Theft: କରମା ନାଚ ଦେଖିବାକୁ ଯିବା ହେଲା କାଳ, ସରପଞ୍ଚଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ!

Nov 27, 2026 - 15:22
Theft: କରମା ନାଚ ଦେଖିବାକୁ ଯିବା ହେଲା କାଳ, ସରପଞ୍ଚଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ!

ବୈଶିଙ୍ଗା: ଅଞ୍ଚଳରେ ମାତିଛନ୍ତି ଲୁଟେରା ।

ଘରେ ତାଲା ପକାଇ ବାହାରକୁ ଯିବାକୁ ଏବେ ଲୋକେ ଭୟ କଲେଣି।

ଗୋଟିଏ ପରେ ଗୋଟିଏ ଘରକୁ ଟାର୍ଗେଟ କରି ଲୁଟ୍‌ପାଟ ଚଳାଇଛନ୍ତି ଦୁର୍ବୃତ୍ତ ।

ବୈଶିଙ୍ଗା ଥାନା ଅଞ୍ଚଳରେ ମାତ୍ର ୫ ଦିନ ମଧ୍ୟରେ ୩ଟି ଘରୁ ଚୋରି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ର ଚିନ୍ତା ବଢ଼ିଛି।

ଏଥର ଲୁଟେରାଙ୍କ ଟାର୍ଗେଟ ପାଲଟିଛନ୍ତି କଳମା ପଞ୍ଚାୟତର ସରପଞ୍ଚ ଗୋପୀନାଥ ସିଂ।

Advertisment ସୂଚନା ଅନୁଯାୟୀ, ଗତକାଲି ରାତିରେ ଗୋପୀନାଥ ନିଜ ପରିବାର ସହ ବାଲିଚିତ୍ରି ଗ୍ରାମରେ ଥିବା ନିଜ ଭାଇଙ୍କ ଘରକୁ କରମା ନାଚ ଦେଖିବାକୁ ଯାଇଥିଲେ।

ଘରେ କେହି ନଥିବାର ସୁଯୋଗ ନେଇ ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ଘରର ମୁଖ୍ୟ ଫାଟକ ଡେଇଁ ଭିତରକୁ ପଶିଥିଲେ।

ପରେ ଘର ସମ୍ମୁଖ ଗ୍ରିଲ୍‌ ଓ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲେ।

ଏହାପରେ ଶୋଇବା ଘରେ ଥିବା ଆସବାବପତ୍ରକୁ ଏପଟସେପଟ କରିବା ସହ ଗଡ଼ରେଜ୍‌ ଆଲମାରିର ତାଲା ଭାଙ୍ଗି ଦେଇଥିଲେ।

ଆଲମାରିରେ ରଖାଯାଇଥିବା ନଗଦ ୫୫ ହଜାର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନାରୂପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ।

ପୁଲିସ ବିଭିନ୍ନ ଦିଗରୁ ଛାନଭିନ୍‌ ଜାରି ରଖିଛି ଆଜି ପୂର୍ବାହ୍ନରେ ଗୋପୀନାଥ ପରିବାର ସହ ଘରକୁ ଫେରିବା ପରେ ଘରର ଅବସ୍ଥା ଦେଖି ଚୋରି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।

ତୁରନ୍ତ ବୈଶିଙ୍ଗା ପୁଲିସକୁ ଖବର ଦେବା ପରେ ଥାନା ଅଧିକାରୀ ବାବା ଶଙ୍କର ସରାଫ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଚୋରି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ସମ୍ପର୍କରେ ସୁରାକ୍‌ ପାଇବାକୁ ପୁଲିସ ବିଭିନ୍ନ ଦିଗରୁ ଛାନଭିନ୍‌ ଜାରି ରଖିଛି।

Tiger Footprints: ମାନେଶ୍ୱରରେ ବାଘର ପାଦଚିହ୍ନ ମିଳିବା ଘଟଣା, ବନ ବିଭାଗର ପ୍ରତିକ୍ରିୟା ତେବେ ଗୋଟିଏ ପଟେ ଲଗାତାର ଚୋରି ଘଟଣା ଓ ଅନ୍ୟପଟେ ଲୁଟେରାଙ୍କ ସହଜରେ ଖସିଯିବା ଘଟଣା ସାଧାରଣ ଲୋକଙ୍କ ମନରେ ଭୟ ଓ ଅସୁରକ୍ଷାର ଭାବନା ସୃଷ୍ଟି କରିଛି।

ମାତ୍ର ୫ ଦିନରେ ୩ଟି ଘରେ ଚୋରି ଘଟଣା ବୈଶିଙ୍ଗା ପୁଲିସ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି।

ଏବେ ଲୁଟେରାଙ୍କୁ ଧରିବା ସହ ଅଞ୍ଚଳବାସୀଙ୍କ ମନରୁ ଭୟ ଦୂର କରିବା ପୁଲିସ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)