Theft: ପଞ୍ଚୁକ ମେଳା ବୁଲିବାକୁ ଯାଇଥିଲେ ପରିବାର, ଘରେ ପଶି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ ଦୁର୍ବୃତ୍ତ

Nov 25, 2026 - 15:29
Theft: ପଞ୍ଚୁକ ମେଳା ବୁଲିବାକୁ ଯାଇଥିଲେ ପରିବାର, ଘରେ ପଶି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ ଦୁର୍ବୃତ୍ତ

ବୈଶିଙ୍ଗା: ପରିବାର ଲୋକେ ଘରେ ତାଲା ପକାଇ ପଞ୍ଚୁକ ମେଳା ବୁଲିବାକୁ ଯାଇଥିଲେ।

ହେଲେ ସେମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ରାତିରେ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ ।

ଘର ପଛପଟ ଗ୍ରିଲ୍‌ର ତାଲା ଭାଙ୍ଗି ଶୋଇବା ଘରେ ଥିବା ଗଡ଼ରେଜ୍‌ ଖୋଲି ଲୁଟିନେଲେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାରୁପା ଅଳଙ୍କାର ସହ ନଗଦ ଟଙ୍କା।

ଏପରିକି ଠାକୁରଙ୍କ ନିକଟରେ ଭେଟି ଦିଆଯାଇଥିବା ଖୁଚୁରା ପଇସାକୁ ମଧ୍ୟ ଛାଡ଼ିଲେ ନାହିଁ ଚୋର ।

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଗ୍ରାମରେ ଏଭଳି ଏକ ଚୋରି ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

Advertisment ଅଭିଯୋଗ ଅନୁଯାୟୀ, ଗ୍ରାମର ମନରଞ୍ଜନ ଗିରି କଟକରେ ରହୁଥିବାବେଳେ ତାଙ୍କ ପତ୍ନୀ ସୁକାନ୍ତି ଗିରି ଦୁଇ ଝିଅଙ୍କ ସହ ଗାଁରେ ରହନ୍ତି।

ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିବା ସହ ମାଣତ୍ରୀ ପଞ୍ଚୁକ ମେଳା ବୁଲିବା ଉଦ୍ଦେଶ୍ୟରେ ସୁକାନ୍ତି ଘରେ ତାଲା ପକାଇ ବାପଘରକୁ ଯାଇଥିଲେ।

ତେବେ ଆଜି ପୂର୍ବାହ୍ନରେ ଘରକୁ ଫେରି ଦେଖିବାବେଳକୁ ମୁଖ୍ୟ ଫାଟକରେ ତାଲା ପୂର୍ବଭଳି ଲାଗିଥିଲା।

କିନ୍ତୁ ଘର ପଛପଟ ଗ୍ରିଲ୍‌ର ତାଲା ଭଙ୍ଗାଯାଇଥିବା ଦେଖି ସେ ସନ୍ଦେହ କରିଥିଲେ।

ଘର ଭିତରକୁ ପଶି ଦେଖିବାବେଳକୁ ଶୋଇବା ଘରେ ଥିବା ଗଡ଼ରେଜ୍‌ର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସମସ୍ତ ଅଳଙ୍କାର ଲୁଟି ନେଇଥିଲେ।

ଲୁଟ୍‌ ସାମଗ୍ରୀ ମଧ୍ୟରେ ଦୁଇଟି ସୁନା ଚେନ୍‌, ଦୁଇ ହଳ ସୁନା କାନଫୁଲ, ଦୁଇ ପଟ ସୁନା ପଲା, ସୁନା ଲକେଟ୍‌, ବ୍ରେସଲେଟ୍‌ ଓ ଚାରି ହଳ ରୁପା ପାଉଁଜି ରହିଛି।

ଏହାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଏଥିସହ ଘରେ ଥିବା ନଗଦ ୫ ହଜାର ଟଙ୍କା ଓ ଠାକୁରଙ୍କ ନିକଟରେ ରଖାଯାଇଥିବା ଖୁଚୁରା ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଲୁଟେରାଙ୍କ ସମ୍ପର୍କରେ ସୁରାକ୍‌ ଖୋଜୁଛି ପୁଲିସ ଏନେଇ ସୁକାନ୍ତି ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ବାବା ଶଙ୍କର ସରାଫ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିବା ସହ ଲୁଟେରାଙ୍କ ସମ୍ପର୍କରେ ସୁରାକ୍‌ ଖୋଜୁଛି ପୁଲିସ।

ତେବେ ଏହି ଘଟଣା କେବଳ ଏକ ଘରୋଇ ଚୋରି ନୁହେଁ, ବରଂ ବୈଶିଙ୍ଗା ଥାନା ଅଞ୍ଚଳରେ ବଢ଼ିଚାଲିଥିବା ଚୋରି ଘଟଣାର ଆଉ ଏକ ଉଦାହରଣ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରୁଛନ୍ତି।

ଗତ କିଛିଦିନ ମଧ୍ୟରେ ଥାନା ଅଞ୍ଚଳରେ ଏକାଧିକ ଘରୁ ଚୋରି ହୋଇଥିଲେ ମଧ୍ୟ ଚୋରଙ୍କ ପତ୍ତା ମିଳୁନଥିବା ଅଭିଯୋଗ ହେଉଛି।

ଫଳରେ ସାଧାରଣ ଲୋକଙ୍କ ମନରେ ନିଜ ଘର ଓ ସମ୍ପତ୍ତିର ସୁରକ୍ଷାକୁ ନେଇ ଭୟ ଓ ଅସୁରକ୍ଷା ଭାବ ବଢ଼ିବାରେ ଲାଗିଛି।

Chief Minister: ଆମ ସରକାର ନୂଆପଡ଼ା ଓ ନୟାଗଡ଼ରେ ୨ଟି ନୂଆ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି: ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠୁଛି, ଲଗାତାର ଚୋରି ଘଟଣା ସତ୍ତ୍ୱେ ଲୁଟେରାଙ୍କ ଉପରେ ଅଙ୍କୁଶ ଲାଗୁନାହିଁ କାହିଁକି?

ରାତି ହେଉ କି ଦିନ, ସାଧାରଣ ଲୋକଙ୍କ ଘର କେତେ ସୁରକ୍ଷିତ?

ପୂର୍ବ ଚୋରି ଘଟଣାଗୁଡ଼ିକର ତଦନ୍ତକୁ ତ୍ୱରାନ୍ୱିତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଲୁଟେରାଙ୍କୁ ତୁରନ୍ତ ଚିହ୍ନଟ ଓ ଗିରଫ କରିବା, ଲୁଟ୍‌ ସାମଗ୍ରୀ ଉଦ୍ଧାର କରିବା ଏବଂ ଥାନା ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ଜୋର ଧରିଛି।

ଏବେ ପୁଲିସର ତଦନ୍ତ ଓ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)