେଇଁ ପଡ଼ିଥିଲେ।

ପରେ ବାଘଟି କେନାଲ ପାର ହୋଇ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିବା ସେ କହିଛନ୍ତି।

ତେବେ ଘଟଣାର ସତ୍ୟତା ଯାଞ୍ଚ କରୁଛି ବନ ବିଭାଗ।

ଖବର ପାଇ ଡିଏଫଓ ଓ ସଦର ରେଞ୍ଜରଙ୍କ ସମେତ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ ଯାଞ୍ଚ ସହ ଡ୍ରୋନ୍ ମାଧ୍ୟମରେ ଖୋଜାଖୋଜି ଜାରି ରଖିଛି।

ଅନ୍ୟପଟେ ବୁର୍ଲା ନିକଟ ଚାନ୍ଦିଲି ଡୁଙ୍ଗୁରି ପାହାଡ଼ ଅଞ୍ଚଳରେ ସନ୍ଦିଗ୍ଧ ବାଘର ପାଦଚିହ୍ନ ଠାବ ହେବା ପରେ ବନ ବିଭାଗ ସତର୍କ ହୋଇଛି।

ଏହି ପାଦଚିହ୍ନ ମହାବଳ ବାଘର ବୋଲି ଡିଏଫଓ କହିଥିବା ବେଳେ ଅଧିକ ସ୍ପଷ୍ଟତା ପାଇଁ ଟ୍ରାପ୍ କ୍ୟାମେରା ଲଗାଯାଇଛି।

ହୀରାକୁଦ ଡ୍ୟାମ୍ ଜିରୋ ପଏଣ୍ଟରୁ କଟାପାଲି ପର୍ଯ୍ୟନ୍ତ ରାତିସାରା ପାଟ୍ରୋଲିଂ କରାଯିବା ସହ ଆଖପାଖ ଗାଁରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଯାଇଛି।

Advertisment ଡେବ୍ରିଗଡ଼ ଅଭୟାରଣ୍ୟ ସହ ଆଖପାଖ ଜଙ୍ଗଲ ସଂଯୁକ୍ତ ଥିବାରୁ ସେଠାରୁ ମହାବଳ କିମ୍ବା କଲରାପତରିଆ ବାଘ ଆସିଥିବା ଆଶଙ୍କା କରାଯାଉଛି।

ବାଘର ଗତିବିଧି ଉପରେ ନଜର ରଖିବା ସହ ପାଟ୍ରୋଲିଂକୁ ଜୋରଦାର କରିଛି ବନ ବିଭାଗ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)